Posted inଜାତୀୟ

ସନ୍ନ୍ୟାସୀ ଜୀବନରୁ ପ୍ରଧାନମନ୍ତ୍ରୀ ହେବାର ଯାତ୍ରା: ଜାଣନ୍ତୁ ମୋଦିଙ୍କ ବିଷୟରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ। ସାରା ଦେଶରେ ଭାଜପା ପକ୍ଷରୁ ବିଭିନ୍ନ କାର୍ଯ୍ୟମାନ ଆୟୋଜନ କରାଯାଉଛି। ତାଙ୍କ ବିଷୟରେ ଅନେକ ଜିନିଷ ଅଛି, ଯାହା ତାଙ୍କୁ ଦେଶର ଅନ୍ୟ ପ୍ରଧାନମନ୍ତ୍ରୀଙ୍କଠାରୁ ଭିନ୍ନ କରିଥାଏ। ଏଥି ସହିତ, ତାଙ୍କର ବିପକ୍ଷମାନେ ମଧ୍ୟ ତାଙ୍କର ବିରାଟ ଲୋକପ୍ରିୟତାର ରହସ୍ୟ ଜାଣିବାକୁ ଚେଷ୍ଟା କରନ୍ତି। ତାଙ୍କର ପ୍ରାରମ୍ଭିକ ଜୀବନକୁ ଦେଖିଲେ ଏହା କହିବା କଷ୍ଟସାଧ୍ୟ ଯେ ସେ କେବେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ। ଯୁବାବସ୍ଥାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରାରେ ଅନେକ କୌତୁହଳପୂର୍ଣ୍ଣ ଏବଂ ଆଶ୍ଚର୍ଯ୍ୟଜନକ ମନେହୁଏ।
ପ୍ରଧାନମନ୍ତ୍ରୀ ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ଭଡନଗରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ସେ ଗୁଜରାଟର ଜାମନଗରର ସୈନିକ ସ୍କୁଲରେ ପଢିବାକୁ ଚାହୁଁଥିଲେ, କିନ୍ତୁ ଆର୍ଥିକ ପ୍ରତିବନ୍ଧକ ହେତୁ ଏହା ସମ୍ଭବ ହୋଇ ନ ଥିଲା। ସ୍କୁଲ ପଢିବା ସମୟରେ ସେ ଗୁଜରାଟର ମହେସାଣା ରେଳ ଷ୍ଟେଶନରେ ଚା’ ବିକ୍ରି କରିବାରେ ବାପାଙ୍କୁ ସାହାଯ୍ୟ କରୁଥିଲେ। ୧୯୬୫ ମସିହାରେ ଇଣ୍ଡୋ-ପାକ ଯୁଦ୍ଧ ସମୟରେ ସେ ଷ୍ଟେଶନ ଦେଇ ଯାଉଥିବା ସୈନିକମାନଙ୍କୁ ଚା’ ପିଆଉ କରିଥିଲେ।
୧୮ ବର୍ଷ ବୟସରେ, ସେ କଲେଜ ଯିବା ପରିବର୍ତ୍ତେ ନିଜ ସ୍ତ୍ରୀ ଏବଂ ଘର ଛାଡି ସନ୍ୟାସୀ ଜୀବନ ଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ଦୁଇ ବର୍ଷ ପାଇଁ ସେ ଉତ୍ତର ପୂର୍ବ ଭାରତ ଯାତ୍ରା କରିଥିଲେ। ଏହି ସମୟ ମଧ୍ୟରେ ସେ ସ୍ବାମୀ ବିବେକାନନ୍ଦଙ୍କ ଭେଲୁର ମଠ, ଆସାମରେ ସିଲିଗୁଡି ଏବଂ ଗୁଆହାଟି, ଆଲମୋଡାର ଅଦ୍ୱୈତ ଆଶ୍ରମ ଏବଂ ରାଜକୋଟରେ ରାମକୃଷ୍ଣ ମିଶନରେ ରହୁଥିଲେ। ସେ ଆବଶ୍ୟକ କଲେଜ ଶିକ୍ଷା ଗ୍ରହଣ କରି ନ ଥିବାରୁ ସେ କୌଣସି ସ୍ଥାନରେ ରହିପାରିଲେ ନାହିଁ।

ପ୍ରଧାନମନ୍ତ୍ରୀ ମୋଦିି ନିଜେ ବିଶ୍ୱାସ କରନ୍ତି ଯେ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ତାଙ୍କ ଉପରେ ବହୁତ ଗଭୀର ପ୍ରଭାବ ପକାଇଥିଲା। ଏହା ପରେ ସେ କିଛି ଦିନ ଭଡନଗରକୁ ଆସି ଗୁଜୁରାଟ ରାଜ୍ୟ ସଡକ ପରିବହନ ନିଗମର କ୍ୟାଣ୍ଟିନରେ କାମ କରୁଥିବା ମାମୁଁଙ୍କ ସହ ଅହମ୍ମଦାବାଦ ଯାଇଥିଲେ। ଏହିଠାରେ ତାଙ୍କର ସାଧାରଣ ଜୀବନ ଆରମ୍ଭ ହୋଇଥିଲା
୧୯୭୧ ମସିହାରେ ସେ ଦିଲ୍ଲୀର ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଜନସଂଘର ସତ୍ୟାଗ୍ରହରେ ଯୋଗ ଦେଇଥିଲେ, ଯାହା ତାଙ୍କର ପ୍ରଥମ ରାଜନନୈତିକ କାର୍ଯ୍ୟକଳାପ ଥିଲା। ସେହି ସମୟର ଇନ୍ଦିରା ଗାନ୍ଧୀ ସରକାର ବାଂଲାଦେଶର ମୁକ୍ତି ବାହିନୀଙ୍କୁ ଖୋଲା ସମର୍ଥନ ଦେଇ ନ ଥିଲେ, ଏହି କାରଣରୁ ମୋଦିଙ୍କୁ କିଛି ଦିନ ରାଜନୈତିକ ବନ୍ଦୀ ଭାବରେ ତିହାର ଜେଲକୁ ଯିବାକୁ ପଡୁଥିଲା।

୧୯୭୧ ଯୁଦ୍ଧ ପରେ, ସେ ତାଙ୍କ ମାମୁଁଙ୍କ ସହ କାମ କରିବା ବନ୍ଦ କରି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ପ୍ରଚାରକ ହୋଇଥିଲେ। ଜରୁରୀକାଳୀନ ପରିସ୍ଥିତିରେ ମୋଦିଙ୍କୁ ଆରଏସଏସର ଗୁଜରାଟ ଲୋକ ସଂଗଠନ ସମିତିର ସଚିବ କରାଯାଇଥିଲା। ଏହାର କିଛି ଦିନ ପରେ ଆରଏସଏସକୁ ନିଷେଧ କରାଯାଇଥିଲା ଏବଂ ମୋଦି ଗିରଫଦାରୀକୁ ଏଡାଇ କାମ କରିବାକୁ ସ୍ଥାନ ପରିବର୍ତ୍ତନ କରିଆସୁଥିଲେ।

ତାଙ୍କର ଗୋଟିଏ କାର୍ଯ୍ୟ ଥିଲା ସଂଗଠନର ଲୋକଙ୍କୁ ଏକାଠି କରି ଏକ ନେଟୱାର୍କ ସୃଷ୍ଟି କରି ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ପ୍ରଚାର ସାମଗ୍ରୀ ମୁଦ୍ରଣ କରି ଦିଲ୍ଲୀ ପଠାଇବା। ଏହି ସମୟରେ, ସେ ବେଳେବେଳେ ଏକ ସନ୍ୟାସୀ ଏବଂ ବେଳେବେଳେ ଶିଖର ଛଦ୍ମନାମ ନେଇଥିଲେ। ତାଙ୍କ ଶିଖ ପୋଷାକର ଚିତ୍ର ଏବେବି ଇଣ୍ଟରନେଟରେ ଦେଖିବାକୁ ମିଳୁଛି।
ଜରୁରୀକାଳୀନ ପରିସ୍ଥିତି ପରେ ମୋଦି ଦିଲ୍ଲୀ ୟୁନିଭରସିଟି ଅଫ ଓପନ ଲର୍ନିଂରୁ ରାଜନୀତି ବିଜ୍ଞାନରେ ବିଏ ଡିଗ୍ରୀ ହାସଲ କରିଥିଲେ ଏବଂ ପରେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଡିଷ୍ଟାନ୍ସ ଲଣ୍ଣର୍ିଂ ଛାତ୍ର ଭାବରେ ଏମଏ ଡିଗ୍ରୀ ହାସଲ କରିଥିଲେ। ୧୯୭୯ ରେ ମୋଦି ଦିଲ୍ଲୀ ଯାଇଥିଲେ, କିନ୍ତୁ ଶୀଘ୍ର ଫେରିଥିଲେ ଏବଂ ୧୯୮୫ରେ ଆରଏସଏସରୁ ଭାଜପାକୁ ଆସିଥିଲେ। ୧୯୮୭ରେ, ମୋଦିଙ୍କ ନିର୍ଦ୍ଦେଶରେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ଭାଜପା ଜିତିଥିଲା ଏବଂ ଏହା ପରେ ସେ ଗୁଜରାଟ ଭାଜପାର ସଂଗଠନ ସଚିବ ଭାବରେ ନିର୍ବାଚିତ ହୋଇଥିଲେ।
ଏହା ପରେ, ୧୯୯୦ରେ, ସେ ଏଲ.କେ ଆଡଭାନୀଙ୍କ ରଥ ଯାତ୍ରାର ଦାୟିତ୍ୱ ଗ୍ରହଣ କରିଥିଲେ, ସେ କିଛି ସମୟ ରାଜନୀତିରୁ ଦୂରେଇ ରହିଥିଲେ, କିନ୍ତୁ ୧୯୯୪ରେ ଫେରିଥିଲେ ଏବଂ ୧୯୯୫ରେ ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପାର ବିଜୟର ଶ୍ରେୟ ପାଇଥିଲେ। ଏହା ପରେ ସେ ଭାଜପାର ଜାତୀୟ ସଚିବ ହୋଇଥିଲେ।
ଗୁଜୁରାଟରେ ୧୯୯୮ ନିର୍ବାଚନରେ ଭାଜପାର ବିଜୟ ମଧ୍ୟ ତାଙ୍କ ଉଦ୍ୟମକୁ ସମ୍ମାନିତ କରାଯାଇଥିଲା। ଅକ୍ଟୋବର ୨୦୦୧ରେ, ସେ କେସୁଭାଇ ପଟେଲଙ୍କ ଉତ୍ତରାଧିକାରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପରେ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୁଜୁରାଟର ବିକାଶ ମଡେଲ ବିଷୟରେ ବହୁ ଆଲୋଚନା କରାଯାଇଥିଲା। ୨୦୧୪ ମସିହାରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବା ମାତ୍ରେ ସେ ଗୁଜରାଟ ସିଏମ ପଦ ଛାଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?