ନିଯୁକ୍ତିମେଳାକୁ ଖଣି, ଶିଳ୍ପସଂସ୍ଥାର ଅଣଦେଖା

ଯାଜପୁର ଅଫିସ,୨୮।୧୨: ଜିଲା ପ୍ରଶାସନ ପକ୍ଷରୁ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ପ୍ରାୟ ୪ ବର୍ଷ ପରେ ସୋମବାର ବରୁହାଁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଏକ ନିଯୁକ୍ତିମେଳା ଆୟୋଜିତ ହୋଇଛି। ବିଡମ୍ବନା ଯେ, ଏହି ନିଯୁକ୍ତି ମେଳାରେ କଳିଙ୍ଗନଗର ଶିଳ୍ପାଞ୍ଚଳ, ଜାରକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ଓ ସୁକିନ୍ଦା ଖଣି ଅଞ୍ଚଳର କେହି ବି ନିଯୁକ୍ତିଦାତା ଅଂଶଗ୍ରହଣ କରି ନାହାନ୍ତି, ଯଦ୍ଦ୍ବାରା ଉଚ୍ଚଶିକ୍ଷିତ ବେକାର ଯୁବତୀଯୁବକ ନିରାଶ ହୋଇ ଫେରିଛନ୍ତି। ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ଯାହା ହେଉନା କାହିଁକି ଶିଳ୍ପ କବଳିତ ଯାଜପୁର ଜିଲାରେ ଏହାର ଗଭୀର କୁପ୍ରଭାବ ପଡ଼ିଛି। କଳିଙ୍ଗନଗର ଶିଳ୍ପ ଓ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ଏହି ମନମାନିକୁ ସାଧାରଣରେ ନାପସନ୍ଦ କରାଯାଇଛି। ଏହାକୁ ନେଇ ଦେଖାଦେଇଥିବା ସରକାର ବିରୋଧୀ ଆଭିମୁଖ୍ୟ ଆଗାମୀ ଦିନରେ ଏ ଅଞ୍ଚଳର ରାଜନୀତିକୁ ବହୁଳ ଭାବରେ ପ୍ରଭାବିତ କରିବ ବୋଲି ନିଯୁକ୍ତି ମେଳାରେ ମତପ୍ରକାଶ ପାଇଛି।
ବିଭିନ୍ନ ନିଯୁକ୍ତିଦାତା ସଂସ୍ଥା, ଶିଳ୍ପାନୁଷ୍ଠାନଗୁଡ଼ିକ ଯୋଗଦେଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବେ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିଲା। ଶେଷ ଥର ପାଇଁ ୮ା୧ା୨୦୧୮ରେ ଏହି ବରୁହଁା ଶିଳ୍ପ ତାଲିମ କେନ୍ଦ୍ରରେ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଥିଲା। ୪ ବର୍ଷ ପରେ ମେଳାର ଆୟୋଜନ ହୋଇଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରୁ ୬୫୦ ଜଣ ଭାଗ ନେଇଥିଲେ। କିନ୍ତୁ ମାତ୍ର ୮ ଜଣ ନିଯୁକ୍ତିଦାତା ଓ ୬ ଜଣ ତାଲିମ ସହଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏଏସ୍‌ଡି ଏଜୁକେସନ ପ୍ରା.ଲି, ଗ୍ରାମ ତରଙ୍ଗ ଏମ୍ପ୍ଲୋବିଲିଟି ଟ୍ରେନିଂ ସର୍ଭିସ, ଡାଲମିଆ ଭାରତ ଫାଉଣ୍ଡେଶନ, ସିମାଓ ଇଣ୍ଡିଆ, ରିଫ୍ରାକ୍ସନିଷ୍ଟ, ଷ୍ଟାରଲିଂ, ଗୁଡ୍‌ ୱାର୍କର, ଏସ୍‌ ଆଣ୍ଡ ଏନ୍‌ ଷ୍ଟାଫିଂ ସଲ୍ୟୁଶନ, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ, ସିଆଇପିଇଟି, ମା’ ମଙ୍ଗଳା ହୋମ୍‌ କେୟାର, ପୟିକ ସେଣ୍ଟିନେଲ୍ସ ପ୍ରମୁଖ ଭାଗ ନେଇଥିଲେ।
କଳିଙ୍ଗନଗର ଶିଳ୍ପାୟନ ଦ୍ୱାରା ଜିଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବିଭିନ୍ନ ସଭାସମିତିରେ ବିଧାୟକ, ମନ୍ତ୍ରୀ, ଜିଲା ପ୍ରଶାସନ ପକ୍ଷରୁ କେବଳ ଭାଷଣବାଜି ଚାଲିଥିବା ଏହି ମେଳାରୁ ସ୍ପଷ୍ଟ ମନେହୋଇଛି। କଳିଙ୍ଗନଗରରେ ଘରୋଇ ପୁଞ୍ଜି ନିବେଶରେ ବହୁ ଶିଳ୍ପ କାରଖାନା ଗଢ଼ିଉଠିଲା। ଏବେ ବି ବହୁ କମ୍ପାନୀ କଳିଙ୍ଗନଗର ମୁହଁା ହେଉଛନ୍ତି। କିନ୍ତୁ ସ୍ଥାନୀୟ ଚାକିରି ତ ଦୂରର କଥା, ଅସ୍ଥାୟୀ ଠିକା ସଂସ୍ଥାରେ ବି ନିଯୁକ୍ତି ମିଳୁନାହିଁ। ଅଭିଜ୍ଞତାକୁ ଆଳ କରି ଶିକ୍ଷିତ ଯୁବତୀଯୁବକଙ୍କୁ ବଡ଼ ବଡ଼ ଶିଳ୍ପ କମ୍ପାନୀ ଉପେକ୍ଷା କରି ଚାଲିଛନ୍ତି। ଏଠାରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ବାହାର ରାଜ୍ୟର ଲୋକଙ୍କୁ ଅଧିକ ନିଯୁକ୍ତି ମିଳୁଛି। ସେହିପରି ବାହାର ରାଜ୍ୟର ଠିକାସଂସ୍ଥାମାନଙ୍କୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ହେଲେ ସ୍ଥାନୀୟ ବାସିନ୍ଦା ଜମିବାଡି, ଘରଦ୍ୱାରା ହରାଇ କେବଳ ଧୂଳିଧୁଅଁା ସହି ବିଭିନ୍ନ ରୋଗରେ ଅକାଳରେ ପ୍ରାଣ ହରାଉଛନ୍ତି। କଁା ଭଁା ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଦାବି, ଆନ୍ଦୋଳନ ହେଉଥିଲେ ହେଁ ଲୋକ ପ୍ରତିନିଧିମାନେ କିନ୍ତୁ ନୀରବ ରହୁଛନ୍ତି। ବିଡମ୍ବନା ଯେ, ବିରୋଧୀ ଦଳ ଭୂମିକା ନେଉଥିବା ନେତାମାନେ ମଧ୍ୟ କମ୍ପାନୀ ପାଖରେ ବିକ୍ରି ହୋଇଯାଇଥିବା ମନେ ହେଉଛି। ତେଣୁ ପ୍ରଶାସନର ନିଯୁକ୍ତି ମେଳାକୁ ବି ଶିଳ୍ପକମ୍ପାନୀଗୁଡ଼ିକ ମାନୁନାହାନ୍ତି। ପୂର୍ବରୁ ଧରିତ୍ରୀରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାଜ୍ୟ ବାହାରର ଠିକାସଂସ୍ଥା ଓ ସେମାନଙ୍କ ଅଧୀନରେ କର୍ମ ନିଯୁକ୍ତି ସଂଖ୍ୟା ଉପରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଛି। ଶିଳ୍ପ କର୍ତ୍ତୃପକ୍ଷ, ପ୍ରଶାସନ ଏବଂ ନେତାଙ୍କ ଅସାଧୁ ମେଣ୍ଟ ହିଁ ନିଯୁକ୍ତିର ପ୍ରତିବନ୍ଧକ ସାଜିଛି ବୋଲି ବେକାର ଯୁବତୀଯୁବକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଜିଲା କର୍ମ ନିୟୋଜନ ଅଧିକାରୀ ସୁବାସ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ମଙ୍ଗଳବାର ବ୍ୟାସନଗର, ଯାଜପୁର ରୋଡ୍‌, ଭି.ଏନ୍‌. କଲେଜ ପଡ଼ିଆରେ ଦ୍ୱିତୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ଭିସା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ, ଟାଟା ଷ୍ଟିଲ ଆଦି ଶିଳ୍ପ କାରଖାନାର ଠିକାସଂସ୍ଥାଗୁଡ଼ିକ ଅଂଶଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏଥିରୁ ପୁଣି ଠିକା ଶ୍ରମିକ ନିଯୁକ୍ତି ଦେଇ ବେକାର ଯୁବତୀଯୁବକଙ୍କୁ ସନ୍ତୁଷ୍ଟି କରିବାକୁ ମସୁଧା ଚାଲିଛି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?