ଉଛୁଳିଲା ଜମ୍ଭୀରା ନଦୀ

ବାରିପଦା ଅଫିସ,୨୩ା୯:  ଲଘୁଚାପ ଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲାର ତିନୋଟି ବ୍ଳକ ଅଞ୍ଚଳ ପ୍ରଭାବିତ ହୋଇଛି। ରାସଗୋବିନ୍ଦପୁର, ଶୁଳିଆପଦା ଓ ମୋରଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟିଛି। ଧାନ ଓ ପରିବା ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଗମନାଗମନ ବାଧାପ୍ରାପ୍ତ ହୋଇଛି।
ଅନୁଯାୟୀ, ଜିଲାର ଶୁଳିଆପଦା ବ୍ଳକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଜିଲାର ଶୁଳିଆପଦା ବ୍ଳକରେ ୨୦୫ମିମି, କୁଳିଅଣାରେ ୧୭୪ମିମି, ସାରସକଣାରେ୧୧୧ମିମି, ବାଙ୍ଗରିପୋଷିରେ ୮୩.୪ମିମି, ବହଳଦାରେ ୫୭.୨ମିମି ଓ ତିରିଂରେ୧୧୬.୨ମିମି ବର୍ଷା ହୋଇଛି। ଫଳରେ ରାସଗୋବିନ୍ଦପର ବ୍ଳକ ଦେଇ ପ୍ରବାହିତ ହେଉଥିବା ଜମ୍ଭୀର ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ୧୪ଟି ଗାଁ ପାଣି ଘେରରେ ରହିଛି ା
ସେଥିମଧ୍ୟରେ ରାସଗୋବିନ୍ଦପୁର ପଞ୍ଚାୟତର କାଟୁନୀ, ତୋଟାପଡା ପଂଚାୟତର ମୋରଡା ଓ ହାଣ୍ଡିଧୁଆ, ରାଘବପୁର ପଞ୍ଚାୟତର ଏକତାଳୀ, ସାତଶହଗଡିଆ, ଭୈରଙ୍ଗୀ, ସାନମାଣିଦା ପଞ୍ଚାୟତର ପଦ୍ମତଳିଆ ଆଦି ଗ୍ରାମ ପାଣି ଘେର ଭିତରେ ରହିଛି ା ପ୍ରଶାସନ ପକ୍ଷରୁ ୨୫୦ରୁ ଉର୍ଦ୍ଧ୍ୱ ପରିବାରର ୨,୯୩୦ଲୋକଙ୍କୁ ଉଦ୍ଧାର କରାଯାଇ ୯ଟି ଆଶ୍ରୟସ୍ଥଳୀରେ ରଖି ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦେଉଛନ୍ତି ା ସେହିପରି ରାଘବପୁର ପଞ୍ଚାୟତ ବଡାମପୁର-ଏକତାଳୀ ନିକଟରେ ଥିବା ବନ୍ଧରେ ଘାଇ ସୃଷ୍ଟି ହୋଇ ୫ଶହ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷଜମି ଜଳମଗ୍ନ ହୋଇ ଚାଷ ନଷ୍ଟ ହୋଇଥିବା ଜଣାପଡିଛି। ଓଡ୍ରାଫ ଟିମ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିଡିଓ ଅରୁଣ କୁମାର ଖଣ୍ଡା, ତହସିଲଦାର ନିର୍ଲିପ୍ତା ମହାନ୍ତି ଓ ଥାନା ଅଧିକାରୀ ଲୋପାମୁଦ୍ରା ନାୟକ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହି ଲୋକଙ୍କୁ ସଚେତନ କରିବା ସହ ଥଇଥାନ କରୁଛନ୍ତି ା ଘର ମଧ୍ୟରେ ପାଣି ପଶି ଥିବାରୁ ଲୋକେ ରୋଷେଇ କରି ଖାଇବା ସମ୍ଭବ ହୋଇପାରି ନାହିଁ। ସେଥିପାଇଁ ସେହି ଅଞ୍ଚଳର ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ବିଡିଓ ପରିକ୍ଷୀତ ଜେନା ପ୍ରକାଶ କରିଛନ୍ତି ା
ବନ୍ୟାରେ ପ୍ରଭାବିତ ହୋଇଥିବା ଘର ଗୁଡିକୁ ପଲିଥିନ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା