Posted inଫୁରସତ

ଏମିତି ଜେଲ୍‌, ଯେଉଁଠିକି ଗଲେ କେହି କେବେ ଫେରନ୍ତିନି ଜୀବନ୍ତ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ପୁଟିନ ଅନେକ ଦେଶର ବିରୋଧର ସମ୍ମୁଖୀନ ହେଉଛନ୍ତି। ଇତି ମଧ୍ୟରେ ରୁଷିଆର ଅନେକ ଗୁପ୍ତ ଖବର ମଧ୍ୟ ବାହାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆପଣ ଜାଣନ୍ତି କି ରୁଷିଆରେ ଏପରି ଏକ ଜେଲ୍‌ ବା କାରାଗାର ଅଛି, ଯେଉଁଥିରେ କଏଦୀମାନେ ଭିତରକୁ ଗଲେ ଜୀବନ୍ତ ଆଉ ଫେରିପାରନ୍ତି ନାହିଁ। ମୃତ୍ୟୁ ହେବା ପରେ ହିଁ ତାଙ୍କୁ ଜେଲରୁ କଢ଼ାଯାଏ। ଏହାର ନାମ ‘ବ୍ଲାକ୍‌ ଡଲଫିନ’ ରଖାଯାଇଛି।

ରୁଷିଆର ଏହି ଗୋଲାପୀ ରଙ୍ଗର କୋଠାକୁ ଦେଖିଲେ ଏହା ଏକ ସାଧାରଣ କୋଠା ପରି ଦେଖାଯିବ। କିନ୍ତୁ ବାସ୍ତବରେ ଏହା ହେଉଛି ଦେଶର ସବୁଠାରୁ ଭୟଭୀତ ବନ୍ଦୀମାନଙ୍କ ବାସସ୍ଥାନ। ବଳାତ୍କାରୀ, ଶିଶୁ ନିର୍ଯାତନାକାରୀ ଏବଂ ମଣିଷ ମାଂସ ଖାଉଥିବା ଅପରାଧୀମାନେ ଏହି ଜେଲରେ ରୁହନ୍ତି। ଯଦି ରୁଷିଆର ଜଣେ କଏଦୀ ଏପରି ଅପରାଧ କରିଥାନ୍ତି ତେବେ ସେ କ୍ଷମା ପାଇବାକୁ ଅଯୋଗ୍ୟ ନୁହନ୍ତି। ଏପରି ଅଭିଯୁକ୍ତଙ୍କୁ କେବଳ ଏହି କାରାଗାରକୁ ହିଁ ପଠାଯାଇଥାଏ।

ରୁଷିଆର ଅନ୍ୟ କାରାଗାରକୁ ଯାଇଥିବା ବନ୍ଦୀମାନେ ଜାମିନ ପାଇପାରନ୍ତି, କିନ୍ତୁ ଯେଉଁମାନେ ‘ବ୍ଲାକ୍‌ ଡଲ୍‌ଫିନ୍‌’ ଜେଲକୁ ଯାଇଥାନ୍ତି ସେମାନଙ୍କୁ ଜାମିନ ମିଳେନାହିଁ। ଯେ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ହୋଇନାହିଁ ସେ ପର୍ଯ୍ୟନ୍ତ ଅଭିଯୁକ୍ତ ଏହି ଜେଲ୍‌ରେ ହିଁ ରହିଥାନ୍ତି। ବର୍ତ୍ତମାନ ଏହି ଜେଲରେ ୭ ଶହ କଏଦୀ ରହୁଛନ୍ତି। ସମସ୍ତଙ୍କୁ ଜାମିନ ବିହୀନ ଆଜୀବନ କାରାଦଣ୍ଡ ଦିଆଯାଇଛି। ଯଦି କଏଦୀମାନଙ୍କୁ ଜେଲ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଏ, ତେବେ ସେହି ସମୟ ମଧ୍ୟରେ ମଧ୍ୟ ସେମାନେ ଆଖି ବୁଜି ଦିଅନ୍ତି। ତାହା ତାଙ୍କ ବାରାକ୍‌ ବ୍ୟତୀତ ଆଉ କେହି ଦେଖିପାରିବେ ନାହିଁ।

ଏହି ଜେଲ ଭିତରେ ଗାର୍ଡମାନେ ପ୍ରତି ୧୫ ମିନି୍‌ଟରେ ବନ୍ଦୀମାନଙ୍କୁ ଯାଞ୍ଚ କରିବାକୁ ଆସନ୍ତି। ଆହୁରି ମଧ୍ୟ ଯଦି ଏଠାକାର ଖାଦ୍ୟ ବିଷୟରେ କହିବା ତେବେ ବନ୍ଦୀମାନଙ୍କୁ ଜେଲରେ ଦିନକୁ ଚାରିଥର କେବଳ ସୁପ୍‌ ପିଇବାକୁ ଦିଆଯାଏ। ପ୍ରତିଦିନ ୯୦ ମିନିଟ୍‌ ପାଇଁ ବ୍ୟାୟାମ କରିବାକୁ ବନ୍ଦୀମାନେ ବାହାରକୁ ଯାଆନ୍ତି। ବନ୍ଦୀମାନଙ୍କୁ ସବୁବେଳେ ହ୍ୟାଣ୍ଡକପ୍‌ରେ ରଖାଯାଏ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦୀମାନେ ଜେଲରେ ଆଉ ୩୫ ଶହ କଏଦୀଙ୍କୁ ହତ୍ୟା କରିଛନ୍ତି। ଏଠାରେ କାର୍ଯ୍ୟ କରୁଥିବା ଜଣେ ଗାର୍ଡ କହିଛନ୍ତି, ଏଠାକୁ ଆସିଥିବା ସମସ୍ତ ବନ୍ଦୀ ନିଷ୍ଠୁର। ତାଙ୍କ ମନରେ ସ୍ନେହ କିମ୍ବା ଦୟା ଭାବନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri