ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲୀ ଦମ୍ପତି

ବ୍ରହ୍ମପୁର ଅଫିସ,୩୧।୧: ଗଞ୍ଜାମ ଜିଲା ଉତ୍କଳ ବାଳାଶ୍ରମରେ ପାଳିତ ହେଉଥିବା ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ବିଦେଶୀମାନେ ପସନ୍ଦ କରୁଛନ୍ତି। ଗତ ଡିସେମ୍ବର ୧୦ରେ ସ୍ପେନର ଏକ ଦମ୍ପତି ଜଣେ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେହିଭଳି ଶନିବାର ଇଟାଲୀ ଜେନେଭା ସହରର ଦମ୍ପତି ଗାମ୍ବୋଲା ନିକେଲ ଓ ଉବେଜିଓ ଏଲିମା ମଧ୍ୟ ଏକ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଇଟାଲୀ ଦମ୍ପତି ଏହି ଶିଶୁକନ୍ୟାଟିକୁ ପୋଷ୍ୟ ଗ୍ରହଣ କରିଛନ୍ତି। ୨୦୧୭ ଡିସେମ୍ବର ୧୬ରେ ଏମ୍‌କେସିଜି ମେଡିକାଲ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାଟି ଗୋଷାଣୀନୂଆଗଁା ଉତ୍କଳ ବାଳାଶ୍ରମରେ ରହି ସ୍ପେଶାଲ ଆଡ୍‌ପଶନ ଏଜେନ୍ସି (ସା) ଦ୍ୱାରା ଲାଳନ ପାଳନ ହେଉଥିଲା। ଝିଅଟି ନାମ ସ୍ନେହା। ତା’ର ଜନ୍ମ ସ୍ଥାନ ବ୍ରହ୍ମପୁର ହୋଇଥିବା ବେଳେ ସେ ଏବେ ଇଟାଲୀରେ ରହି ନିଜ ଭବିଷ୍ୟତ ଗଢ଼ିବ ବୋଲି ମା’ ଏଲିମା କହିଛନ୍ତି। ସ୍ନେହା ଏବେ ୨/୩ ଦିନ ଭିତରେ ଇଟାଲୀରେ ନୂତନ ସୂର୍ଯ୍ୟ ଦେଖିବ।

ସୂଚନାଯୋଗ୍ୟ, ସା’ରେ ରହୁଥିବା ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ପୂର୍ବରୁ ଇଟାଲୀ ଦମ୍ପତି ସମସ୍ତ ପ୍ରକାର ଆଇନଗତ ପ୍ରକ୍ରିୟା ଶେଷ କରିଥିଲେ ବୋଲି ସା’ର ଅଧ୍ୟକ୍ଷ ସିବିୟନ ପ୍ରଧାନ କହିଛନ୍ତି। ଶିଶୁ ହସ୍ତାନ୍ତର ବେଳେ ଶିଶୁ ମଙ୍ଗଳ କମିଟି ସଦସ୍ୟା ସିଏଚ୍‌ ଜ୍ୟୋତି, ସଦସ୍ୟ ଶ୍ୟାମକାନ୍ତ ଜେନା, ଡିସିପିଓ ସୁବୋଧ ଷଡଙ୍ଗୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ପଡ଼ି ରହିଛି ଧାନ, ଜିଲା ଯୋଗାଣ ଅଧିକାରୀଙ୍କୁ ଚାଷୀଙ୍କ ଠେଲାପେଲା

ନୂଆପଡା ଅଫିସ,୧୬।୧: ନୂଆପଡା ମଣ୍ଡିରେ ତିନିଦିନ ଧରି ୫ହଜାର ବସ୍ତା ଧାନ ପଡ଼ି ରହିଛି। ଏହି ଧାନକୁ ଉଠାଇବା ଦାବିରେ ଚାଷୀମାନେ ଜିଲା ଯୋଗାଣ ଅଧିକାରୀଙ୍କ...

ଓଡ଼ିଶାରୁ ବାଇକ୍‌ ଉଠାଇ ପଶ୍ଚିମବଙ୍ଗରେ ବିକୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

ଭଦ୍ରକ ଅଫିସ, ୧୭।୨: ଭଦ୍ରକ ଟାଉନ ପୋଲିସ ଏକ ବାଇକ୍‌ ଚୋର ଗ୍ୟାଙ୍ଗକୁ କାବୁ କରିଛି। ବୁଧବାର ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରି କୋର୍ଟ...

ମ୍ୟାଙ୍ଗୋ ହବ୍‌ ପରିତ୍ୟକ୍ତ

ଢେଙ୍କାନାଳ ଅଫିସ, ୧୬।୪ ଜାତୀୟସ୍ତରରେ ସୁନାମ ଅର୍ଜିଛି ଢେଙ୍କାନାଳର ଆମ୍ବ। ବିଦେଶରେ ମଧ୍ୟ ଏହାର ଆଦର କିଛି କମ୍‌ ନୁହେଁ। ଜିଲାର ଆମ୍ବ ଚାଷୀ ଏବଂ...

ପୋଲ ତଳକୁ ଖସି ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ବାସୁଦେବପୁର,୨୦।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ପୋଲ ନିକଟରେ ପୋଲ ତଳକୁ ଖସି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲେଶ୍ୱର...

୫ ବଛର ହେଲା ପମ୍ପ ହାଉସ ଅଚଲ: ପାଏନ୍‌ ଲାଗି ଛଟକୁଛନ୍‌ ୩ ଖଁଡ଼ ଗାଁର ଲୋକ୍‌

ସୋହେଲା,୧୭ା୫(ଡି.ଏନ୍‌.ଏ): ବରଗଡ଼ ଜିଲା ସୋହେଲା ବ୍ଲକ ଅଧୀନ ଲୁହୁରାଚଟିରେ ଥିବାର ପମ୍ପ ହାଉସ ଆଏଜ୍‌କେ ୫ ବଛର ହେଲା ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଗଁାବାସୀ...

ଗୋଟିଏ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ

ସୋନପୁର,୩୦ା୪(ନି.ପ୍ର.): ଶ୍ମଶାନରେ ଜଳୁଛି ଜୁଇ। ଗୋଟିଏ ନୁହେଁ ଦୁଇ ଦୁଇଟି ଜୁଇ। ତାହାପୁଣି ଦୁଇ ବାପ ପୁଅଙ୍କର। ଶନିବାର ପୁଅ ଆର୍ତ୍ତତ୍ରାଣ ବାପା ଆଦି ସା’ଙ୍କ...

ଝିଅଘରକୁ ଯାଇ ଆଉ ଫେରିଲେନି ବାପା

ଲାଞ୍ଜିଗଡ଼,୨୯।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ପଞ୍ଚାୟତ ନିୟମଗିରି ପାହାଡର ପାଦ ଦେଶର ଥିବା ବସନ୍ତ ପଡା ଗ୍ରାମର ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ...

ଖୋଲିଲା ୨ ଗେଟ୍‌: ବରୀରେ ବଢ଼ୁଛି ବନ୍ୟା ଆଶଙ୍କା

ବରୀ,୧୬।୯: ଅନୁଗୋଳ ଜିଲାସ୍ଥିତ ରେଙ୍ଗାଲୀ ଡ୍ୟାମ୍‌ର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ନିଷ୍କାସିତ ବନ୍ୟା ୩୬ ଘଣ୍ଚା ମଧ୍ୟରେ ଜଳ ଯାଜପୁର ଜିଲା ବରୀ ବ୍ଲକରେ...

Advertisement
Archives

Model This Week