ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ ପ୍ରସଙ୍ଗ: ପରିବର୍ତ୍ତିତ ପ୍ରସ୍ତାବ ପଠାଇବାକୁ ତାଗିଦ୍‌

ପୁରୀ ଅଫିସ,୧୬।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିଷିଦ୍ଧାଞ୍ଚଳ ଭଳି ନିୟନ୍ତ୍ରିତ ଅଞ୍ଚଳରେ ହେଉଥିବା ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଅନୁମୋଦନ ନାହିଁ। ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ଅନୁମୋଦନ ନ ଥିବା ବେଳେ ଏହାର କାମ ଚାଲିଛି। ତେଣୁ ବିନା ଅନୁମୋଦନରେ ହେଉଥିବା କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ପୁରୀ ଓକିଲ ସଂଘ ଦାବି କରିଛି। ନିୟନ୍ତ୍ରିତ ଅଞ୍ଚଳରେ ଚାଲିଥିବା ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ କାମ ପରିକ୍ରମା ପ୍ରକଳ୍ପ ଅଧୀନରେ ଆସୁ ନ ଥିବାରୁ ଏଥିପାଇଁ ସ୍ବତନ୍ତ୍ର ଓ ନୂଆ ପ୍ରସ୍ତାବ ପଠାଇବାକୁ ଏନ୍‌ଏମ୍‌ଏ ପୂର୍ବରୁ ଜଣାଇଥିଲା। ମାତ୍ର ପ୍ରଶାସନ ଏନ୍‌ଏମ୍‌ଏର ବିନା ଅନୁମୋଦନରେ କାମ ଜାରି ରଖିଥିଲା। ଫଳରେ ଏନ୍‌ଏମ୍‌ଏ ପୁଣି ଥରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ତାଗିଦ କରିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ କୋଠା ନିର୍ମାଣ ଲାଗି ପରିବର୍ତ୍ତିତ ପ୍ରସ୍ତାବ ପଠାଇବାକୁ କହିଛି।
ଶ୍ରୀମନ୍ଦିରର ଉତ୍ତର-ପୂର୍ବ କୋଣରେ ୪୧୨.୯ ବର୍ଗମିଟର ଜାଗାରେ ୧୪.୧୫୦ ମିଟର ଉଚ୍ଚତା ବିଶିଷ୍ଟ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ନିର୍ମାଣ ପାଇଁ ପ୍ରଶାସନ ଅନୁମତି ମାଗିଥିଲା। ମାତ୍ର ଏନ୍‌ଏମ୍‌ଏ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉଚ୍ଚତାକୁ ନେଇ ଆପତ୍ତି ଉଠାଇଥିଲା। ସେହିଭଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ପ୍ରଶାସନିକ କୋଠା ପାଇଁ ଅଲଗା ଅଲଗା ଅନୁମତି ମାଗିବା ପାଇଁ ଏନ୍‌ଏମ୍‌ଏ ପ୍ରଶାସନକୁ ଜଣାଇଥିଲା। ଏଥିସହ ପ୍ରଶାସନିକ କୋଠାର ଉଚ୍ଚତା ୧୦ ମିଟର ଭିତରେ ରଖିବା ପାଇଁ ପ୍ରସ୍ତାବ ଦେଇଥିଲା। ତେବେ ଏଭଳି ପ୍ରସ୍ତାବକୁ ଖାତିର ନ କରି ପ୍ରଶାସନ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲା। ଓଡ଼ିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକଶନ କର୍ପୋରେଶନ ଲିମିଟେଡ୍‌ (ଓବିସିସି) ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚଳାଇଛି। ଉଲ୍ଲେଖଯୋଗ୍ୟ, ନିଷିଦ୍ଧାଞ୍ଚଳରେ ନିର୍ମାଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଡିଜିଙ୍କ ଅନୁମୋଦନ ଆବଶ୍ୟକ ପଡ଼ୁଥିବା ବେଳେ ନିୟନ୍ତ୍ରିତ ଅଞ୍ଚଳରେ ହେଉଥିବା ପ୍ରଶାସନିକ କୋଠାର ଅନୁମୋଦନ ନିମନ୍ତେ ଏନ୍‌ଏମ୍‌ଏ ନିର୍ଦ୍ଦେଶକ କିମ୍ବା କମିଶନରଙ୍କ ଅନୁମତି ଦରକାର। ଅନୁମୋଦନ ନ ମିଳିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ ବୋଲି ଆଇନଜୀବୀ ଶରତ ରାୟଗୁରୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri