Posted inଖେଳ

୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ଆଇପିଏଲ୍‌ ଦଳ

ନୂଆଦିଲ୍ଲୀ,୬।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳଗୁଡିକ ୬ ବଦଳରେ ୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ବୋଲି କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଡ୍ରାଫ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର (ଏସ୍‌ଓପି)ରେ ଖେଳାଳିମାନେ ସେଠାରେ ପହଞ୍ଚିବା ପରେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ଉଲ୍ଲେଖ ରହିଛି।ଏଥିସିହିତ ଟିମ୍‌ ଓ ଫ୍ୟାମିଲି ଡିନର ପାଇଁ ଆଗୁଆ ନୋଟିସ୍‌ ଦେବାକୁ ଦଳଗୁଡିକ ବିସିସିଆଇକୁ ଅନୁରୋଧ କରିଛନ୍ତି। ହୋଟେଲରେ ବିନା ସଂସ୍ପର୍ଶରେ ବାହାରୁ ଖାଦ୍ୟ ମଗାଇବାକୁ ଉପରେ ମଧ୍ୟ ଦଳଗୁଡିକ ଗୁରୁତ୍ୱ ଦେଇଛନ୍ତି। ବୁଧବାର ଆଇପିଏଲ୍‌ ଅଧିକାରୀ ଓ ଦଳ ମାଲିକଙ୍କ ମଧ୍ୟରେ ବୈଠକ ବସିବ। ଏଥିରେ ଏ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।
ଗତ ୬ ମାସ ହେବ ଅଧିକାଂଶ ଖେଳାଳିଙ୍କ ମଧ୍ୟରେ ଅଧିକ ସମୟ ନାହିଁ। ତେଣୁ ଏମାନେ ଅଧିକରୁ ଅଧିକ ଅଭ୍ୟାସ କରିବାକୁ ଚାହାନ୍ତି। ତେବେ ୬ ବଦଳରେ ୩ ଦିନିଆ କ୍ୱାରାଣ୍ଟାଇନ୍‌ ସମ୍ଭବ କି ନୁହେଁ ତାହା ଏହି ବୈଠକରେ ଆଲୋଚନା ହେବ ବୋଲି ଅଧିକାରୀ ଜଣକ କହିଛନ୍ତି। ଅଗଷ୍ଟ ୨୦ ପୂର୍ବରୁ କୌଣସି ଦଳ ୟୁଏଇ ନ ଯିବାକୁ ବିସିସିଆଇ ପୂର୍ବରୁ ନିର୍ଦ୍ଦେଶ ଦେଇ ସାରିଛି। ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସ ଭଳି ଦଳ ଶ୍ରୀଘ୍ର ୟୁଏଇ ଯିବାକୁ ଚାହୁଁଛି, ବିସିସିଆଇର ଏସ୍‌ଓପି ଅନୁସାରେ ଖେଳାଳି ଓ ଦଳ ମାଲିକମାନଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ଜୈବ ସୁରକ୍ଷିତ ପରିବେଶରେ ରହିବାକୁ ହେବ। ଏହାକୁ ନେଇ ବୋର୍ଡ ପୁନର୍ବିଚାର କରିବ ବୋଲି ଦଳଗୁଡିକ ଆଶା ପ୍ରକାଶ କରିଛନ୍ତି। ଏହା ଏକ ଲମ୍ବା ଟୁର୍ନାମେଣ୍ଟ ହୋଇଥିବାରୁ ଦଳଗୁଡିକୁ ଭିନ୍ନ ଭିନ୍ନ ହୋଟେଲରେ ରହିବାକୁ କୁହାଯାଇଛି। ଖେଳାଳିମାନେ ମଧ୍ୟ ସେମାନଙ୍କ ବ୍ୟବସାୟିକ ପ୍ରତିଶ୍ରୁତି ପାଳନ କରିବାର ସ୍ବାଧୀନତା ଚାହୁଥିବା କଥା ଦଳଗୁଡିକ କହିଛନ୍ତି। କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଓ ଦ୍ୱୀପାକ୍ଷିକ ସିରିଜ ଖେଳୁଥିବା ଖେଳାଳିମାନଙ୍କୁ ଶୀଘ୍ର ବୋର୍ଡିଂ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି। ସିପିଏଲ୍‌ ସେପ୍ଟେମ୍ବର ୧୦ ତାରିଖରେ ଶେଷ ହେବ। ସେହପରି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ସେପ୍ଟେମ୍ବର ୧୬ ତାରିଖରେ ଶେଷ ହେଉଛି। ଏହି ଦୁଇଟି ଇଭେଣ୍ଟରେ ସାମିଲ ଥିବା ପାଖାପାଖି ୨୫ଜଣ ଖେଳାଳି ଆଇପିଏଲ୍‌ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri