Posted inଖେଳ

ଆଇପିଏଲ ବାୟୋ-ବବ୍‌ଲ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା

କୋଲକାତା, ୨୩।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ବାୟୋ-ବବ୍‌ଲ ଗତବର୍ଷ ୟୁଏଇ (ୟୁନାଇଟେଡ ଆରବ ଏମିରେଟ୍ସ)ପରି ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା। ପ୍ରଥମ ଭାରତୀୟ ଖେଳାଳିଭାବେ ଏପରି କହି ମୁହଁ ଖୋଲିଛନ୍ତି ରିଦ୍ଧିମାନ ଶାହା। ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହେବାରୁ ଆଇପିଏଲ୍‌-୧୪କୁ ଅଧାରୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ସଂକ୍ରମିତ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଥିଲେ ୩୬ ବର୍ଷୀୟ ରିଦ୍ଧିମାନ। ଗତବର୍ଷ ଭଳି ଚଳିତ ବର୍ଷ ଆଇପିଏଲ୍‌ ୟୁଏଇରେ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ଏହାକୁ ଅନୁଧ୍ୟାନ କରିବା ଅଂଶୀଦାରମାନଙ୍କର କାର୍ଯ୍ୟ। ତେବେ ଗତବର୍ଷ ଜଣେ ହେଲେ ଖେଳାଳି ଏପରିକି ଗ୍ରାଉଣ୍ଡ ଷ୍ଟାଫ୍‌ ମଧ୍ୟ ୟୁଏଇରେ ସଂକ୍ରମିତ ହୋଇ ନ ଥିଲେ ବୋଲି ସେ କହିଛନ୍ତି।
”ଭାରତରେ ଆଇପିଏଲ୍‌ ସମୟରେ ଲୋକମାନେ ଏବଂ ଛୋଟ ପିଲାମାନେ ନିକଟସ୍ଥ ପାଚେରି ଉପରୁ ଉଣ୍ଡିମାରି ଦେଖୁଥିଲେ। ଏ ସମ୍ପର୍କରେ ମୁଁ ଅଧିକ କିଛି କହିବାକୁ ଚାହୁଁନାହଁି, ମାତ୍ର ଭାରତରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ୨୦୨୦ରେ କିନ୍ତୁ ଏହି ଲିଗ୍‌ ଅତି ସୁନ୍ଦରଭାବେ ୟୁଏଇରେ ଆୟୋଜିତ ହୋଇଥିଲା“ ବୋଲି ସେ କହିଛନ୍ତି। ବେଙ୍ଗଲ ଭେଟେରାନ ରିଦ୍ଧିମାନ ଦିଲ୍ଲୀରେ ଏକ ହୋଟେଲରେ ୧୫ଦିନରୁ ଊର୍ଦ୍ଧ୍ୱ କ୍ୱାରାଣ୍ଟାଇନ୍‌ରେ ରହିବା ପରେ କୋଲକାତାସ୍ଥିତ ଘରକୁ ଫେରିଥିଲେ। କରୋନାମୁକ୍ତ ହୋଇଥିବାରୁ ସେ ଇଂଲଣ୍ଡ ଟୁର୍‌ ପାଇଁ ନିଜକୁ ଉପଲବ୍ଧ କରାଇଛନ୍ତି। କ’ଣ ପାଇଁ ସଂକ୍ରମଣ ବାୟୋ-ବବ୍‌ଲ ମଧ୍ୟରେ ପଶିଲା ସେ ସମ୍ପର୍କରେ ନିର୍ଦ୍ଦିଷ୍ଟଭାବେ କିଛି କହିପାରି ନ ଥିଲେ ହେଁ ୟୁଏଇ ପରି ଏଠାରେ ଟାଇଟ୍‌ ନ ଥିଲା ବୋଲି ସ୍ପଷ୍ଟ କରିଛନ୍ତି। ଆଇପିଏଲ୍‌ର ଅଂଶୀଦାରମାନେ ଏହା ଉପରେ ବିଶେଷ ଦୃଷ୍ଟି ପକାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ମେ’ ୪ରେ ରିଦ୍ଧିମାନ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ଆଇପିଏଲ-୧୪କୁ ସ୍ଥଗିତ ଘୋଷଣା କରାଯାଇଥିଲା।
ରିଦ୍ଧିମାନ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଦୁର୍ବଳ ଅନୁଭବ କରୁ ନ ଥିବା ପ୍ରକାଶ କରିଛନ୍ତି। ଶରୀରରେ କ୍ଳାନ୍ତି କିମ୍ବା ଦୁର୍ବଳତା ଥିବା ସେ ଅନୁଭବ କରୁନାହାନ୍ତି। ତେବେ ମ୍ୟାଚ ପାଇଁ ଟ୍ରେନିଂ ଆରମ୍ଭ ହେଲେ ତାଙ୍କ ଶରୀର କିପରି ସପୋର୍ଟ କରୁଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ଏବେ ପରିବାର ଏବଂ ବନ୍ଧୁମାନଙ୍କ (ଭର୍ଚୁଆଲି) ସହ ସମୟ କଟାଇବାର ବେଳ। ମନରେ ଖୁସି ଆଣିପାରୁଥିବା ମୁଭି ଦେଖୁଛନ୍ତି। ସେ କେବେହେଲେ ମାନସିକ ସ୍ଥିରତା ହରାଇ ନାହାନ୍ତି, ସ୍ବାଭାବିକ ଜୀବନ ଅତିବାହିତ କରୁଛନ୍ତି ବୋଲି ରିଦ୍ଧିମାନ ପ୍ରକାଶ କରିଛନ୍ତି। ସେ ଏବେ ଘରେ ଫିଟ୍‌ନେସ ରୁଟିନ୍‌ କରୁଛନ୍ତି ା ମୁମ୍ବାଇରେ ଦଳ ସହ ଯୋଗଦେବା ପରେ ଫିଟ୍‌ନେସ ଟ୍ରେନିଂ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri