ଆରମ୍ଭ ହୋଇପାରିଲାନି ତଦନ୍ତ

ଖଇରା, ୨୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କୁପାରୀ ଅମ୍ବିକା ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ରହି ଛେଳି ଚରାଉଥିବା ପିଲା ୧୭ତାରିଖରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହେବା, ଭଦ୍ରକରୁ କଟକ ମେଡିକାଲରେ ୩ଦିନ ଧରି ଚିକିତ୍ସିତ ହେବା ପରେ ଶେଷରେ ୨୦ତାରିଖରେ ଆଖିବୁଜିଲେ। ୧୩ବର୍ଷ ବୟସର ଏହି ପିଲାର ମୃତଦେହ ମେଡିକାଲରୁ ଗାଏବ ହୋଇଥିବା ସତ୍ତ୍ୱେ କାହାରି ପାଖରେ ସୂଚନା ନାହିଁ। ଏଭଳିକି ଚାଇଲ୍ଟଲାଇନ ପକ୍ଷରୁ ଲିଖିତ ଅଭିଯୋଗ ଦିଆଯିବାର ୨ଦିନ ବିତିଯାଇଥିଲେ ହେଁ ତଦନ୍ତ ଆରମ୍ଭ ହୋଇ ନ ପାରିବା ପୋଲିସର ସ୍ଥାଣୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସେହିଭଳି ନାବାଳିକାଙ୍କୁ ଘରେ ରଖି ଶ୍ରମିକ ଭାବେ ଗୋତି ଖଟାଇଥିବା ମାଲିକ ଗିରଫ ହେବା ଦୂରେ ଥାଉ ପଚରାଉଚୁରା କରିବାକୁ ମଧ୍ୟ ପୋଲିସ ପାଖରେ ସମୟ ନାହିଁ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ମୃତ ନାବାଳକ ଆମତ୍ାକୁ ନ୍ୟାୟ ଦେବାକୁ ଦାବି ହୋଇଛି। କୁପାରୀ ଅଞ୍ଚଳର ଜଣେ ବ୍ୟକ୍ତି କେନ୍ଦୁଝର ଜିଲାର ରାଇଘାଟି ଅଞ୍ଚଳରୁ ୨ଜଣ ଆଦିବାସୀ ନାବାଳକଙ୍କୁ ଘରେ ରଖି ଛେଳି ଚରାଇବା ସହିତ ଅନ୍ୟାନ୍ୟ ଘରୋଇ କାମରେ ନିୟୋଜିତ କରିଥିଲେ ା ୧୭ତାରିଖ ଦିନ ଗୋଟିଏ ପିଲା ଘର ବାହାରେ କୌଣସି କାର୍ଯ୍ୟ କରୁଥିବା ବେଳେ କରେଣ୍ଟ ଲାଗି ଗୁରୁତର ହୋଇପଡିଥିଲେ। ମାଲିକ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଇ କୁଆଡେ ନିଖୋଜ ହୋଇଯାଇଥିଲେ ା ପରେ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ା ୨୦ତାରିଖରେ ସେ ପିଲାଟି ଆଖି ବୁଜିଥିଲା ା ତା’ପରଠାରୁ ମୃତଦେହ କୁଆଡେ ଗଲା ଆଉ କାହାରି ପାଖରେ ସୂଚନା ନାହିଁ ା ଅନ୍ୟ ନାବାଳକଙ୍କୁ ଖଇରା ଚାଇଲ୍ଡଲାଇନ ଜରିଆରେ ଖଇରା ଥାନାକୁ ଅଣାଯାଇଛି ା ଏ ସମ୍ପର୍କରେ ଖଇରା ଚାଇଲ୍ଡଲାଇନ ନିର୍ଦ୍ଦେଶକ ମଦନମୋହନ ବେହେରାଙ୍କୁ ଯୋଗାଯୋଗ କରିବାରେ ସେ କଟକ ଚାଇଲ୍ଡଲାଇନକୁ ଜଣାଇ ଚିକିତ୍ସା କରାଇବାର ବନ୍ଦୋବସ୍ତ କରାଇଥିଲେ। ମୃତ୍ୟୁ ପରେ ମୃତଦେହ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଥିବା କଥା ଶୁଣୁଥିଲେ ହେଁ ନିଶ୍ଚିତ ନୁହନ୍ତି ବୋଲି କହିଛନ୍ତି ା ତଦନ୍ତ ପାଇଁ ସେ ଖଇରା ଥାନାରେ ଲିଖିତ ଅଭିଯୋଗ କରି ସାରିଥିବା କହିଛନ୍ତି ା କେସ୍‌ ଦାୟିତ୍ୱ ବୁଝୁଥିବା ଖଇରା ଥାନା ଏସ୍‌ଆଇ ରମେଶ ସେଠୀଙ୍କୁ ଯୋଗାଯୋଗ କରିବାରେ ସମୟ ଅଭାବରୁ ସେ ତଦନ୍ତ କାର୍ଯ୍ୟ ଆରମ୍ଭ କରି ପାରି ନ ଥିବା କହିଛନ୍ତି ା ଏହି ମୃତ୍ୟୁକୁ ନେଇ ବଡଧରଣର ଡିଲ୍‌ ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri