ବେକାରି ସମସ୍ୟା ଦୂର ଶ୍ୟାମସୁନ୍ଦରଙ୍କ ଲକ୍ଷ୍ୟ

ସିମୁଳିଆ,୨୩।୫: ଚାକିରି ପଛରେ ଗୋଡ଼ାଇ ନିରାଶ ହେବା ଅପେକ୍ଷା ଛୋଟ ଛୋଟ ଉଦ୍ୟୋଗ କରି ଆମତ୍ନିର୍ଭରଶୀଳ ହେବାକୁ ବାଟ ଦେଖାଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଅଞ୍ଚଳର ଶ୍ୟାମସୁନ୍ଦର ଦାଶ। ଅନ୍ୟମାନଙ୍କୁ ନିଯୁକ୍ତି ଦେଇ ବେକାରୀ ସମସ୍ୟା ଦୂର କରିବାକୁ ସେ ଅଣ୍ଟା ଭିଡିଛନ୍ତି। ଦୈନନ୍ଦିନ ଜୀବନରେ ନଷ୍ଟ ହୋଇଯାଉଥିବା ବର୍ଜ୍ୟବସ୍ତୁକୁ ରିସାଇକେଲିଂ କରି ଉପଯୋଗୀ କରିବାର ଚିନ୍ତାଧାରା ନେଇ ଗତ ୫ବର୍ଷ ହେଲା ସ୍ଥାନୀୟ ଠାକୁରଙ୍କ ନାମରେ ମାତ୍ର ୧୦ଗୁଣ୍ଠ ଜମିରେ ‘ବିଶ୍ୱେଶ୍ୱର ପ୍ଲାଷ୍ଟିକ’ ନାମରେ ଏକ ସଂସ୍ଥା ଖୋଲିଛନ୍ତି। ଏଥିରେ ସେ ୩ଜଣ ଦିବ୍ୟାଙ୍ଗଙ୍କ ସମେତ ୧୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଦୈନନ୍ଦିନ ଜୀବନରେ ନଷ୍ଟ ହୋଇଯାଉଥିବା ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀକୁ ସଂଗ୍ରହ କରି ସେଗୁଡିକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ପରେ ମେଶିନ ସାହାଯ୍ୟରେ ତରଳାଇ ଦାନା ତିଆରି କରି ସେ ବିଭିନ୍ନ ପ୍ଲାଷ୍ଟିକ କାରଖାନାକୁ କଞ୍ଚାମାଲ ଯୋଗାଉଛନ୍ତି।
କଇଁଶୀ ଅଞ୍ଚଳର ତିଳୋତ୍ତମା ଓ ବୃନ୍ଦାବନ ଦାଶଙ୍କ ବଡ଼ପୁଅ ଶ୍ୟାମସୁନ୍ଦର। ବାସୁଦେବପୁର କଲେଜରେ ସେ ଯୁକ୍ତ ୨ ପଢ଼ିବା ପରେ ପାରିବାରିକ ଆର୍ଥିକ ଅସ୍ବଚ୍ଛଳତା କାରଣକୁ ନେଇ ସେ ବାଙ୍ଗାଲୋର ଚାଲିଯାଇଥିଲେ। ସେଠରେ ଦୁଇବର୍ଷ ସୂତାକଳରେ କାମ କରିବା ପରେ ନିଜେ କିଛି କରିବାର ଲକ୍ଷ୍ୟ ନେଇ ଗାଁକୁ ଫେରିଆସିଥିଲେ। ପରେ ମାମୁ ପଦ୍ମନାଭ ଦାଶଙ୍କ ପ୍ରେରଣାରେ ସେ ଆଗକୁ ବଢ଼ିଥିଲେ। ନିଜେ ବିଭିନ୍ନ ଗ୍ୟାରେଜ ଦୋକାନ ବୁଲି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ଡବା ଓ ବୋତଲ ଆଦି ସଂଗ୍ରହ କରିଥିଲେ। ନିଜ ଫ୍ୟାକ୍ଟ୍ରି ପାଇଁ କାନାରା ବ୍ୟାଙ୍କ ପକ୍ଷରୁ ତାଙ୍କୁ ୫ଲକ୍ଷ ଟଙ୍କା ଋଣ ମିଳିଥିଲା। କେବଳ ଇଲେକ୍ଟ୍ରି ସଂଯୋଗରେ ତାଙ୍କର ସାଢେ ୪ ଲକ୍ଷ ଟଙ୍କା ସରିଯାଇଥିଲା ା ପରେ ବିଭିନ୍ନ ଲୋକଙ୍କ ନିକଟରୁ ସେ ଆଉ ୫ଲକ୍ଷ ସୁଧ ଆଣି ଫ୍ୟାକ୍ଟ୍ରି ଆରମ୍ଭ କରିଥିଲେ। ୨୦୧୯ରେ ତାଙ୍କ ଫ୍ୟାକ୍ଟ୍ରିରେ ନିଆଁ ଲାଗି ସମସ୍ତ ସାମଗ୍ରୀ ଜଳିଯାଇଥିଲା ା ପୁଣି ଦୃଢ଼ ମନୋବଳ ଯୋଗୁ ସେ ଉଠିବା ପାଇଁ ଚେଷ୍ଟା କରିଥିଲେ। ବର୍ତ୍ତମାନ ସେ ମାସିକ ପ୍ରାୟ ୫୦ହଜାର ଟଙ୍କା ଟ୍ୟାକ୍ସ ଦେବା ସହିତ ୧୫ଜଣଙ୍କୁ ଦରମା ପ୍ରଦାନ ପରେ ୩୦ରୁ ୪୦ହଜାର ଟଙ୍କା ଆୟ କରୁଥିବା ଶ୍ୟାମସୁନ୍ଦର କୁହନ୍ତି। ତେବେ ସରକାରଙ୍କ ଯୋଜନା ଓ ପ୍ରୋତ୍ସାହନ କେବଳ କାଗଜକଲମ ଓ ବିଜ୍ଞାପନରେ ସୀମିତ ରହୁଥିବାରୁ ଯୁବକମାନେ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ସରକାର ଟ୍ୟାକ୍ସ ବଢ଼ାଇ ଦେବା, ବିଭାଗୀୟ ଅଧିକାରୀମାନେ କମିଶନ କାଟିନେବା, ବିଦ୍ୟୁତ୍‌ ସମସ୍ୟା ଏପରିକି ବିଭିନ୍ନ ଅଞ୍ଚଳର ପୋଲିସ ବର୍ଜ୍ୟବସ୍ତୁ ଗାଡ଼ି ଅଟକାଇ ଚାନ୍ଦା ଜୁଲମ କରିବା ପରି ବିଭିନ୍ନ ସମସ୍ୟା ଥିବାରୁ ଯୁବ ଉଦ୍ୟୋଗୀମାନେ ଆଗେଇ ପାରୁ ନ ଥିବା ସୂଚନା ଦେଇଛନ୍ତି ଶ୍ୟାମସୁନ୍ଦର। ଶ୍ୟାମଙ୍କ ମା’ବାପା ତାଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କ ସ୍ତ୍ରୀ ସର୍ବେଶ୍ୱରୀ ରେକର୍ଡ଼ପତ୍ର କାମରେ ସାହାଯ୍ୟ କରୁଥିବାରୁ କିଛିଟା ଦାୟିତ୍ୱ ତାଙ୍କର କମି ଯାଇଛି। ତେବେ ଆଗାମୀ ୨୦ବର୍ଷ ଆଗକୁ ଲକ୍ଷ୍ୟ ରଖି ଯୋଜନା କଲେ ଯୁବକମାନେ ଆଗେଇପାରିବେ ବୋଲି କହିଛନ୍ତି ଶ୍ୟାମସୁନ୍ଦର ା


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri