ଡେଲାଙ୍ଗରେ ଲୁଣାର ଉଗ୍ରରୂପ

ପୁରୀ ଅଫିସ/କଣାସ/ଡେଲାଙ୍ଗ/ନିମାପଡ଼ା (ସ୍ବ.ପ୍ର./ଡି.ଏନ୍‌.ଏ), ୨ା୯ : ଦୟା, ରାଜୁଆ, ଭାର୍ଗବୀ, ଧନୁଆ ପରେ ଏବେ ପୁରୀ ଜିଲାରେ ଲୁଣା ନଦୀ ଉଗ୍ରରୂପ ଧାରଣ କରିଛି। ଲୁଣା ନଦୀର ପାଣି ଡେଲାଙ୍ଗ ବ୍ଲକର ଅନେକ ଅଞ୍ଚଳକୁ ବୁଡ଼ାଇ ଦେଇଛି। ବିଶେଷକରି ଡେଲାଙ୍ଗ-କଣାସ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ବହୁ ଗଁା ଭିତରେ ବି ପାଣି ପଶିଛି। ସେପଟେ ଦୟାରୁ ପାଣି ଖସୁ ନ ଥିବାରୁ କଣାସ ଅଞ୍ଚଳବାସୀ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଶହ ଶହ ପରିବାର ଘରଦ୍ୱାର ଛାଡ଼ିି ନଦୀ ବନ୍ଧରେ ରହିଥିବା ବେଳେ ଅନେକ ପରିବାର କୋଠା ଛାତରେ ଆଶ୍ରୟ ନେଇଛନ୍ତି। ଦୟା ଓ ରାଜୁଆ ନଦୀର ଘାଇ ଦେଇ ଏବେ ବି କଣାସର ବିଭିନ୍ନ ଅଞ୍ଚଳକୁ ପାଣି ମାଡୁଛି। ସେହିପରି ପୁରୀ ସଦର ବ୍ଲକରେ ଭାର୍ଗବୀ, ନିମାପଡ଼ା ବ୍ଲକରେ ଧନୁଆ ନଦୀ ବନ୍ଧବାଡ଼ ଦେଇ ଜନବସତିକୁ ପଶିଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଦିଆଯାଉଥିଲେ ବି ଅନେକ ବିପନ୍ନ ବଞ୍ଚତ୍ତ ରହିଛନ୍ତି।
ଦୟା ନଦୀର ଉଦ୍‌ବୃତ୍ତ ବନ୍ୟାଜଳ କଣ୍ଟି କାଜ ଦେଇ ପ୍ରଥମେ ଲୁଣା ନଦୀରେ ପଡ଼ିଥିଲା। କିନ୍ତୁ ଦୟାରେ ବନ୍ୟାପାଣି ବଢୁଥିବାରୁ ଲୁଣାନଦୀ ପାଣି ଉଛୁଳି ଚାଇଁପୁର, ଅରିଶଲ, ସିଂହବ୍ରହ୍ମମପୁର, ଡେଲାଙ୍ଗ କୋଠବାଡ଼, ସୁଜନପୁର ଓ ମୁନିନ୍ଦା ପଞ୍ଚାୟତରେ ପଶିଛି। ତେଣୁ ବିଭିନ୍ନ ରାସ୍ତାରେ ବନ୍ୟାପାଣିର ସୁଅ ଛୁଟୁଥିବାବେଳେ ଅନେକ ଗଁା ପ୍ରଭାବିତ ହୋଇଛି। ମୁନିନ୍ଦା ପଞ୍ଚାୟତରେ ବନ୍ୟାପାଣି ଅଧିକ କ୍ଷତି ଘଟାଇଛି। ପଞ୍ଚାୟତର ଶଙ୍ଖପାଟ, ଡାକପଡ଼ା, ବେଲପଡ଼ା, ମୁନିନ୍ଦା ଗଁା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଡେଲାଙ୍ଗ-କଣାସ ରାସ୍ତାର ଡେଲାଙ୍ଗରୁ ମୁନିନ୍ଦା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଫୁଟେ ଦେଢଫୁଟର ପାଣି ଚାଲୁଛି। ସେହିପରି ବେରବୋଇ ଲେଭଲ କ୍ରସିଂଠାରୁ ଡେଲାଙ୍ଗ ହାଟ ମଧ୍ୟରେ ରାମଚନ୍ଦ୍ରପୁର, ପ୍ରାଣୀ ଚିକିତ୍ସାଳୟ ଆଦି ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ମୁନିନ୍ଦା ପଞ୍ଚାୟତର ସେବତୀପୁର, ବରକେରା, ମୋହନପୁର, ଚାନ୍ଦୋଳ, ଅଳଉତା ଏବଂ ସାନମୁନିନ୍ଦା ଗଁାର ଗହୀର ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ଯଦି ପାଣି ନ କମେ ତେବେ ଉପରୋକ୍ତ ଗଁା ଭିତରକୁ ପାଣି ପଶିବା ସମ୍ଭାବନା ରହିଛି। ସେହିପରି କଣାସ ବ୍ଲକରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଦୟା ନଦୀର ନୂଆସାହି ଘାଇ ଯୋଗୁ ପ୍ରାୟ ୨୦ ହଜାର ଲୋକ ବିପନ୍ନ ହୋଇପଡ଼ିଛନ୍ତି। ଉଜୁଡ଼ିଯାଇଛି ଚାଷ। ଗଁା, ଘର ବନ୍ୟାପାଣିରେ ଏକାକାର ହୋଇଯାଇଛି। ଘର ଭିତରେ ୫/୬ ଫୁଟର ପାଣିଥିବାବେଳେ ରାସ୍ତା ଉପରେ ବି ସୁଅ ଚାଲୁଛି। ପାଣ୍ଡିଆକେରା, ଗଡ଼ବଡପୁଟ, ସାନପୁଟ ପଞ୍ଚାୟତର ପ୍ରାୟ ୩୦ ଗଁାରେ ବନ୍ୟା ପାଣି ବଢୁଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଗୃହପାଳିତ ପ୍ରାଣୀଙ୍କ ଅବସ୍ଥା ମଧ୍ୟ ଦୟନୀୟ ହୋଇପଡ଼ିଛି। କଣାସର ଅନେକ ପରିବାର ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଗୋଟିଏ ବେଳା ରନ୍ଧାଖାଦ୍ୟ ଦିଆଯାଉଛି। ତଥାପି ଅନେକ ବିପନ୍ନଙ୍କ ପାଖରେ କୌଣସି ସହାୟତା ପହଞ୍ଚତ୍ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri