ବିସ୍ଫୋରଣ ସ୍ଥଳକୁ ଦେଖି ଥରିଲେ ଆହତ କର୍ମଚାରୀ

ଭୁବନେଶ୍ୱର,୧୧। ୧୦(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ରବିବାର ୫ଦିନ ବିତିଛି। ହେଲେ ବିସ୍ଫୋରଣକୁ ସାମ୍ନା କରିଥିବା ଲୋକ, ପେଟ୍ରୋଲ ପମ୍ପ କର୍ମଚାରୀ ଓ ଅନ୍ୟମାନଙ୍କ ମନରେ ଏବେବି ଭୟ ଯାଇନି। ସାମାନ୍ୟ ଆହତ ହୋଇ ଘରକୁ ଫେରିଥିବା କର୍ମଚାରୀ ଏତେ ଛାନିଆ ହୋଇପଡିଛନ୍ତି ଯେ ସେମାନଙ୍କ ଆଖିରୁ ନିଦ ହଜିଯାଇଛି। ଘଟଣାକୁ ମନେ ପକାଇ ଖାଇବା ଶୋଇବାବେଳେ ବାଉଳି ହେଉଛନ୍ତି। ଶନିବାର ଦୁଇଜଣ କର୍ମଚାରୀ ଚନ୍ଦ୍ରମଣି ବେହେରା ଓ ଅନ୍ୟଜଣେ ନିଜ ବାଇକ୍‌ ନେବାକୁ ଉକ୍ତ ପମ୍ପରେ ପହଞ୍ଚତ୍ଥିଲେ ମଧ୍ୟ ଘଟଣାସ୍ଥଳକୁ ଦେଖି ଭୟରେ ଥରି ଉଠିଥିଲେ। ଏପରି କି ସେମାନେ ଏହା ପରିସରକୁ ଯାଇ ନ ପାରିବାରୁ ଅନ୍ୟମାନେ ତାଙ୍କୁ ବାଇକ୍‌ ଆଣି ଦେଇଥିଲେ। ହେଲେ ହାତ ଥରୁଥିବାରୁ ସହଯୋଗୀଙ୍କ ସହ ନିଜ ବାଇକ୍‌ରେ ବସି ଘରକୁ ଯାଇଥିଲେ।
କିଛି ସମୟର ରହଣି ଭିତରେ ଚନ୍ଦ୍ରମଣି ବିସ୍ଫୋରଣର ଛାତିଥରା କାହାଣୀ କହିଥିଲେ। ବିସ୍ଫୋରଣସ୍ଥଳର କିଛି ଦୂରରେ ରହି ସେ ଗ୍ରାହକଙ୍କ ଗାଡିରେ ପେଟ୍ରୋଲ ପକାଉଥିଲେ। ଏହି ସମୟରେ ହଠାତ୍‌ ମାଟି ଭିତରୁ ଏକ ଶବ୍ଦ ହୋଇଥିଲା। ମାଟି ଥରି ଉଠିବା ପରେ ହଠାତ୍‌ ପ୍ରଚଣ୍ଡ ଶବ୍ଦରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସେ ପଛକୁ ଅନାଇବାବେଳକୁ ବାଇକରେ ଥିବା ଜଣେ ବ୍ୟକ୍ତି ୨୦ଫୁଟ ଉପରକୁ ଉଠିଯିବା ସହ ଉପରେ ଖଣ୍ଡଖଣ୍ଡ ହୋଇଯାଇଥିଲେ। ସେ ଜୀବନ ବିକଳରେ ଦୌଡୁଥିବାବେଳେ ତାଙ୍କ ଉପରେ ଏକ ଲୁହା ପ୍ଲେଟ ପଡିଥିଲା। ଆହତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ବିସ୍ଫୋରଣ ହୋଇଥିବା ସିଏନ୍‌ଜି ୟୁନିଟ୍‌ରେ ସେତେବେଳେ ୫ଜଣ ବ୍ୟକ୍ତି କାମ କରୁଥିଲେ ବୋଲି ସେ କହିଛନ୍ତି। ଅନ୍ୟପଟରେ କେବଳ ସୀମାଞ୍ଚଳ ପରିଡ଼ା ନୁହେଁ, ଅନ୍ୟଜଣେ ନିଖୋଜ ଥିବା ତାଙ୍କ କଥାରୁ ଜଣାପଡୁଛି। କାରଣ ଉକ୍ତ ୫ଜଣଙ୍କ ମଧ୍ୟରୁ ଜଣଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇ ଏବେବି ସେଠାରେ ଚିକିତ୍ସିତ ହେଉଛନ୍ତି ଓ ଆଉଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚତୁର୍ଥ ବ୍ୟକ୍ତିଜଣକ ନିଖୋଜ ଥିବା ସୀମାଞ୍ଚଳ ବୋଲି କୁହାଯାଇଛି। କିନ୍ତୁ ଅନ୍ୟଜଣଙ୍କ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇ ନ ଥିଲେ ମଧ୍ୟ କେତେଜଣ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲକୁ ଯାଇ ବାରମ୍ବାର ପଚରାଉଚରା କରୁଛନ୍ତି। ଅନ୍ୟପକ୍ଷରେ ପୋଲିସ ଦୁଇଟି ଖପୁରି ସହ ହାଡ଼ମାଂସ ପରିମାଣକୁ ଦେଖିଲେ ତାହା ୨ଜଣଙ୍କର ବୋଲି ଜଣାପଡୁଛି।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଜଣେ ନିଖୋଜ ହୋଇଥିବା ନେଇ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ଜଣଙ୍କ ନିଖୋଜ ନେଇ କେହି ଅଭିଯୋଗ କରିବାକୁ ଆସିନାହାନ୍ତି। ଘଟଣାସ୍ଥଳରୁ ଜବତ ହୋଇଥିବା ଖଣ୍ଡବିଖଣ୍ଡିତ ମାଂସକୁ ଶୁକ୍ରବାର ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ପଠାଯାଇଛି। ଏଥିସହ ସୀମାଞ୍ଚଳଙ୍କ ପରିବାର ଲୋକଙ୍କ ଡିଏନ୍‌ଏ ସାମ୍ପୁଲ ନିଆଯିବ। ରିପୋର୍ଟ ଆସିବା ପରେ କେତେଜଣଙ୍କର ମୃତ୍ୟୁ ଘଟିଛି, ତାହା ଜଣାପଡିବ ବୋଲି ସେ କହିଛନ୍ତି। ଏପଟେ ଏହି ଘଟଣା ପରେ ଏବେ ସହରର ଅନ୍ୟ ପେଟ୍ରୋଲ ପମ୍ପ୍‌ କର୍ତ୍ତୃପକ୍ଷ ସାମାନ୍ୟ ଚେତିଛନ୍ତି। ଟାଙ୍କିରେ ପେଟ୍ରୋଲ, ଡିଜେଲ ଲୋଡ଼୍‌ ସମୟରେ ବନ୍ଦ କରାଯାଉଛି। ନିୟମିତ ସମୟରେ ସୁରକ୍ଷା ଯାଞ୍ଚ କରାଯାଉଛି। ଏପରି କି କର୍ମଚାରୀଙ୍କୁ ନିଅଁା ଲିଭାଇବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି।

 

ଆହତଙ୍କୁ ମିଳୁନି ମାଗଣା ଚିକିତ୍ସା
ବିସ୍ଫୋରଣ ସମୟରେ ପେଟ୍ରୋଲ ଟାଙ୍କି କର୍ମଚାରୀ ଚନ୍ଦ୍ରମଣି ବେହେରାଙ୍କ ଉପରେ ଏକ ବିଶାଳ ଲୁହା ପ୍ଲେଟ୍‌ ପଡ଼ିବାରୁ ତାଙ୍କ କାନ୍ଧ ଭାଙ୍ଗିଯାଇଛି। ହେଲେ ତାଙ୍କର ମାଗଣା ଚିକିତ୍ସା କରାଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲ ଯାଉଥିଲେ ମଧ୍ୟ ଡାକ୍ତରଙ୍କ ସହଯୋଗ ମିଲୁନି। ଆଇଓସିଏଲ୍‌ ପକ୍ଷରୁ ଆର୍ଥିକ ସହଯୋଗ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ କେହି ତାଙ୍କ ସହ ଏଯାଏ ଯୋଗାଯୋଗ କରୁନାହାନ୍ତି। ଇଏସ୍‌ଆଇ ହସ୍ପିଟାଲ ଯିବା ପାଇଁ ଚାହୁଁଥିଲେ ମଧ୍ୟ ମାଲିକଙ୍କ ନିକଟରେ ସମସ୍ତ କାଗଜପତ୍ର ରହିଛି। ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ରହୁଥିବାରୁ ଯୋଗାଯୋଗ ହୋଇପାରୁନି। ସେହିପରି ଅନ୍ୟଜଣେ ବ୍ୟକ୍ତି ମଧ୍ୟ ବାଇକ ନେବାକୁ ଆସିଥିବାବେଳେ ସମାନ କଥା କହିଛନ୍ତି। ବିସ୍ଫୋରଣଠାରୁ ତାଙ୍କ କାନକୁ କିଛି ଶୁଭୁନାହିଁ। ତାଙ୍କ କାନଗିରି ଫାଟି ଯାଇଥିବା ଡାକ୍ତର କହୁଛନ୍ତି। ସେ କ୍ୟାପିଟାଲ ସହ ଘରୋଇ ହସ୍ପିଟାଲକୁ ଯାଉଥିଲେ ମଧ୍ୟ କେହି ସହଯୋଗ କିମ୍ବା ଗୁରୁତ୍ୱ ଦେଇନାହାନ୍ତି। ଚିକିତ୍ସା ପାଇଁ କେଉଁଠୁ ଅର୍ଥ ପାଇବୁ ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri