ଓଡ଼ିଆ ଭାଷାରେ ଇଂଲିଶର ପ୍ରଭାବ

ଭାଷା ନିଜର ଅସ୍ତିତ୍ୱକୁ ବଜାୟ ରଖି ତା’ ପଥରେ ମିଳୁଥିବା ଧାରାକୁ ଗ୍ରହଣ କରେ। ଭାଷାର ସମ୍ମିଶ୍ରଣରେ ପରିବର୍ତ୍ତନ ହେବା ଏକ ସ୍ବାଭାବିକ ପ୍ରକ୍ରିୟା। ପରିବର୍ତ୍ତନଶୀଳ ଧାରାରେ ବିଭିନ୍ନ ଭାଷା ସଂସ୍ପର୍ଶରେ ଓଡ଼ିଆ ଭାଷା ହୋଇଛି ସମୃଦ୍ଧ। ଏହି ପରିବର୍ତ୍ତନୀୟ ପ୍ରକ୍ରିୟା ଫଳରେ ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର, ଶିକ୍ଷା, ପ୍ରଶାସନିକ ଏବଂ ସାହିତ୍ୟ ଆଦି କ୍ଷେତ୍ରରେ ଇଂଲିଶ୍‌ ଭାଷାର ପ୍ରଭାବ ବୃଦ୍ଧି ପାଇଛି। ତେବେ ଇଂଲିଶ୍‌ ଭାଷା କାହିଁକି ଏତେ ବିସ୍ତାର ଲାଭ କରିଛି? ଯଦି କିଛି ବର୍ଷ ପୂର୍ବକୁ ଯିବା ଦେଖିବା, ଏହା ପଛରେ ରହିଛି ଅନେକ କୂଟନୈତିକ କାରଣ। ପ୍ରଥମେ ପର୍ତ୍ତୁଗୀଜ୍‌ମାନେ ଭାରତକୁ ଆସି ବାଣିଜ୍ୟ କାରବାର କଲେ । ୟୁରୋପୀୟମାନେ ୧୬୦୦ ମସିହାରେ ଭାରତକୁ ଆସିଲେ। ଜାହାଙ୍ଗୀରଙ୍କଠାରୁ ଅନୁମତି ନେଇ ସୁରତରେ ଏକ ବାଣିଜି୍ୟକ କୋଠା ନିର୍ମାଣ କରି ପସରା ମେଲାଇଥିଲେ। ସେହିପରି ୧୬୩୩ରେ ବ୍ରିଟିଶ୍‌ମାନେ ଓଡ଼ିଶାର ହରିହରପୁର ଓ ବାଲେଶ୍ବରରେ ବାଣିଜି୍ୟକ କାରବାର କରି ଇଂଲିଶ୍‌ ଭାଷାର ପ୍ରବେଶ ପଥକୁ ସୁଗମ କରିଥିଲେ।
ଔରଙ୍ଗ୍‌ଜେବଙ୍କ ମୃତ୍ୟୁପରେ ମୋଗଲ ଶାସନ ଦୁର୍ବଳ ହୁଏ। ଏହାର ସୁଯୋଗ ନେଇ ମରହଟ୍ଟାମାନେ ଓଡ଼ିଶାରେ ସାମ୍ରାଜ୍ୟ ବିସ୍ତାର କଲେ। କିନ୍ତୁ ଅନ୍ୟ ଏକ ମୋଡ଼ ନିଏ ୧୮୦୩ରେ। ବ୍ରିଟିଶ୍‌ମାନେ ଦ୍ବିତୀୟ ଆଙ୍ଗ୍ଲୋମରାଠା ସମୟରେ ମରହଟ୍ଟାଙ୍କୁ ପରାସ୍ତ କରି ଓଡ଼ିଶାର ଉପକୂଳ ଅଞ୍ଚଳ ଦଖଲ କରିବା ସହ ଗଡ଼ଜାତ ରାଜ୍ୟଗୁଡ଼ିକୁ ପରୋକ୍ଷରେ ଶାସନ କଲେ। ଫଳରେ କେବଳ ବାଣିଜି୍ୟକ ପ୍ରଭାବ ନୁହେଁ, ବରଂ ଧର୍ମଗତ ସାଂସ୍କୃତିକ କ୍ଷେତ୍ରରେ ଇଂଲିଶ୍‌ ଭାଷାର ପ୍ରଭାବ ବୃଦ୍ଧି ପାଇଲା। ପରବର୍ତ୍ତୀ ସମୟରେ ୧୮୨୨ରେ ମିଶ୍‌ନାରୀମାନେ ଖ୍ରୀଷ୍ଟଧର୍ମ ପ୍ରଚାର କରି କଟକରେ ଏକ ଆଧୁନିକ ସ୍କୁଲ ପ୍ରତିଷ୍ଠା କଲେ। ଯାହାଫଳରେ ଉତ୍ତମ ଶିକ୍ଷା ଓ ଚାକିରି ପାଇଥିବା ଲୋକ ସେହି ଧର୍ମ ପ୍ରତି ଆକୃଷ୍ଟ ହୋଇ ଧର୍ମ ପରିବର୍ତ୍ତନ କରିବାକୁ ଲାଗିଲେ। ଫଳରେ ଓଡ଼ିଆ ଭାଷାର ବିଘଟନ ଘଟି ଇଂଲିଶ୍‌ ଭାଷା ସୁଦୂର ପ୍ରସାରୀ ହେଲା ଏବଂ ଓଡ଼ିଆ ଭାଷାରେ ଖ୍ରୀଷ୍ଟଧର୍ମ ଗ୍ରନ୍ଥ ଅନୂଦିତ ହେବାକୁ ଲାଗିଲା। କେବଳ ଏତିକିରେ ଏହାର ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ, ବରଂ ୧୮୩୫ରେ ଲର୍ଡ ମ୍ୟାକେଲ୍‌ଙ୍କ ଶିକ୍ଷାନୀତି ଉଚ୍ଚଶିକ୍ଷା କ୍ଷେତ୍ରରେ ଇଂଲିଶ୍‌ ପଢ଼ିବାକୁ ବାଧ୍ୟ କଲା। ଇଂରେଜଙ୍କ ଉଦ୍ଦେଶ୍ୟ ଥିଲା ‘ରକ୍ତ ରଙ୍ଗରେ ଭାରତୀୟ, କିନ୍ତୁ ପସନ୍ଦ ନୈତିକ ଭାବନାରେ ଇଂରେଜ’। ଦିନକୁ ଦିନ ଇଂଲିଶ୍‌ ଭାଷା ପ୍ରସାର ବିସ୍ତାର କରି ୧୮୩୪ରେ ଓଡ଼ିଶାରେ କୋର୍ଟ କଚେରିରେ ବ୍ୟବହାର ହେଲା। ଫଳରେ ଇଂଲିଶ୍‌ ଭାଷା ଦୃଢ଼ ହୋଇ ଓଡ଼ିଆ ଭାଷା ଅସ୍ତିତ୍ୱ ହରାଇବାକୁ ଲାଗିଲା। ଏହା ବ୍ୟତୀତ ପ୍ରଶାସନିକ କ୍ଷେତ୍ରରେ ବିଭିନ୍ନ ବିଭାଗରେ ଯେପରି ପୋଲିସ ବିଭାଗରେ ଲୁଟ୍‌, ୱାରେଣ୍ଟ ଏବଂ ଅର୍ଥ ରାଜସ୍ବ ବିଭାଗରେ ଆକ୍ସନ, ଆକ୍ଟ ସେନା ବିଭାଗରେ ଆଟମ୍‌ ବମ୍‌ ଇତ୍ୟାଦି ଶବ୍ଦର ବ୍ୟବହାର ବୃଦ୍ଧି ପାଇଲା। ଫଳରେ ଇଂଲିଶ୍‌ ଶବ୍ଦର ବ୍ୟବହାର ଦିନକୁଦିନ ଓଡ଼ିଆ ଶବ୍ଦଭଣ୍ଡାରରେ ବୃଦ୍ଧି ପାଇବା ହେତୁ ଓଡ଼ିଆ ଭାଷାରେ ଏହାର ପ୍ରଭାବ କାଳକ୍ରମେ ଅଧିକ ପ୍ରଚଳନ ହେଲା। ଯେପରିକି ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପ୍ରଭାବ ମାଦଳା ପାଞ୍ଜିରେ ଇଂଲିଶ୍‌ ଶବ୍ଦରେ ଦେଖିବାକୁ ମିଳେ। ଯଥା ଗଭର୍ନର, ଡିସମ୍ବର, ହାଇକୋର୍ଟ। ଫକୀରମୋହନ ସେନାପତିଙ୍କ ଛଅ ମାଣ ଆଠଗୁଣ୍ଠରେ ରେବତୀ ଇଂଲିଶ୍‌ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ ଥିଲା। ବ୍ରଜନାଥ ବଡ଼ଜେନାଙ୍କ ସମର ତରଙ୍ଗରେ ସୋଲଫ ଶବ୍ଦର ବ୍ୟବହାର। ଇଂଲିଶ୍‌ ଭାଷାର ପ୍ରଚଳନ ଫଳରେ ଶିକ୍ଷାକ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼ିଲା। ଯଥା- ସ୍କୁଲ୍‌, କଲେଜ, ପେନ୍‌, ପରୀକ୍ଷା, ରିପୋର୍ଟ ଆଦି ଦେଖିବାକୁ ମିଳେ। ପତ୍ରପତ୍ରିକା ମଧ୍ୟ ଏଥିରୁ ବାଦ୍‌ ପଡ଼ି ନଥିଲେ। ଫକୀରମୋହନ ସେନାପତିଙ୍କ ‘ଉତ୍କଳ ଭ୍ରମଣ’ରେ ବ୍ୟାକ୍‌ୱାର୍ଡ ମୁସଲ୍‌ମାନ ପାଇବେ ଚାକିରି, ହାଃ ହାଃ… ଓଡ଼ିଆମାନେ ଫରୱାର୍ଡ଼ ଭାରି। ସି. ଲେସିଙ୍କ ସମ୍ପାଦନାରେ ‘ପ୍ରବୋଧ ଚନ୍ଦ୍ରିକାରେ’ ନୋଟ୍‌, ଲେଡି, ବ୍ୟାଙ୍କ ଆଦି ବ୍ୟବହାର ହୋଇଛି। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ରେ କମ୍ପ୍ୟୁଟର ସେଟିଂ, ଡିଜାଇନିଂ ଆଦି ଶବ୍ଦ ଦେଖାଯାଏ। କେବଳ ସେତିକି ନୁହେଁ, ଓଡ଼ିଆ ଅଭିଲେଖ, ଦଶପଲ୍ଲାରୁ ପ୍ରାପ୍ତ ଓଡ଼ିଶାର ଏକ ସରକାରୀ ଅଭିଲେଖରେ ଇଂଲିଶ୍‌ ଶବ୍ଦ କରନେଲ, କୁମ୍ପାନୀ ଦେଖିବାକୁ ମିଳେ। ଦୈନନ୍ଦିନ ଜୀବନରେ ଏବଂ ବିଭିନ୍ନ ଗଣମାଧ୍ୟମରେ ଏହାର ବହୁଳ ପ୍ରଚାର ହୋଇଥାଏ। ଆଜିର ବ୍ରେକିଂ ନ୍ୟୁଜ୍‌ ଜାଣିବା ପାଇଁ ଆମ ଚ୍ୟାନେଲ୍‌ ସହ ଯୋଡ଼ିରୁହନ୍ତୁ। ରେଡିଓରେ ଆଜିର ପ୍ରୋଗ୍ରାମକୁ ହୋଷ୍ଟ କରୁଛନ୍ତି। ଖବରକାଗଜରେ ମୁଖ୍ୟମନ୍ତ୍ରୀ ଏକ ପ୍ରେସ୍‌ କନ୍‌ଫରେନ୍ସର ଆୟୋଜନ କରିଛନ୍ତି। ସାଧାରଣ ଜୀବନରେ ମୁଁ ମିଟିଂରେ ଅଛି, ତୁମକୁ ବହୁତ ମିସ୍‌ କରୁଛି ଆଦି ଶବ୍ଦ ପ୍ରୟୋଗ ଦେଖିବାକୁ ମିଳେ।
ଓଡ଼ିଆ ଭାଷା ନିଜର ଲିପି ବ୍ୟବହାର କରେ। ଓଡ଼ିଆ ଭାଷା ସମୃଦ୍ଧ ହୋଇଥିଲେ ବି ଇଂଲିଶ୍‌ ଭାଷାର ମିଶ୍ରଣ ଫଳରେ ଓଡ଼ିଆ ଅସ୍ମିତାର ସୁରକ୍ଷା ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଦିନକୁଦିନ ଓଡ଼ିଆ ଭାଷା ପ୍ରତି ଲୋକଙ୍କର ଉଦାସୀନତା ବୃଦ୍ଧି ପାଇଛି।

ରାନୀ ନାୟକ
ଢେଙ୍କାନାଳ
ମୋ: ୭୬୦୬୯୯୬୦୫୩

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?