ସଂକ୍ରମଣ ୧ଲକ୍ଷ ୩୧ ହଜାର ପାର୍‌

ଭୁବନେଶ୍ୱର, ୯ା୯(ବ୍ୟୁରୋ): କରୋନାରେ ରାଜ୍ୟରେ ଦୈନିକ ୩ହଜାର ଉପରେ ଆକ୍ରାନ୍ତ ହେଉଛନ୍ତି। ଶେଷ ୨୪ ଘଣ୍ଟା ମଧ୍ୟରେ ୪୧,୨୭୫ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୩,୪୯୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୨୦୯୪ଜଣ ଥିବାବେଳେ ୧୩୯୬ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି।
ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ପୂର୍ବଭଳି ଖୋର୍ଦ୍ଧା ଜିଲାରେ ପୁଣି ସର୍ବାଧିକ ୫୩୫ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି କଟକ ଜିଲାରୁ ୩୭୬ଜଣ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗୀର ୧୧୦, ରାୟଗଡ଼ା ୨୦୬, ପୁରୀ ୨୧୭, ଯାଜପୁର ୧୭୮, ମୟୂରଭଞ୍ଜ ୨୦୭ , ଝାରସୁଗୁଡ଼ା ୧୦୩, ସୁବର୍ଣ୍ଣପୁର ୧୦୭ ଓ ନୂଆପଡ଼ା ଜିଲାରୁ ୧୦୨ଜଣ ରହିଛନ୍ତି। ଏଥିସହ ଅନ୍ୟସବୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏହା ତଳକୁ ରହିଛି। ତେବେ ପୂର୍ବରୁ ଶୀର୍ଷରେ ରହିଆସୁଥିବା ଗଞ୍ଜାମ ଜିଲାରୁ ମାତ୍ର ୬୯ଜଣ ପଜିଟିଭ୍‌ ବାହାରିଥିବାବେଳେ ବୌଦ୍ଧ ଜିଲାରୁ ସର୍ବନିମ୍ନ ୨୫ଜଣ ନୂଆ ଆକ୍ରାନ୍ତ ରହିଛନ୍ତି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨୨,୭୧୭ଜଣ ସଂକ୍ରମିତ ହୋଇଥିବାବେଳେ ଏହା ତଳକୁ ରହିଥିବା ଗଞ୍ଜାମରେ ସଂକ୍ରମିତଙ୍କ ସଂଖା ୧୮,୮୧୨ ପହଞ୍ଚତ୍ଛି। ସେହିଭଳି କଟକ ୧୧,୧୨୭, ରାୟଗଡ଼ା ୫୬୬୮, ମୟୂରଭଞ୍ଜ ୫୦୮୦, ଯାଜପୁର ୫୦୬୬, ସୁନ୍ଦରଗଡ଼ ୫୦୦୭, ପୁରୀ ୪୮୪୦, ବାଲେଶ୍ୱର ୪୫୨୭, କୋରାପୁଟ ୪୨୪୪, ବରଗଡ଼ ୩୬୮୦, ନୟାଗଡ଼ ୩୪୭୨, ସମ୍ବଲପୁର ୩୪୬୦, ଭଦ୍ରକ ୩୪୫୭, କେନ୍ଦ୍ରାପଡ଼ା ୩୩୯୪, ଗଜପତି ୩୦୪୭, ମାଲକାନଗିରି ୨୬୦୭, କନ୍ଧମାଳ ୨୫୨୦, କେନ୍ଦୁଝର ୨୫୦୭, ଜଗତ୍‌ସିଂହପୁର ୨୪୬୩, ବଲାଙ୍ଗୀର ୨୨୦୯, ଢେଙ୍କାନାଳ ୨୧୪୫, ଝାରସୁଗୁଡ଼ା ୨୦୭୮, କଳାହାଣ୍ଡି ୧୬୭୭, ନବରଙ୍ଗପୁର ୧୫୧୨, ଅନୁଗୋଳ ୧୩୭୫, ସୁବର୍ଣ୍ଣପୁର ୧୨୯୧, ନୂଆପଡ଼ା ୯୮୮, ବୌଦ୍ଧ ୮୬୮ ଓ ଦେବଗଡ଼ରେ ସବୁଠାରୁ କମ୍‌ ୨୯୨ ଆକ୍ରାନ୍ତ ହୋଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଆଉ ୧୩ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୯କୁ ବୃଦ୍ଧି ପାଇଛି। ପୁରୀରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ୬୦ବର୍ଷୀୟ ମହିଳା ଓ ଅନ୍ୟ ଦୁଇଜଣ ୪୫ ଓ ୬୦ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ରାୟଗଡ଼ା, ଗଞ୍ଜାମ ଓ ମୟୂରଭଞ୍ଜରୁ ୨ଜଣ ଲେଖାଏ ଏବଂ ଭୁବନେଶ୍ୱର, କଟକ, କନ୍ଧମାଳ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri