ଶିଳ୍ପଜିଲା ହେବ ସୌନ୍ଦର୍ଯ୍ୟମୟ

ଅନୁଗୋଳ ଅଫିସ, ୧୫।୨( ଅମିତ କୁମାର ସାମଲ):  ପ୍ରକୃତିକୁ ଉପଭୋଗ କରିବାକୁ ଅନୁଗୋଳ ଆସୁଥିବା ପର୍ଯ୍ୟଟକ କେବଳ ସାତକୋଶିଆ ବୁଲି ଫେରିବେ ନାହିଁ। ଡେରଜାଙ୍ଗ ଡ୍ୟାମ୍‌ର ଆକର୍ଷଣ ସେମାନଙ୍କୁ ସେଠାକୁ ଟାଣିନେବ। ବନ୍ଧ ଉପର ବେଞ୍ଚ ମନକୁ ଶୀତଳ କରିଦେବ। ରାଣୀଗୁଡ଼ା ପୁଷ୍କରିଣୀର ଓ୍ବାଟର ଫାଉଣ୍ଟେନ ଆଖି ଝଲସାଇଦେବ। ନନ୍ଦିରା ନାଳ ଜଳକୁ ସ୍ପର୍ଶ କରି ଫୁଟ୍‌ ଓଭରବ୍ରିଜ୍‌ରେ ଚାଲିବାକୁ ପର୍ଯ୍ୟଟକ ନିଶ୍ଚିତ ଆଗ୍ରହ ଦେଖାଇବେ।
ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲା ହେବ ସୌନ୍ଦର୍ଯ୍ୟମୟ। ଡେରଜାଙ୍ଗ ଡ୍ୟାମ୍‌ ଠାରୁ ଆରମ୍ଭ କରି ନନ୍ଦିରା ନାଳ ଯାଏ ପର୍ଯ୍ୟଟକଙ୍କୁ ଆକର୍ଷିତ କଲାଭଳି ଅନେକ ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯିବ। ଏସବୁ ସ୍ଥାନରେ ଓ୍ବାଟର ଫାଉଣ୍ଟେନ, ବୋଟିଂ, ଭୋଜି ପିଣ୍ଡି, ଫୁଟ୍‌ ଓଭରବ୍ରିଜ୍‌, ଓ୍ବାଚ୍‌ ଟାଓ୍ବାର ଆଦି ନିର୍ମାଣ କରାଯିବ। ଜିଲାରେ ଏପରି ଟୁରିଜମ୍‌ ସର୍କିଟ୍‌ ଉପରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଥିବାରୁ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଡେରଜାଙ୍ଗ ଡ୍ୟାମ୍‌କୁ ନୂଆ ରୂପ ଦିଆଯିବ। ବନ୍ଧ ରାସ୍ତାରେ ପର୍ଯ୍ୟଟକଙ୍କ ପାଇଁ ଚେୟାର ବ୍ୟବସ୍ଥା ହେବ। ସେଠାରେ ବସି ଆଗନ୍ତୁକମାନେ ସୂର୍ଯ୍ୟୋଦୟ ସହ ସୂର୍ଯ୍ୟାସ୍ତକୁ ଉପଭୋଗ କରିପାରିବେ। ଡ୍ୟାମ୍‌ ପାର୍ଶ୍ୱରେ ଭୋଜି ପିଣ୍ଡି ନିକଟରେ ପାନୀୟ ଜଳ, ଡଷ୍ଟବିନ୍‌, ଶୌଚାଳୟ ସହ ଅନ୍ୟ ସୁବିଧା କରାଯିବ। ପିଣ୍ଡି ଅପରପାର୍ଶ୍ୱରେ ଅତ୍ୟାଧୁନିକ ପାର୍କ ରହିବ। ପର୍ଯ୍ୟଟକମାନେ ଏଠାରେ ମନଫୂର୍ତ୍ତି ସହ ଛୋଟ ପିଲାମାନେ ଖେଳକୁଦ କରିପାରିବେ। ଡ୍ୟାମ୍‌ ବନ୍ଧ ଉପରେ ଥିବା ଲାଇଟ୍‌ଗୁଡ଼ିକର ମରାମତି କରାଯିବ। ରଙ୍ଗିନ ଏଲ୍‌ଇଡି ଆଲୋକରେ ଡେରଜାଙ୍ଗ ପ୍ରୋଜେକ୍ଟ ଝଲସିବ। ବୋଟିଂ ସୁବିଧା ହୋଇ ନ ପାରିଲେ ନାରଣ ସାଗରରେ କରାଯିବ। ସେହିପରି ରାଣୀଗୁଡ଼ା ପୁଷ୍କରିଣୀରେ ଓ୍ବାଟର ଫାଉଣ୍ଟେନ୍‌ ଯୋଜନା ରହିଛି। ପୁଷ୍କରିଣୀ ମଝିରେ ଏକ ମୂର୍ତ୍ତି ନିକଟରେ ପାଣିର ନୃତ୍ୟ ବେଶ୍‌ ମନୋମୁଗ୍ଧକର ହେବ। କୂଳରେ ଭଳକି ଭଳି ଗଛ ଲଗାଯିବ। ବିଦେଶୀ ଶୈଳୀରେ ଏଠାରେ ବନିଶୀ ପକାଇ ପର୍ଯ୍ୟଟକମାନେ ମାଛ ଧରିପାରିବା ଭଳି ବ୍ୟବସ୍ଥା ରହିବ। କୁକୁଡ଼ାଙ୍ଗସ୍ଥିତ ନନ୍ଦିରା ନାଳ ଉପରେ ଅତ୍ୟାଧୁନିକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରାଯିବ। ପାଣିରେ ଗୋଡ଼ ବୁଡ଼ାଇ ବସିବାଭଳି ବେଞ୍ଚ, ଚୌକି ପ୍ରସ୍ତୁତ କରାଯିବ। ଏକ କୃତ୍ରିମ ୱାଟରଫଲ ଏଠାରେ ରହିବ। ନାଳ ଅପରପାର୍ଶ୍ୱ ୨୩ ଏକର ଜାଗାରେ ଆମ୍ବ ସହ ବିଭିନ୍ନ ଗଛ ଲଗାଯାଇ ଏକ ବଗିଚା କରାଯିବ। ଚଟ୍‌ପଟା ଓ ଅନ୍ୟ ସ୍ବାଦିଷ୍ଠ ଖାଦ୍ୟଦ୍ରବ୍ୟ ମିଳିବ। ଉପରୁ ପୂରା ଅଞ୍ଚଳର ସୌନ୍ଦର୍ଯ୍ୟ ଦେଖିହେବା ଭଳି ୱାଚ୍‌ ଟାୱାର ନିର୍ମାଣକ ହେବ। ଏହାଛଡ଼ା ଜିଲାର ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଉନ୍ନତୀକରଣ ମଧ୍ୟ ପର୍ଯ୍ୟାୟକ୍ରମେ କରାଯିବ। ଜିଲାରେ ଏହି ଟୁରିଜମ୍‌ ସର୍କିଟ ନିର୍ମାଣ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri