Posted inଖେଳ

ଜାନୁୟାରୀରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଟୁରରେ ଯିବ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ଖୁବ୍‌ଶୀଘ୍ର ଭାରତୀୟ ମହିଳା ହକି ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଜାନୁୟାରୀରେ ମହିଳା ଦଳ ଆର୍ଜେଣ୍ଟିନା ଟୁର କରିବ। ଏଥିସହିତ ଭାରତୀୟ ମହିଳା ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଫେରିବା ନିଶ୍ଚିତ ହୋଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ସାରା ବିଶ୍ୱରେ ହକି ପ୍ରତିଯୋଗିତା ଗୁରୁତରଭାବେ ପ୍ରଭାବିତ ହେବା ସହ ବନ୍ଦ ରହିଥିଲା।
୨୫ ଜଣ ଖେଳାଳିଙ୍କୁ ନେଇ ଏକ କୋର୍‌ ଗ୍ରୁପ୍‌ ଓ ୭ଜଣ ସପୋର୍ଟ ଷ୍ଟାଫ୍‌ ଜାନୁୟାରୀ ୩ ତାରିଖରେ ଭାରତୀୟ ଦଳ ନୂଆଦିଲ୍ଲୀରୁ ଆର୍ଜେଣ୍ଟିନା ଯାତ୍ରା କରିବ। ଆର୍ଜେଣ୍ଟିନା ବିପକ୍ଷରେ ଭାରତ ୮ଟି ମ୍ୟାଚ ଖେଳିବ ଓ ୧୭ ତାରିଖରୁ ଏହି ସିରିଜ ଆରମ୍ଭ ହେବ। ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ। ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଆଉ ପାଖାପାଖି ୨୦୦ ଦିନ ରହିଛି। ତେଣୁ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ସହ ଖେଳିବା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ଅଧିନାୟିକା ରାନୀ ରାମପାଲ କହିଛନ୍ତି। ଏହି ଗସ୍ତ ନେଇ ସାରା ଦଳ ବେଶ୍‌ ଉତ୍ସାହିତ ରହିଛି। ବେଙ୍ଗାଲୁରୁରେ ଦୀର୍ଘ ୫ ମାସଧରି ଜାତୀୟ କ୍ୟାମ୍ପରେ ରହିଥିଲୁ। ଏବେ ଏହି ଗସ୍ତରେ ଆମକୁ ଏକ୍ସପୋଜର ମିଳିବ ବୋଲି ସେ କହିଛନ୍ତି। ୨୦୨୦ ଜାନୁୟାରୀରେ ଭାରତ ଶେଷଥର ପାଇଁ ଅନ୍ତର୍ଜାତୀୟ ଗସ୍ତ କରିଥିଲା। ନ୍ୟୁଜିଲାଣ୍ଡ ଟୁରରେ ଯାଇ ଭାରତ ୫ ମ୍ୟାଚବିଶିଷ୍ଟ ସିରିଜ ଖେଳିଥିଲା। ଉଭୟ ନ୍ୟୁଜିଲାଣ୍ଡ ଓ ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଥିଲା। ପାଖାପାଖି ଗୋଟିଏ ବର୍ଷ ପରେ ଆମେ ପୁଣି ଥରେ ଅନ୍ତର୍ଜାତୀୟ ହକି ମ୍ୟାଚ ଖେଳିବାକୁ ଯାଉଛି। ତେଣୁ ଏହା ନିଶ୍ଚିତ ଭାବେ ଖୁସିର ବିଷୟ। ଅଲିମ୍ପିକ୍ସ ପ୍ରସ୍ତୁତିରେ ଏହି ଗସ୍ତ ସହାୟ ହେବ ବୋଲି ମୁଖ୍ୟ ଜୋଏର୍ଡ ମାରିଜନେ କହିଛନ୍ତି। ହକି ଇଣ୍ଡିଆ ଓ ଆର୍ଜେଣ୍ଟିନାର ଜାତୀୟ ଆସୋସିଏଶନ ଏହି ସିରିଜ ପାଇଁ ବାୟୋ ବବଲ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି।
ହୋଟେଲରେ ଭାରତୀୟ ଖେଳାଳିଙ୍କୁ ସ୍ବତନ୍ତ୍ର ରୁମ୍‌ ମିଳିବ। ଖାଇବା, ଟିମ୍‌ ମିଟିଂ ଓ ବିଭିନ୍ନ ସେସନ ପାଇଁ ସ୍ବତନ୍ତ୍ର ଜୈବ ସୁରକ୍ଷିତ ପରିବେଶ ସୃଷ୍ଟି କରାଯିବ। ଗସ୍ତ ସାରା ଗୋଟିଏ ରୁମ୍‌ରେ ଦୁଇଜଣ ଖେଳାଳି ରହିବେ। ଏପରିକି ଟିମ୍‌ ବସ୍‌ରେ ମଧ୍ୟ ସମାନ ଦୁଇ ଖେଳାଳି ପାଖାପାଖି ବସିବେ। ଏହି ଗସ୍ତ ସତର୍କତା ସହ ଯୋଜନା କରାଯାଇଛି। ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ହକି ଇଣ୍ଡିଆ ଓ ସାଇକୁ ଆମେ କୃତଜ୍ଞତା ଜଣାଉଛୁ ବୋଲି ରାନୀ କହିଛନ୍ତି। ପ୍ରୋଟୋକଲ ଅନୁସାରେ ଦଳର କୌଣସି ସଦସ୍ୟଙ୍କୁ ବାୟୋ ବବଲ ବାହାରକୁ ଯିବା ପାଇଁ ଦିଆଯିବ ନାହିଁ। ଯାତ୍ରର ୭୨ ଘଣ୍ଟା ପୂର୍ବରୁ ଦଳର ସବୁ ସଦସ୍ୟ କୋଭିଡ୍‌-୧୯ ଆରଟି-ପିସିଆର ଟେଷ୍ଟର ସମ୍ମୁଖୀନ ହେବେ। ତେବେ ଆର୍ଜେଣ୍ଟିନାରେ ପହଞ୍ଚିବା ପରେ କ୍ୱାରାଣ୍ଟାଇନ୍‌ର ରହିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri