Categories: ଖେଳ

୪୧ ବର୍ଷ ପରେ କ୍ୱାର୍ଟରରେ ଭାରତୀୟ ମହିଳା ହକି ଦଳ

ଟୋକିଓ,୧ା୮: ଭାରତୀୟ ମହିଳା ହକି ଦଳ ଇତିହାସ ରଚିଛି। ମହିଳା ଦଳ ଦୀର୍ଘ ୪୧ ବର୍ଷ ପରେ ପ୍ରଥମଥର ପାଇଁ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଚଳିତ ଟୋକିଓ ଅଲିମ୍ପିକ୍ସରେ ରାଣୀ ରାମପାଲଙ୍କ ନେତୃତ୍ୱାଧୀନ ଭାରତ ଏହି ଐତିହାସିକ ସଫଳତା ହାସଲ କରିଛି। ଶନିବାର ଭାରତ ପୁଲ୍‌ ଏ’ରେ ତା’ର ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଥିଲା। ତେବେ ଏହି ବିଜୟ କ୍ୱାର୍ଟର ଫାଇନାଲ ଟିକେଟ ପାଇଁ ଯଥେଷ୍ଟ ନ ଥିଲା। ଗ୍ରେଟ୍‌ ବ୍ରିଟେନ ଅନ୍ୟ ଏକ ପୁଲ୍‌ ଏ ମୁକାବିଲାରେ ଆୟର୍ଲାଣ୍ଡକୁ ୨-୦ ଗୋଲରେ ହରାଇବା ପରେ ଭାରତ ପାଇଁ ରାସ୍ତା ଫିଟି ଥିଲା। ବ୍ରିଟେନର ବିଜୟ ଭାରତ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ଓ ଶେଷରେ ଭାରତ କ୍ୱାର୍ଟର ଫାଇନାଲ ଟିକେଟ ହାସଲ କରିଥିଲା। ଭାରତ ଏବେ କ୍ୱାର୍ଟର ଫାଇନାଲରେ ପୁଲ୍‌ ବି’ର ଶୀର୍ଷରେ ଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସୋମବାର ଭେଟିବ। ପ୍ରତ୍ୟେକ ପୁଲ୍‌ର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

 

Share