Categories: ଖେଳ

ଚିଲି ସିନିୟର ସହ ଡ୍ର’ ରଖିଲା ଭାରତୀୟ ଜୁନିୟର ମହିଳା ଦଳ

ସାଣ୍ଟିଆଗୋ, ୨୩ା୧ (ପି.ଟି.)- ଭାରତର ଜୁନିୟର ମହିଳା ହକି ଦଳ ଚିଲିର ସିନିୟର ଦଳ ବିପକ୍ଷ ମ୍ୟାଚ୍‌ ୨-୨ରେ ଡ୍ର’ ରଖିଛନ୍ତି। ପ୍ରିନ୍ସ ଅଫ୍‌ ଓ୍ବେଲ୍ସ କଣ୍ଟ୍ରି କ୍ଲବଠାରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ତରଫରୁ ଦୀପିକା(୪୦ତମ ମିନିଟ୍‌) ଓ ଗଗନଦୀପ କୌର (୫୫ତମ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ବିପକ୍ଷ ଦଳର ମାରିଆନା ଡେଲ୍‌ ଜେସସ ଲାଗୋସ୍‌ (୨୧ତମ) ଓ ଫର୍ନାଣ୍ଡା ଭିଲାଗ୍ରାନ୍‌ (୫୧ତମ) ଗୋଲ ଦେଇଥିଲେ। ଟୁର୍‌ରେ ଥିବା ଭାରତୀୟ ଦଳର ଏହା ଥିଲା ଚତୁର୍ଥ ମ୍ୟାଚ। କ୍ରମାଗତ ୩ ବିଜୟ ପରେ ଦଳର ଏହା ପ୍ରଥମ ଡ୍ର ମ୍ୟାଚ ଥିଲା। ଭାରତୀୟ ଜୁନିୟର ଦଳ ଚିଲିର ସିନିୟର ଦଳ ବିପକ୍ଷରେ ପୁଣି ପଛକୁ ପଛ ଦୁଇଟି ମ୍ୟାଚ ଶନି ଓ ରବିବାର ଖେଳିବ।

Share