Categories: ଖେଳ

ଭାରତୀୟ ଜାଭେଲିନ୍‌ ଥ୍ରୋ ଦଳ ଭୁବନେଶ୍ୱରରେ

ଭୁବନେଶ୍ୱର, ୪ା୧୨ (ସ୍ପୋଟର୍‌ସ ବ୍ୟୁରୋ)-ଭାରତୀୟ ଜାଭେଲିନ୍‌ ଥ୍ରୋ ଦଳର ଏଲିଟ ସଦସ୍ୟମାନେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଉତ୍ତରଭାରତରେ ଶୀତ ଲହରି ଯୋଗୁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପଟିଆଲାସ୍ଥିତ ଏହାର ଟ୍ରେନିଂବେସ୍‌ରୁ ଜାଭେଲିନ୍‌ ଥ୍ରୋ ଦଳକୁ ଭୁବନେଶ୍ୱର ସ୍ଥାନାନ୍ତର କରିଛି। ନୀରଜ ଚୋପ୍ରା ଓ ଶିବପାଲ ସିଂଙ୍କ ସମେତ ଜାଭେଲିନ୍‌ ଦଳର ଏଲିଟ ସଦସ୍ୟମାନେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍‌ ପ୍ରସ୍ତୁତି ପାଇଁ ଟ୍ରେନିଂ ନେବେ। ଏଏଫ୍‌ଆଇ ଅନୁରୋଧ ରକ୍ଷା କରି ଓଡ଼ିଶା ସରକାର ଟ୍ରେନିଂ କ୍ୟାମ୍ପ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ନୀରଜ ଓ ଶିବପାଲଙ୍କ ବ୍ୟତୀତ ରାଜିନ୍ଦର ସିଂ, ରୋହିତ ଯାଦବ ଏବଂ ଅନୁ ରାଣୀ ମଧ୍ୟ ଏହି ଦଳରେ ରହିଛନ୍ତି। ସେମାନଙ୍କ ସହ ୟୁଓ୍ବି ହନ୍‌ (କୋଚ୍‌), ଡକ୍ଟର କ୍ଲାଉସ୍‌ (କୋଚ୍‌), ମିଷ୍ଟର ଈଶାନ, ଦର୍ଶନ ଶେଟ୍ଟୀ(ଫିଜିଓ) ଏବଂ ମିଷ୍ଟର ଦିମିତ୍ରି (ମାଲିସ୍‌ବାଲା) ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି।

Share