Posted inଖେଳ

ଭାରତୀୟ କ୍ରିକେଟ୍‌ ଦଳକୁ ଚେତାବନୀ

ଲର୍ଡସ,୧୯।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ତେବେ ଇଂଲଣ୍ଡ ଦଳ ଏଥିରେ ଆଦୌ ବିଚଳିତ ହେଉନାହିଁ ବୋଲି କୋଚକ୍ରିସ ସିଲଭରଉଡ କହିଛନ୍ତି। ସେ ଯୁଦ୍ଧ କରିବାକୁ ଭୟ କରନ୍ତି ନାହିଁ, ଯଦି ଟିମ ଇଣ୍ଡିଆ ତାଙ୍କୁ ନିମ୍ନ ଦେଖାଇବାକୁ ଚେଷ୍ଟା କରେ ତେବେ ସେ ଏହାର ଜବାବ ଦେବେ। ଏହା ଏକ ଭଲ ଟେଷ୍ଟ ଥିଲା, କିନ୍ତୁ ଫଳାଫଳକୁ ନେଇ ଆମେ ନିରାଶ ହୋଇଛୁ । ପଡ଼ିଆରେ କିଛି ବିତର୍କ ଥିଲା। ମୁଁ ଭାବୁଛି ଏହା ଭଲ ଅଟେ। ଖେଳାଳିମାନେ ପରସ୍ପର ସହ ସଂଘର୍ଷ କରିଥିଲେ ଏବଂ ମୁଁ ଏହାକୁ ଉପଭୋଗ କରିଥିଲି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଜସପ୍ରୀତ ବୁମ୍‌ରା ଜେମ୍ସ ଆଣ୍ଡରସନଙ୍କୁ ଏକ ବାଉନ୍ସର୍‌ ବୋଲିଂ କରିଥିଲେ। କିନ୍ତୁ ଆଣ୍ଡରସନ ଏହାକୁ ପସନ୍ଦ କରି ନ ଥିଲେ ଏବଂ ଫେରିବା ସମୟରେ ସେ ବୁମ୍‌ରାଙ୍କୁ କିଛି କହିଥିଲେ। ଏହା ପରେ ବିବାଦ ଆରମ୍ଭ ହୋଇଥିଲା। ଲର୍ଡସରେ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଛି। ତୃତୀୟ ଟେଷ୍ଟ ଅଗଷ୍ଟ ୨୫ରୁ ହେଡିଙ୍ଗଲିରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏସ୍‌ ଓପନ୍‌: ବୁଷ୍ଟାଙ୍କୁ ସେମିରେ ଭେଟିବେ ଜେଭେରେଭ

ନ୍ୟୁୟର୍କ,୧୦।୯(ଏପି): ୟୁଏସ୍‌ ଓପନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ୫ମ ସିଡ୍‌ ମାନ୍ୟତା ପାଇଥିବା ଜର୍ମାନୀର ଆଲେକଜାଣ୍ଡାର ଜେଭେରେଭ ଓ...

ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)- ଆସନ୍ତା ମେ ୬ରୁ ୧୧ ପର୍ଯ୍ୟନ୍ତ  ଜୟୁପରସ୍ଥିତ ସଓ୍ବାଇ ମାନସିଂ ଷ୍ଟାଡିୟମରେ ମହିଳା ଟି୨୦ ଚ୍ୟାଲେଞ୍ଜ ସିରିଜ ଖେଳାଯିବ। ଏଥିରେ ଭାଗନେବାକୁ...

ସ୍ଲୋ ଓଭର ରେଟ୍‌ ବୋଲିଂ ପାଇଁ ଭାରତକୁ ଜରିମାନା

ସିଡ୍‌ନୀ, ୧୦ା୧୨ (ପି.ଟି.)-ଏଠାରେ ମଙ୍ଗଳବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ସ୍ଲୋ ଓଭର-ରେଟ୍‌ ବୋଲିଂ ପାଇଁ ଭାରତୀୟ କ୍ରିକେଟ ଦଳକୁ ଏହାର...

ହାମିଲଟନଙ୍କୁ ପୋଲ ପୋଜିଶନ

ମୁଗେଲୋ (ଇଟାଲୀ), ୧୩ା୯ (ଏପି)-ଟସ୍କାନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ପାଇଁ ଲୁଇସ୍‌ ହାମିଲଟନ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲଟେରି ବୋଟାସ୍‌ଙ୍କୁ .୦୫୯...

ଆଇସୋଲେଶନ କ୍ୟାମ୍ପ୍‌ ପାଇଁ ଆଇସିସିର ସୁପାରିସ

ଦୁବାଇ, ୨୩ା୫ (ପି.ଟି.): କରୋନାଭାଇରସ୍‌ ଯୋଗୁ କ୍ରିକେଟ ବନ୍ଦ ରହିଛି। ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଖେଳକୁ ପୁଣି ଆରମ୍ଭ କରିବା ଲାଗି ଯୋଜନା କରୁଛି।...

ଟସ୍‌ ଜିତିଲା ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ତ୍ରିନିଦାଦର କ୍ୱିନ୍ସ...

ରୋନାଲ୍ଡୋଙ୍କ ଦରମା ଅନ୍ୟ ଖେଳାଳିଙ୍କ ୩ ଗୁଣା

ରୋମ,୧୧।୯: ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସିରି ଏ’ ଲିଗ୍‌ରେ ସର୍ବାଧିକ ଦରମା ପାଉଥିବା ଖେଳାଳି। ତାଙ୍କ ବାର୍ଷିକ ଦରମା ଅନ୍ୟ ଖେଳାଳିଙ୍କ ଆୟଠାରୁ ପ୍ରାୟ...

ସୁଲତାନ ଜୋହର କପ୍‌ ହକି: ଲଢ଼େଇ କରି ହାରିଲା ଭାରତ

ଜୋହର ବାହରୁ, ୧୬।୧୦-ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଜାପାନଠାରୁ ହାରି ଯାଇଛି।...

Advertisement
Archives

Model This Week