୨୪ଘଣ୍ଟା ପରେ ବି ମିଳିଲାନି ପରିଚୟ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ହତ୍ୟା ଜଳଜଳ। ହେଲେ ଅଭିଯୋଗ ଓ ମୃତକଙ୍କ ପରିଚୟ ନ ଥିବାରୁ ପୂରା ଘଟଣା ରହସ୍ୟାବୃତ୍ତ ହୋଇଯାଉଛି। ଅନେକ ମାମଲାରେ ପୋଲିସ ମୃତକଙ୍କ ପରିଚୟ ନ ପାଇ ଫାଇଲ୍‌ ବନ୍ଦ କରିଦେଇଥିବା ମଧ୍ୟ ନଜିର ରହିଛି। ମଞ୍ଚେଶ୍ୱର ଥାନା ବରିମୁଣ୍ଡ ନିକଟ କୁଆଖାଇ ନଦୀପଠା ବାଲି ଭିତରୁ ଯୁବକଙ୍କ ମୃତଦେହ ଜବତ ଘଟଣାକୁ ନେଇ ସମାନ ଆଶଙ୍କା ପ୍ରକାଶ ପାଇଲାଣି। କାରଣ ଘଟଣାର ୨୪ ଘଣ୍ଟା ପୂରିଥିଲେ ମଧ୍ୟ ପୋଲିସ ମୃତକଙ୍କ ପରିଚୟ ପାଇପାରିନାହିଁ। ମୃତଦେହଟି ପଚିଶଢ଼ି ଯାଇଥିବାବେଳେ ମୁହଁର ୫୦ ଭାଗରୁ ଊର୍ଦ୍ଧ୍ୱ ନଷ୍ଟ ହୋଇଯାଇଥିବାରୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି। ମୃତ ଯୁବକଙ୍କ ପରିଚୟ ପାଇଁ ପୋଲିସ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ନିଖୋଜ ଯୁବକଙ୍କ ତଥ୍ୟ ଯୋଗାଡ କରିବା ଆରମ୍ଭ କରିଛି। ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଶୁକ୍ରବାର ପୁରୀ ଜିଲା ପିପିଲି ଓ ସାତଶଙ୍ଖ ଥାନା ଅଞ୍ଚଳକୁ ଯାଇଥିଲା। ଏହି ଦୁଇ ଥାନାରେ ହୋଇଥିବା ଦୁଇଟି ମିସିଂ ରିପୋର୍ଟ ନଦୀପଠାରୁ ଉଦ୍ଧାର ମୃତଦେହର କିଛି ସାମଞ୍ଜସ୍ୟ ଥିବାରୁ ପୋଲିସ ସେଠାକୁଯାଇ ପଚରାଉଚରା କରିଛି। ଏଥିସହିତ ଭୁବନେଶ୍ୱର ଗାଡ଼କଣ ଗ୍ରାମର ନିଖୋଜ ଜଣେ ଯୁବକଙ୍କ ପରିବାରକୁ ଭେଟି ତଥ୍ୟ ସଂଗ୍ରହ କରିଛି। ଅନ୍ୟପକ୍ଷରେ ଶୁକ୍ରବାର ମଞ୍ଚେଶ୍ୱର ଥାନାକୁ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିଖୋଜ ସଂକ୍ରାନ୍ତ ଅଭିଯୋଗ ନେଇ ଆସିଥିଲେ। ସେମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା। ହେଲେ କୌଣସି ତଥ୍ୟ ନଦୀପଠା ମୃତଦେହ ସହ ମିଶୁ ନ ଥିବାରୁ ପୋଲିସ ଅନ୍ୟ ଅଭିଯୋଗକୁ ଅପେକ୍ଷା କରିବା ସହ ପୋଷ୍ଟର ଲଗାଇବାକୁ ଯୋଜନା କରିଛି।
ବୁଧବାର ଅପରାହ୍ନରେ ସ୍ଥାନୀୟ କେତେଜଣ ଯୁବକ ନଦୀପଠାକୁ ବୁଲିବାକୁ ଯାଇଥିବାବେଳେ ପାପୁଲି, ପ୍ୟାଣ୍ଟ ଓ ଚପଲ ବାଲୁ ଉପରକୁ ବାହାରିଥିବା ଦେଖିତ୍ଥିଲେ। ସେଠାରେ ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ ସନ୍ଦେହ କରି ସେମାନେ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ଥିଲେ ମଧ୍ୟ ରାତି ହୋଇଯିବାରୁ ସେଠାରେ କ୍ୟାମ୍ପ୍‌ କରି ଜଗି ରହିଥିଲା। ଗୁରୁବାର ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଉକ୍ତ ସ୍ଥାନକୁ ଯାଞ୍ଚ୍‌ କରି ପରୀକ୍ଷା କରିବା ସହ ବିିଭିନ୍ନ ନମୁନା ସଂଗ୍ରହ କରିଥିଲା। ତାଙ୍କ ଡାହାଣ କାନରେ ଏକ କୁଣ୍ଡଳ ରହିଥିବା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରୁ ଲାଲ୍‌-ନୀଳ ରଙ୍ଗର ଏକ ଚପଲକୁ ପୋଲିସ ଜବତ କରିଥିଲା। ସେ ଫୁଲ୍‌ ପ୍ୟାଣ୍ଟ ସହ ଶାର୍ଟ ପିନ୍ଧିଥିବାବେଳେ ଶରୀରରେ କୌଣସି ସ୍ଥାନରେ କ୍ଷତ ଚିହ୍ନ ମିଳି ନ ଥିଲା।
ଭୁବନେଶ୍ୱର ବାହାରର ସନ୍ଦେହ
ମୃତ ଯୁବକଙ୍କ ପରିଚୟ ଏବେ କମିଶନେରଟ ପୋଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ଏଥିପାଇଁ ପୋଲିସ ଦିନରାତି ଏକ କରିଥିବାବେଳେ ଯୁବକ ଜଣକ ଭୁବନେଶ୍ୱରର କେହି ହୋଇ ନ ଥିବା ପୋଲିସ ସନ୍ଦେହ କରୁଛି। ଭୁବନେଶ୍ୱର କିମ୍ବା ରାଜ୍ୟ ବାହାରର ହୋଇଥାଇପାରନ୍ତି ବୋଲି ଆଶଙ୍କା କରି ବାହାର ଥାନାରେ ହୋଇଥିବା ମିସିଂ ରିପୋର୍ଟ ଯାଞ୍ଚ ପାଇଁ ଉଦ୍ୟମ ହେଉଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡୁନି, ଭିସେରା ଭରସା
ନଦୀପଠାରେ ପୋତା ହୋଇଥିବା ମୃତଦେହକୁ ବାଲିରୁ ବାହାର କରାଯିବା ପରେ ବ୍ୟବଚ୍ଛେଦ ନିମନ୍ତେ ଏମ୍‌ସ ପଠାଯାଇଥିଲା। ଶୁକ୍ରବାର ବ୍ୟବଚ୍ଛେଦର ପ୍ରାରମ୍ଭିକ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟ ଅନୁସାରେ ଉକ୍ତ ଯୁବକଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହେବ। ଓଜନ ୪୬ କେଜି ଏବଂ ଉଚ୍ଚତା ୫ ଫୁଟ ୮ଇଞ୍ଚ। ମୃତକଙ୍କ ଦେହରୁ ବିଷ କିମ୍ବା କେମିକାଲର ନମୁନା ମିଳିନାହିଁ। ଏଥିସହିତ ମୃତ ଦେହରେ କୌଣସି ବ୍ୟକ୍ତିଙ୍କ ଫିଙ୍ଗର ପ୍ରିଣ୍ଟ କିମ୍ବା ତଣ୍ଟିଚିପି ମରାଯିବାର ମଧ୍ୟ କୌଣସି ଚିହ୍ନ ନ ଥିବା ଜଣାପଡ଼ିଛି। ତେବେ ଥାନାକୁ ଉକ୍ତ ରିପୋର୍ଟ ପହଞ୍ଚତ୍ ନ ଥିବା ଏସିପି କହିଛନ୍ତି। ମୃତଦେହ ଜବତବେଳେ ଶରୀରେ କୌଣସି କ୍ଷତ ନ ଥିବାରୁ ଯୁବକଙ୍କୁ ଶ୍ୱାସରୁଦ୍ଧ କରାଯାଇ କିମ୍ବା ବିଷ ପିଆଇ ହତ୍ୟା କରାଯାଇଥିବା ପୋଲିସ ପ୍ରଥମେ ସନ୍ଦେହ କରୁଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟରେ ଏବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାରୁ ପୋଲିସକୁ ଏବେ ଭିସେରା ରିପୋର୍ଟ ଭରସା। ଯୁବକଙ୍କର କେମିତି ମୃତ୍ୟୁ ହୋଇଛି, ତାଙ୍କୁ ହତ୍ୟା କରାଯାଇଛି ନା ନାହିଁ, ଏ ସମସ୍ତ ଘଟଣା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ...

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri