୭ଦିନ ଭିତରେ ଟଙ୍କା ନ ମିଳିଲେ ଧାରଣା

ବାହାନଗା, ୧୬।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତିରେ ଦୀର୍ଘ ୩ ବର୍ଷ ତଳେ ଚାଷୀମାନେ ମିଲ୍‌ରେ ଧାନ ବିକ୍ରି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟଙ୍କା ପାଇପାରି ନାହାନ୍ତି ା ଆଗାମୀ ୭ଦିନ ମଧ୍ୟରେ ଚାଷୀ ସେମାନଙ୍କ ବିକ୍ରି କରିଥିବା ଶସ୍ୟର ଟଙ୍କା ନ ପାଇବେ ତେବେ ମିଲ୍‌ ସାମ୍ନାରେ ଚାଷୀମାନେ ଅହୋରାତ୍ର ଧାରଣାରେ ବସିବାକୁ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଏ ବିଷୟରେ ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲାପାଳ ଓ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
୨୦୧୮-୧୯ ଖରିଫ ଚାଷ ଅମଳ ପରେ ସରକାରଙ୍କ ନିୟମ ଅନୁଯାୟୀ ପଣପଣା ସେବା ସମବାୟ ସମିତି ଜରିଆରେ ଖନ୍ତାପଡା ଥାନା ମୂଳକୁଡେଇ ଗ୍ରାମରେ ଥିବା ରମାଦେବୀ ରାଇସ୍‌ ମିଲ୍‌ରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ୪୦ଜଣ ଚାଷୀ ୧୫୦୦ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ସେତେବେଳେ ସରକାରୀ ଦର ଅନୁଯାୟୀ ୨୬ ଲକ୍ଷ ୨୫ ହଜାର ଟଙ୍କା ହୋଇଛି ା ମାତ୍ର ଉକ୍ତ ଟଙ୍କର ଧାନ ବିକ୍ରି କରିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସି ନ ଥିଲା। ଏ ବିଷୟରେ ଚାଷୀମାନେ ସେବା ସମବାୟ ସମିତିକୁ ଦୌଡି ନୟାନ୍ତ ହେଲା ପରେ ସରକାରଙ୍କ ପକ୍ଷରୁ ଅଧିକ ଧାନ ନେବା ପାଇଁ ଆଉ ଟାର୍ଗେଟ ଆସୁନାହିଁ ବୋଲି ଜାଣିବାକୁ ପାଇଥିଲେ। ଫଳରେ ସମିତି ଅଧିକାରୀଙ୍କ କଥା ଅନୁଯାୟୀ ସେମାନେ ମିଲ୍‌ରେ ଧାନ ସିଧା ନେଇ ବିକ୍ରି କରିଥିଲେ ା ମାତ୍ର ସରକାରଙ୍କ ପକ୍ଷରୁ ସେବର୍ଷ ଅଧିକ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଆସି ନ ଥିଲା ା ଯାହାକି ୪୦ଜଣ ଚାଷୀ ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଧାନ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ା ସେମାନେ ଏନେଇ ମିଲ୍‌ ମାଲିକ, ଜିଲାପାଳଙ୍କ ସମେତ ଖାଉଟି ଓ ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ନୟାନ୍ତ ହୋଇଥିଲେ ମଧ୍ୟ କେହି ସେମାନଙ୍କ ପ୍ରାପ୍ୟ ଦେଉନାହାନ୍ତି ା ତେବେ ମିଲ୍‌ ମାଲିକ ସେମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟ ୧୭୫୦ରେ ଟଙ୍କା ଦେଇପାରିବ ନାହିଁ ା ଚାଷୀଙ୍କ ଧାନ ଖୋଲା ବଜାରରେ ଦର ୧୬ଶହ ଟଙ୍କା ଦରରେ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେହି ଟଙ୍କା ନ ଦେଇ ଗଡେଇ ଚାଲିଛି ମିଲର। ଚାଷୀମାନେ ମିଲ୍‌ ମାଲିକଙ୍କୁ ଟଙ୍କା ମାଗିବାରୁ ସେମାନଙ୍କୁ ମାଲିକ ଧମକଚମକ ଦେଉଥିବା ଚାଷୀ ସୁରକ୍ଷା କମିଟିର ଆବାହକ ପ୍ରଦୀପ୍ତ ବେହେରା ପ୍ରକାଶ କରିଛନ୍ତି ା ତେବେ ୭ ଦିନ ମଧ୍ୟରେ ଯଦି ମିଲର କିମ୍ବା ପ୍ରଶାସନ ଚାଷୀଙ୍କ ବିକ୍ରି କରିଥିବା ଟଙ୍କା ନ ଦିଅନ୍ତି ତେବେ ସେମାନେ ମିଲ୍‌ ସାମ୍ନାରେ ଅହୋରାତ୍ର ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏହ ବୈଠକ ପଣପଣା ବଜାରରେ ଅନୁଷ୍ଠିତ ହୋଇଥିଲା ା ମଞ୍ଚ ସଭାପତି ପ୍ରଦୀପ୍ତ ବେହେରା ପୌରୋହିତ୍ୟ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ପାତ୍ର, ସରପଞ୍ଚ ରମାକାନ୍ତ ମଳିକ, ଗୌରାଙ୍ଗ ବାରିକ, ଦୟାନିଧି ଗିରି, ନରେଶ କୁମାର ମଣ୍ଡଳ, ଶରତ ବେହେରା, ଉପେନ୍ଦ୍ର ମଣ୍ଡଳ, ସୁଶାନ୍ତ ସ, ରମାକାନ୍ତ ପ୍ରଧାନ, ପ୍ରଭାକର ଶତପଥି ପ୍ରମୁଖ ଚାଷୀ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri