ସାତପଡ଼ାରେ ପ୍ରତିଷ୍ଠା ହେବ ବରଫକଳ

ପୁରୀ ଅଫିସ,୨୮ା୧୨: ପୁରୀ ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ ନିୟମ ଏବଂ କାର୍ଯ୍ୟକାରିତା ସଂକ୍ରାନ୍ତ କର୍ମଶାଳା ରବିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏଥିରେ ଜିଲାପାଳ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିଲେ। ମାଛ ଉତ୍ପାଦନ ଓ ପ୍ୟାକେଜିଂ ଉପରେ ଗୁରୁତ୍ୱ ଦିଆଯିବା ସହ ମାଛ ସଂରକ୍ଷଣ ପାଇଁ ସାତପଡ଼ାରେ ବରଫକଳ ପ୍ରତିଷ୍ଠା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। କର୍ମଶାଳାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରଫକଳ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଛନ୍ତି। ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଆୟ ବୃଦ୍ଧି ନିମନ୍ତେ ପରାମର୍ଶ ଦେଇଛନ୍ତି। ଜିଲାପାଳ କହିଛନ୍ତି, ଆଗାମୀ ଦିନରେ ପୁରୀ ଉପକୂଳରେ ମାଛ ଓ ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହିତ କରାଯିବ। ଲିଜ୍‌ ନିମନ୍ତେ ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ପଞ୍ଜୀକରଣ କରାଯିବ। ଲିଜ୍‌ ପଲିସି ୨୦୧୫ର ବିଭିନ୍ନ ପ୍ରାବଧାନ ଓ ଉପକୂଳ ସୂଚନା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଭବତାରଣ ସାହୁ, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ, ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ବେହେରା ଏବଂ ବିଭାଗୀୟ ଅଧିକାରୀ, ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ଲୁ ଫ୍ଲାଗ୍‌’ ଦୌଡ଼ରେ ଆଉ ୪ ବେଳାଭୂମି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):‘ବ୍ଲୁ ଫ୍ଲାଗ୍‌’ ଦୌଡ଼ରେ ସାମିଲ ହେବାକୁ ଯାଉଛି ଓଡ଼ିଶାର ଆଉ ୪ ବେଳାଭୂମି। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ବେଳାଭୂମି ପର୍ଯ୍ୟଟନର ଗୁରୁତ୍ୱ ବୃଦ୍ଧି କରିବାକୁ ରାଜ୍ୟ...

୧୧ କ୍ୟାବିନେଟ୍‌, ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବୁଧବାର ପୂର୍ବାହ୍ନରେ ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ...

ଗୋରୁଙ୍କୁ ବ୍ୟାପୁଛି ଅଜଣା ଚର୍ମ ରୋଗ: ବିଶେଷଜ୍ଞ ଦଳ ଦ୍ୱାରା ରକ୍ତ ନମୁନା ସଂଗ୍ରହ

ବାଲେଶ୍ୱର ଅଫିସ, ୮।୮-ବାଲେଶ୍ୱର ଜିଲାର ରେମୁଣା ଓ ଖଇରା ବ୍ଲକରେ ଗୋରୁମାନଙ୍କୁ ଅଜଣା ଚର୍ମ ରୋଗ ବ୍ୟାପିଥିବା ଖବର ପାଇ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ...

ସାମୁହିକ ଭୋଜନ ବେଳେ ଯୁବକଙ୍କୁ ଆକ୍ରମଣ: ବନ୍ଧା ହେଲେ ୨

ବ୍ରହ୍ମପୁର ଅଫିସ,୨୮ା୧୧: ହତ୍ୟା ଉଦ୍ୟମ ମାମଲାରେ ବ୍ରହ୍ମପୁର ସଦର ଥାନା ପୋଲିସ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆ ଯୋଗିଆପଲ୍ଲୀର ଜୀବନ...

ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ର ଅସନ୍ତୁଷ୍ଟ: ମହାବିଦ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ସାରସକଣା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ସମ୍ମୁଖରେ ପ୍ରକାଶିତ ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରୀଛାତ୍ର ଅସନ୍ତୁଷ୍ଟ ହୋଇ ମହାବିଦ୍ୟାଳୟ ସମ୍ମୁଖରେ...

ଅନୁକୂଳର ପର୍ବ

ବୈଶାଖ ମାସ କରୁଣାପ୍ରାପ୍ତିର ମାସ। ହୟଶୀର୍ଷ ସଂହିତା ମତରେ ଏହି ପବିତ୍ର ମାସରେ ମହାପ୍ରଭୁ ‘ମଧୁସୂଦନ’ ନାମରେ ଉପାସିତ ହୁଅନ୍ତି। ଏହା ପଛରେ ମଧ୍ୟ ମଧୁକୈଟଭ...

୨୭ରେ ପ୍ରଚାର କରିବେ ଅଶ୍ୱିନୀ, ତୋମାର

ଭୁବନେଶ୍ବର, ୨୬।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ...

ଶିବାଶିଷ ରାଉତ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ ୨୦୨୦ର ଫଳାଫଳ ସୋମବାର ଆଇଆଇଟି-ଦିଲ୍ଲୀ ପକ୍ଷରୁ ଘୋଷଣା କରାଯାଇଛି। ସାରା ଦେଶରେ ପ୍ରାୟ ୧.୫ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା...

Advertisement
Archives

Model This Week