ମୃତ ଘୋଷିତ ସ୍ବାମୀ ଫେରିଲେ, ସ୍ତ୍ରୀ ହେଲେ ସଧବା

ନିମାପଡ଼ା,୨୨।୧୧(ଡି.ଏନ୍‌.ଏ.): ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଦୀର୍ଘ ୨୩ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ସେ ୧୯୯୯ ମହାବାତ୍ୟା ବେଳେ କେଉଁଆଡ଼େ ନିଖୋଜ ହୋଇଯିବା ପରେ ମୃତ ଘୋଷିତ ହୋଇଥିଲେ। ଏପରି କି ଗତବର୍ଷ ତାଙ୍କର ଶୁଦ୍ଧିକ୍ରିୟା ସରିଥିଲା। ତେବେ ରବିବାର ରାତିରେ ସେ ଘରକୁ ଫେରିଆସିବା ପରେ ତାଙ୍କୁ ଦେଖି ପରିବାରବର୍ଗ ଅତି ଆନନ୍ଦିତ ହୋଇପଡ଼ିଛନ୍ତି। ଏପରି କି ସୋମବାର ତାଙ୍କ ସ୍ତ୍ରୀ ପୁଣି ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପିନ୍ଧି ସଧବା ସାଜିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ନିମାପଡ଼ା ଥାନା ଅନ୍ତର୍ଗତ ବାମନାଳ ପଞ୍ଚାୟତ ସାନପାତି ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ସାନପାତି ଗ୍ରାମର କୀର୍ତ୍ତିଚନ୍ଦ୍ର ବରାଳ ୧୯୯୯ ମହାବାତ୍ୟାର ଦୁଇଦିନ ପୂର୍ବରୁ ଭଉଣୀ ଘର ଗୋପ ଥାନା ଅନ୍ତର୍ଗତ କୁସୁପୁର ଗ୍ରାମକୁ ଯାଇଥିଲେ। ମହାବାତ୍ୟା ବେଳେ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇ ନ ଥିଲେ। ଦୀର୍ଘ ୨୨ବର୍ଷ ପର୍ଯ୍ୟନ୍ତ ପରିବାରବର୍ଗ ତାଙ୍କ ବାଟକୁ ଚାହିଁ ରହିଥିଲେ ମଧ୍ୟ ସେ ଘରକୁ ଫେରି ନ ଥିଲେ। ମହାବାତ୍ୟାରେ କୀର୍ତ୍ତିଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅନୁମାନ କରିଥିଲେ। ଶେଷରେ ନିରାଶ ହୋଇ ଗତବର୍ଷ ଅକ୍ଟୋବରରେ ତାଙ୍କ ଶୁଦ୍ଧିକ୍ରିୟା କରାଯାଇଥିବାବେଳେ ସ୍ତ୍ରୀ ପ୍ରମିଳା ବରାଳ(୬୬)ଙ୍କୁ ବିଧବା ହେବାକୁ ପଡ଼ିଥିଲା। ଏପରି କି ୭୩ବର୍ଷୀୟ କୀର୍ତ୍ତିଚନ୍ଦ୍ରଙ୍କ ମୃତ୍ୟୁ ହୋଇସାରିଥିବା ନେଇ ପରିବାର ଲୋକେ ପ୍ରଶାସନ ପକ୍ଷରୁ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ପାଇସାରିଛନ୍ତି। ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୨ରେ ବିଶାଖାପାଟଣାମ୍‌ର ଏକ ଅଞ୍ଚଳରେ କୀର୍ତ୍ତିଚନ୍ଦ୍ର ଅତି ଦୟନୀୟ ଓ ଭୋକିଲା ଅବସ୍ଥାରେ ଠାବ ହୋଇଥିଲେ। ସେତେବେଳେ ସ୍ଥାନୀୟ ଅଞ୍ଚଳର ଜଣେ କର୍ପୋରେଟର ତାଙ୍କୁ ସହଯୋଗର ହାତ ବଢାଇଥିଲେ। ସେ ତାଙ୍କୁ ନିୟମିତ ଖାଦ୍ୟ ଦେବା ସହ ଚିକିତ୍ସା ଲାଗି ମିଶନାରି ଅଫ୍‌ ଚାରିଟି ସଂସ୍ଥାକୁ ପଠାଇବାର ବ୍ୟବସ୍ଥା କରିଥିଲେ। ସେ ମାନସିକ ରୋଗୀ ବୋଲି ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା କରାଯାଇଥିଲା। ଦୁଇବର୍ଷ ପରେ ତାଙ୍କୁ ଶ୍ରୀକାକୁଲମ୍‌ର ନିର୍ମଳ ହୃଦୟ ଭବନକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଥିଲା। ସାମାନ୍ୟ ସୁସ୍ଥ ହେବା ପରେ ଦୁଇମାସ ତଳେ ତାଙ୍କୁ ବ୍ରହ୍ମପୁର ମିଶନାରି ଅଫ୍‌ ଚାରିଟିକୁ ଅଣାଯାଇଥିଲା। ୩ଦିନ ତଳେ ଏଠାକୁ କୋଲକାତାରୁ ମିଶନାରି ଅଫ୍‌ ଚାରିଟି ବ୍ରଦର୍ସ (ହୋମ୍‌ ମନିଟର) ସାଇନ୍‌ ଯୋଶେଫ ଆସିଥିଲେ। ସେ କୀର୍ତ୍ତିଚନ୍ଦ୍ରଙ୍କୁ ଦେଖିବା ପରେ ଉଦ୍ୟମ କରି ସମ୍ପୂର୍ଣ୍ଣ ଠିକଣା ବାହାର କଲେ। ଏହାପରେ ବ୍ରହ୍ମପୁର ଶାଖାର ଜଣେ କର୍ତ୍ତୃପକ୍ଷ ଅମ୍ରିତ ବିଶ୍ୱାସ ଏନେଇ ନିମାପଡ଼ା ଥାନାକୁ ଫୋନ ଯୋଗେ ଜଣାଇଲେ। ପୋଲିସ ଏନେଇ ସ୍ଥାନୀୟ ପଞ୍ଚାୟତର ସାମାଜିକ କର୍ମୀ ଶଙ୍କର ପାଣିଙ୍କୁ ଯୋଗାଯୋଗ କରିଥିଲେ।
ରବିବାର କୀର୍ତ୍ତିଚନ୍ଦ୍ରଙ୍କ ବଡ ପୁଅ ନୃସିଂହ, ମଝିଆଁ ପୁଅ ଶେଷଦେବ ଓ କେତେଜଣ ଗ୍ରାମବାସୀ ବ୍ରହ୍ମପୁର ଯାଇ ସେଠାରୁ ତାଙ୍କୁ ଘରକୁ ଆଣିଛନ୍ତି। ତେବେ ତାଙ୍କୁ ଦୀର୍ଘ ୨୩ ବର୍ଷ ପରେ ଜୀବିତ ଅବସ୍ଥାରେ ଦେଖି ପରିବାରବର୍ଗ ହଠାତ୍‌ ବିଶ୍ୱାସ କରିପାରି ନ ଥିଲେ। ସେମାନେ ବାପାଙ୍କୁ କୁଣ୍ଡାଇ ଧରି ଅତିଶୟ ଖୁସିରେ କାନ୍ଦି ପକାଇଥିଲେ। ସୋମବାର ହିନ୍ଦୁ ରୀତିନୀତି ଅନୁଯାୟୀ କୀର୍ତ୍ତିଚନ୍ଦ୍ରଙ୍କ ସ୍ତ୍ରୀ ପ୍ରମିଳା ପୁଣି ହାତରେ ଶଙ୍ଖା ଓ ମଥାରେ ସିନ୍ଦୂର ପିନ୍ଧିଛନ୍ତି। ଏଥିସହ ସ୍ବାମୀଙ୍କ ମଙ୍ଗଳ ମନାସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri