ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ, ପ୍ରତିବାଦ କରିବାରୁ ମାଡ଼ ମାରି କଲେ ଲହୁଲୁହାଣ

କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ମହିଳାଙ୍କ ପ୍ରତି ସ୍ବାମୀଙ୍କର ଅଜବ ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି।  ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ। ଏଥିରେ ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ପ୍ରବଳ ମାଡ଼ ମାରି ସ୍ବାମୀ ଲହୁଲୁହାଣ କରିଦେଇଛନ୍ତି। ଗୁରୁତର ଅବସ୍ଥାରେ ଶିଶୁପୁତ୍ରଙ୍କୁ ଧରି ସେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୀଡ଼ିତା ମହିଳା ଜଣଙ୍କ ହେଲେ ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ବମ୍‌ଫରଡା ଗ୍ରାମର ବବିସ୍ମିତା ପରିଡ଼ା(୨୪)। ବର୍ତ୍ତମାନ କେନ୍ଦୁଝର ଜିଲା ପଣ୍ତାପଡ଼ା ଥାନା ଅନ୍ତର୍ଗତ କଣ୍ଟାପଦା ଗ୍ରାମରେ ରହୁଛନ୍ତି।

ସୂଚନାନୁସାରେ, ୨୭ ମାର୍ଚ୍ଚ ୨୦୧୮ରେ ବରଗଡ଼ ଜିଲା ବମଫରଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବୈବାହିକ ରୀତିନୀତି ଅନୁସାରେ ବବିସ୍ମିତା ବିବାହ କରିଥିଲେ। ସେତେବେଳେ ବବିସ୍ମିତାଙ୍କ ବାପା ଦ୍ୱିତୀକୃଷ୍ଣ ପରିଡ଼ାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲେ ହେଁ ସୁନାଗହଣା ସହ ନଗଦ ଦେଢ଼ଲକ୍ଷ ଟଙ୍କା ଓ ଘରୋଇ ସରଞ୍ଜାମ, ଜ୍ବାଇଁଙ୍କୁ ସୁନା ଚେନ୍‌ ମୁଦି ଦେଇଥିଲେ। ଇତିମଧ୍ୟରେ କିଛିଦିନ ଭଲରେ ବୈବାହିକ ଜୀବନ ବିତାଇବା ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ବବିସ୍ମିତାଙ୍କ ଶାଶୁଘର ଲୋକେ ଆଉ ଅଧିକ ଯୌତୁକ ଟଙ୍କା ସମେତ ଜିନିଷପତ୍ର ଆଣିବା ପାଇଁ ଦାବି କରିଆସୁଥିଲେ। ଏତେ ପରେ ମଧ୍ୟ ଏହି ସବୁ ପରିସ୍ଥିତିକୁ ବବିସ୍ମିତା ସହ୍ୟ କରିଆସୁଥିଲେ। ପ୍ରଥମେ ସେ ଗର୍ଭବତୀ ଥିବା ଅବସ୍ଥାରେ ପରିବାରର ସମସ୍ତେ ମାଡ଼ମାରିବା ସହିତ ତାଙ୍କର ଗର୍ଭନଷ୍ଟ କରି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଏହା ସତ୍ତ୍ବେ ସେ ଶାଶୁଘରେ ରହୁଥିଲେ। ତେବେ ଚଳିତ ବର୍ଷ ଡିସେମ୍ବର ୨୭ ତାରିଖ ବୁଧବାର ସାଢ଼େ ୧୦ଟାବେଳେ କୌଣସି କାରଣ ନ ଥାଇ ବବିସ୍ମିତାଙ୍କ ସ୍ବାମୀ ବେକରେ ଗାମୁଛା ବାନ୍ଧି ଟାଣି ଟାଣି ତଳେ ପକାଇ ମାର୍‌ ପିଟ କରିଥିବା ବବିସ୍ମିତା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତି ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏପରିକି ନଣଦେଇଙ୍କ ସହିତ ବବିସ୍ମିତା ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କର ସ୍ବାମୀ ବାଧ୍ୟ କରୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଏଥିପାଇଁ ଅରାଜି ହେବାରୁ ବବିସ୍ମିତାଙ୍କୁ ଠେଙ୍ଗାରେ ମାଡ଼ ମରାଯିବା ସହ ଗୋଇଠା ବିଧାରେ ତାଙ୍କ ମୂୂତ୍ରାଶୟରୁ ରକ୍ତସ୍ରାବ ହୋଇଛି। ଫଳରେ ନାରୀସଂଘ ନେତ୍ରୀଙ୍କ ଆଶ୍ରୟ ନେଇଥିଲେ ବବିସ୍ମିତା। ଏହି ଘଟଣା ପରଦିନ ତାଙ୍କୁ ଘରେ ଚାବି ପକାଇ ଦେଇଥିଲେ। ତେଣୁ ସେ ଘର ଭିତରକୁ ଯାଇ ନ ପାରି ଶୀତକାକରରେ ଶିଶୁପୁତ୍ରକୁ ଧରି ବାରଣ୍ତାରେ ଶୋଇଥିଲେ। ଗୁରୁତର ଅବସ୍ଥାରେ ବବିସ୍ମିତା କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏଥିପାଇଁ ଶନିବାର ମେଡିକାଲ ବିଟ୍‌ ପୋଲିସ କାର୍ଯ୍ୟାଳୟରେ ସେ ଅଭିଯୋଗ କରିଛନ୍ତି। ଜିଲା ପୋଲିସ ପ୍ରଶାସନ ଏହି ଦିଗରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ବବିସ୍ମିତା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri