ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ, ପ୍ରତିବାଦ କରିବାରୁ ମାଡ଼ ମାରି କଲେ ଲହୁଲୁହାଣ

କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ମହିଳାଙ୍କ ପ୍ରତି ସ୍ବାମୀଙ୍କର ଅଜବ ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି।  ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ। ଏଥିରେ ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ପ୍ରବଳ ମାଡ଼ ମାରି ସ୍ବାମୀ ଲହୁଲୁହାଣ କରିଦେଇଛନ୍ତି। ଗୁରୁତର ଅବସ୍ଥାରେ ଶିଶୁପୁତ୍ରଙ୍କୁ ଧରି ସେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୀଡ଼ିତା ମହିଳା ଜଣଙ୍କ ହେଲେ ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ବମ୍‌ଫରଡା ଗ୍ରାମର ବବିସ୍ମିତା ପରିଡ଼ା(୨୪)। ବର୍ତ୍ତମାନ କେନ୍ଦୁଝର ଜିଲା ପଣ୍ତାପଡ଼ା ଥାନା ଅନ୍ତର୍ଗତ କଣ୍ଟାପଦା ଗ୍ରାମରେ ରହୁଛନ୍ତି।

ସୂଚନାନୁସାରେ, ୨୭ ମାର୍ଚ୍ଚ ୨୦୧୮ରେ ବରଗଡ଼ ଜିଲା ବମଫରଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବୈବାହିକ ରୀତିନୀତି ଅନୁସାରେ ବବିସ୍ମିତା ବିବାହ କରିଥିଲେ। ସେତେବେଳେ ବବିସ୍ମିତାଙ୍କ ବାପା ଦ୍ୱିତୀକୃଷ୍ଣ ପରିଡ଼ାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲେ ହେଁ ସୁନାଗହଣା ସହ ନଗଦ ଦେଢ଼ଲକ୍ଷ ଟଙ୍କା ଓ ଘରୋଇ ସରଞ୍ଜାମ, ଜ୍ବାଇଁଙ୍କୁ ସୁନା ଚେନ୍‌ ମୁଦି ଦେଇଥିଲେ। ଇତିମଧ୍ୟରେ କିଛିଦିନ ଭଲରେ ବୈବାହିକ ଜୀବନ ବିତାଇବା ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ବବିସ୍ମିତାଙ୍କ ଶାଶୁଘର ଲୋକେ ଆଉ ଅଧିକ ଯୌତୁକ ଟଙ୍କା ସମେତ ଜିନିଷପତ୍ର ଆଣିବା ପାଇଁ ଦାବି କରିଆସୁଥିଲେ। ଏତେ ପରେ ମଧ୍ୟ ଏହି ସବୁ ପରିସ୍ଥିତିକୁ ବବିସ୍ମିତା ସହ୍ୟ କରିଆସୁଥିଲେ। ପ୍ରଥମେ ସେ ଗର୍ଭବତୀ ଥିବା ଅବସ୍ଥାରେ ପରିବାରର ସମସ୍ତେ ମାଡ଼ମାରିବା ସହିତ ତାଙ୍କର ଗର୍ଭନଷ୍ଟ କରି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଏହା ସତ୍ତ୍ବେ ସେ ଶାଶୁଘରେ ରହୁଥିଲେ। ତେବେ ଚଳିତ ବର୍ଷ ଡିସେମ୍ବର ୨୭ ତାରିଖ ବୁଧବାର ସାଢ଼େ ୧୦ଟାବେଳେ କୌଣସି କାରଣ ନ ଥାଇ ବବିସ୍ମିତାଙ୍କ ସ୍ବାମୀ ବେକରେ ଗାମୁଛା ବାନ୍ଧି ଟାଣି ଟାଣି ତଳେ ପକାଇ ମାର୍‌ ପିଟ କରିଥିବା ବବିସ୍ମିତା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତି ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏପରିକି ନଣଦେଇଙ୍କ ସହିତ ବବିସ୍ମିତା ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କର ସ୍ବାମୀ ବାଧ୍ୟ କରୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଏଥିପାଇଁ ଅରାଜି ହେବାରୁ ବବିସ୍ମିତାଙ୍କୁ ଠେଙ୍ଗାରେ ମାଡ଼ ମରାଯିବା ସହ ଗୋଇଠା ବିଧାରେ ତାଙ୍କ ମୂୂତ୍ରାଶୟରୁ ରକ୍ତସ୍ରାବ ହୋଇଛି। ଫଳରେ ନାରୀସଂଘ ନେତ୍ରୀଙ୍କ ଆଶ୍ରୟ ନେଇଥିଲେ ବବିସ୍ମିତା। ଏହି ଘଟଣା ପରଦିନ ତାଙ୍କୁ ଘରେ ଚାବି ପକାଇ ଦେଇଥିଲେ। ତେଣୁ ସେ ଘର ଭିତରକୁ ଯାଇ ନ ପାରି ଶୀତକାକରରେ ଶିଶୁପୁତ୍ରକୁ ଧରି ବାରଣ୍ତାରେ ଶୋଇଥିଲେ। ଗୁରୁତର ଅବସ୍ଥାରେ ବବିସ୍ମିତା କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏଥିପାଇଁ ଶନିବାର ମେଡିକାଲ ବିଟ୍‌ ପୋଲିସ କାର୍ଯ୍ୟାଳୟରେ ସେ ଅଭିଯୋଗ କରିଛନ୍ତି। ଜିଲା ପୋଲିସ ପ୍ରଶାସନ ଏହି ଦିଗରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ବବିସ୍ମିତା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?