Posted inଖେଳ

ଦି ହଣ୍ଡ୍ରେଡ: ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ ଶେଫାଳି

ନୂଆଦିଲ୍ଲୀ, ୧୧।୫(ପି.ଟି.)-
ଭାରତର ଟିନ୍‌ ବ୍ୟାଟିଂ ସେନ୍‌ସେସନ ଶେଫାଳି ବର୍ମା ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସଂସ୍କରଣରେ ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ। ଏହା ବ୍ୟତୀତ ଚଳିତ ବର୍ଷ ଶେଷଭାଗରେ ହେବାକୁଥିବା ମହିଳା ବିଗ୍‌ବାଶ୍‌ ଲିଗ୍‌ରେ ସେ ସିଡ୍‌ନୀ ଫ୍ରାଞ୍ଚାଇଜ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିବା ସମ୍ଭାବନା ରହିଛି। ୧୭ ବର୍ଷୀୟା ଶେଫାଳି ସମ୍ପ୍ରତି ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌ର ନମ୍ବରଓ୍ବାନ ସ୍ଥାନରେ ଅଛନ୍ତି। ତାଙ୍କ ବ୍ୟତୀତ ୧୦୦ ବଲ୍‌ ଟୁର୍ନାମେଣ୍ଟରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର, ଉପଅଧିନାୟିକା ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗ୍ବେଜ ଓ ଦୀପ୍ତି ଶର୍ମା ଖେଳିବେ। ଏହି ପ୍ରତିଯୋଗିତା ୮ଟି ଲେଖାଏ ମହିଳା ଓ ପୁରୁଷ ଦଳକୁ ନେଇ ଅନୁଷ୍ଠିତ ହେବ। ”ବର୍ମିଂହାମ ପ୍ରାଞ୍ଚାଇଜ୍‌ ଶେଫାଳିଙ୍କୁ ନେବା ପାଇଁ ଚାହିଁଲା ପରେ ଚୁକ୍ତି ପ୍ରାୟତଃ ଶେଷ ହୋଇଛି। ସେ ଦଳରେ ନ୍ୟୁଜିଲାଣ୍ଡର ସୋଫି ଡେଭିନଙ୍କ ସ୍ଥାନ ନେବେ“ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ସୂତ୍ରରୁ ପ୍ରକାଶ। ସେ ମହିଳା ବିଗ୍‌ବାଶ୍‌ ଲିଗ୍‌ରେ ଖେଳିବାନେଇ ମଧ୍ୟ ଆଲୋଚନା ଚାଲିଛି ବୋଲି କୁହାଯାଇଛି।
କୋଭିଡ୍‌-୧୯ ମହାମାରୀ ଯୋଗୁ ଗତବର୍ଷ ବନ୍ଦ ରହିଥିବା ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟ ଚଳିତ ବର୍ଷ ଜୁଲାଇ ୨୧ରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ଲଣ୍ଡନରେ ଦି ଓଭାଲ ଇନ୍‌ଭିନ୍ସବଲ୍ସ ଏବଂ ମାଞ୍ଚେଷ୍ଟର ଓରିଜିନାଲ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଶେଫାଳିଙ୍କ ପାଇଁ ବିଦେଶରେ ଏହା ହେବ ପ୍ରଥମ ଟି୨୦ ପ୍ରତିଯୋଗିତା। ସମ୍ପ୍ରତି ବିଶ୍ୱ କ୍ରିକେଟରେ ପାଓ୍ବାରଫୁଲ୍‌ ଷ୍ଟ୍ରାଇକରଭାବେ ବିଶେଷ ପରିଚିତ ଶେଫାଳି ୨୨ଟି ଅନ୍ତର୍ଜାତୀୟ ମ୍ୟାଚରେ ୧୪୮.୩୧ ଷ୍ଟ୍ରାଇକ୍‌ରେଟ୍‌ରେ ୬୧୭ ରନ ସଂଗ୍ରହ କରିଛନ୍ତି। ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଚୟନ ଚଳିତ ସପ୍ତାହରେ ଅନୁଷ୍ଠିତ ହେବ। ମଦନ ଲାଲଙ୍କ ନେତୃତ୍ୱାଧୀନ ପରାମର୍ଶଦାତା କମିଟି ଏହି ଦାୟିତ୍ୱ ସମ୍ପନ୍ନ କରିବ। ବର୍ତ୍ତମାନର କୋଚ୍‌ ଡବ୍ଲ୍ୟୁଭି ରମଣଙ୍କ ସମେତ ମୋଟ ୩୫ ଜଣ ଏହି ପଦ ପାଇଁ ଆବେଦନ କରିଛନ୍ତି। ଏହା ମଧ୍ୟରେ ୫ ମହିଳା ସାମିଲ ଅଛନ୍ତି। ସେମାନେ ହେଲେ ପୂର୍ବତନ ଚୟନ କମିଟି ମୁଖ୍ୟ ହେମଲତା କାଲା, ମମତା ମାବେନ, ଜୟା ଶର୍ମା, ସୁମନ ଶର୍ମା ଓ ନୁଶିନ ଅଲ୍‌ ଖାଦିର। ସେହିପରି ପୂର୍ବତନ କୋଚ୍‌ ରମେଶ ପାଓ୍ବାର ଓ ତୁଷାର ଆରୋଥେ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri