Posted inଖେଳ

ମାତ୍ର ୪୦ ବଲ୍‌ରେ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍‌

ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପାଇଁ ଏକ ଖୁସି ଖବର ଅଛ। ଦଳର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ଜବରଦସ୍ତ ଫର୍ମରେ ଅଛନ୍ତି। ଦି ହଣ୍ଡ୍ରେଡରେ ସେ ଉଭୟ ବଲ ଏବଂ ବ୍ୟାଟ ସହିତ ନିଜର ଜଲଓ୍ବା ପ୍ରଦର୍ରାନ କରୁଛନ୍ତି। ମଙ୍ଗଳବାର ଲିଡ୍ସରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ୩୧ତମ ମ୍ୟାଚରେ ଲିଭିଙ୍ଗଷ୍ଟୋନ କେବଳ ତାଙ୍କ ଦଳ ବର୍ମିଂହାମ ଫିନିକ୍ସକୁ ବିଜୟ ଦେଇନାହାଁନ୍ତି, ବରଂ ଟୁର୍ନାମେଣ୍ଟର ଫାଇନାଲରେ ମଧ୍ୟ ସ୍ଥାନ ପାଇଛନ୍ତି। ଲିଭିଙ୍ଗଷ୍ଟୋନ ମାତ୍ର ୪୦ ବଲ୍‌ରେ ୯୨ ରନ୍‌ର ଅଧିନାୟକ ଇନିଂସ ଖେଳିଥିଲେ। ଏଥିରେ ୧୦ ଛକା ଓ ୩ ଚୌକା ସାମିଲ ଥିଲା। ପରେ ସେ ବୋଲିଂ କରି ୩ଟି ଉଇକେଟ୍‌ ମଧ୍ୟ ନେଇଥିଲେ। ତାଙ୍କ ଇନିଂସ ଯୋଗୁ ବର୍ମିଂହାମ ଫିନିକ୍ସ ୨୬ ଟି ବଲ ବାକି ରହି ମ୍ୟାଚ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାୟନ୍ସ, ଜାଗୁଆର୍ସ ବିଜୟୀ

ଭୁବନେଶ୍ୱର, ୨୪।୬: ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୨ଟି ଓସିଏଲ୍‌ (ଓଡ଼ିଶା କ୍ରିକେଟ ଲିଗ୍‌) ମ୍ୟାଚରେ ଲାୟନ୍ସ ଓ...

କୋହଲି, ଆମଲାଙ୍କ ରେକର୍ଡ ଭାଙ୍ଗିଲେ

କରାଚୀ,୧।୪: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ପାଇଁ ରେକର୍ଡ ବ୍ରେକିଂ ସାବ୍ୟସ୍ତ ହୋଇଛି। ପ୍ରଥମ ଦିନିକିଆରେ ଦ୍ରୁତତମ ବ୍ୟାଟର ଭାବେ ୪...

ଅଧିନାୟକ ଭାବେ ଫେରିଲେ ପୋଲାର୍ଡ

ସେଣ୍ଟ. ଜୋନ୍ସ(ଆଣ୍ଟିଗୁଆ),୧।୧: ଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ କରିନ ପୋଲାର୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜରେ ସେ...

ବାରବାଟୀରେ ଜିତିଲା ଭାରତ

ଭୁବନେଶ୍ୱର,୧୪।୧୨(ସ୍ପୋଟର୍‌ସ ବ୍ୟୁରୋ): କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦୃଷ୍ଟିବାଧିତ ଟି ୨୦ ବିଶ୍ୱକପର ତୃତୀୟ ମ୍ୟାଚକୁ ଜିତିନେଇଛି ଭାରତ। ବୁଧବାର ନକୁଳ ବଡନାୟକଙ୍କ ଅଲରାଉଣ୍ଡ ସଫଳତା...

ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ

ଆମଷ୍ଟେଲଭିନ(ନେଦରଲାଣ୍ଡ୍ସ), ୧୭।୬: ଦିନିକିଆ କ୍ରିକେଟ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର କରି ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଅନୁଷ୍ଠିତ ନେଦରଲାଣ୍ଡ୍ସ ବିପକ୍ଷ...

କ୍ରିକେଟ କୂଟନୀତି: ଅହମଦାବାଦ ଟେଷ୍ଟ ଦେଖିବେ ମୋଦି-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ…

ଆହମଦାବାଦ,୫।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ବିଶ୍ୱସ୍ତରରେ ଚର୍ଚ୍ଚିତ। ଏବେ ମୋଦି କ୍ରିକେଟ କୂଟନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ...

ହସ୍ପିଟାଲ୍‌ରେ ହକି କୋଚ୍‌ କୌଶିକ

ନୂଆଦିଲ୍ଲୀ,୬।୫(ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିବା ପରେ ପୂର୍ବତନ ଭାରତୀୟ ହକି କୋଚ୍‌ ଏମ୍‌.କେ. କୌଶିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୮୦ ମସ୍କୋ ଅଲିମ୍ପିକ୍ସରେ...

ଓଡ଼ିଶା-କର୍ନାଟକ ଫାଇନାଲ ଆଜି

ନୂଆଦିଲ୍ଲୀ, ୧୯।୧୨ (ପି.ଟି.)-ଡିଡିଏ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ଜାତୀୟ ମହିଳା ଦୃଷ୍ଟିହୀନ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣର ଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଛି।...

Advertisement
Archives

Model This Week