କେନ୍ଦ୍ର ଖୋଲିବା ପୂର୍ବରୁ ଗୃହକୁ ଦିଆଯାଇଥିଲା ଭଡ଼ା

ପଟ୍ଟାମୁଣ୍ଡାଇ,୧୪ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀଙ୍କୁ ସୁବିଧା ମୂଲ୍ୟରେ ହସ୍ତତନ୍ତ ବସ୍ତ୍ରାଳୟରେ ଧୋତି, ଶାଢ଼ି, ଶାର୍ଟ କପଡ଼ା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍‌ଷ୍ଟାଣ୍ଡ ନିକଟରେ ବୟନିକା ବିକ୍ରୟ କେନ୍ଦ୍ର ୨୦୧୯ ମାର୍ଚ୍ଚ ୬ରେ ଉଦ୍‌ଘାଟିତ ହୋଇଥିଲା। ତତ୍କାଳୀନ କେନ୍ଦ୍ରାପଡ଼ା ଜିଲାପାଳ ଦାଶରଥି ଶତପଥୀ ଓ ଉପଜିଲାପାଳ ସଞ୍ଜୟ ମିଶ୍ର, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁ, ବୟନିକା ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାର ମହାପାତ୍ର, ପ୍ରାକ୍ତନ ପୌରାଧ୍ୟକ୍ଷା ବୈଜୟନ୍ତିବାଳା ଲେଙ୍କା, ପ୍ରାକ୍ତନ ଉପାଧ୍ୟକ୍ଷ ସୁମନ୍ତ ପାତ୍ର, କାଉନ୍‌ସିଲର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମାତ୍ର ବୟନିକା ବିକ୍ରୟ କେନ୍ଦ୍ରଟି ଯେଉଁ ଗୃହରେ ଖୋଲିଥିଲା ତାହାକୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଥିଲା। ଯଦି ଭଡ଼ାସୂତ୍ରରେ ଗୃହଟି ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା ତେବେ କ’ଣ ପାଇଁ ସେଠାରେ ବୟନିକା ବିକ୍ରୟ କେନ୍ଦ୍ର ଖୋଲିବାକୁ ପୌର ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଉଦ୍‌ଘାଟନ ସଭାରେ ଯୋଗଦେଇ ଏହାକୁ ଖୋଲି ଥିଲେ। ବୟନିକା କେନ୍ଦ୍ର ଖୋଲିଲା ପରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସମେତ ଗ୍ରାମାଞ୍ଚଳ ଗ୍ରାହକମାନେ ପ୍ରତିଦିନ ହସ୍ତତନ୍ତ ସାମଗ୍ରୀ କିଣୁଥିଲେ। ମାତ୍ର ୨୦୧୮ ସେପ୍ଟେମ୍ବରରେ ପୌର ପରିଷଦ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ କର୍ମଚାରୀମାନେ ଉକ୍ତ ଗୃହକୁ ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ଦେଇ ଦେଇଥିଲେ। ଫଳରେ ବୟନିକା ବିକ୍ରୟ କେନ୍ଦ୍ରଟି ଖୋଲିବାର କିଛିଦିନ ପରେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ଏ ନେଇ ଭଡ଼ାରେ ନେଇଥିବା ବ୍ୟକ୍ତିଙ୍କଠାରୁ ଗୃହକୁ ଫେରାଇ ଆଣି ପୁଣି ବୟନିକା ବିକ୍ରୟ କେନ୍ଦ୍ର ଖୋଲିବା ପାଇଁ ବୃଦ୍ଧିଜୀବୀ, ସାମାଜିକ କର୍ମୀ ଓ ଜନସାଧାରଣଙ୍କ ମଧ୍ୟରେ ଦାବି ଜୋର୍‌ ଧରିଛି।
ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ସହ ଚୁକ୍ତି କରି ୨୦୧୯ ମାର୍ଚ୍ଚ ୬ରେ ବୟନିକା କେନ୍ଦ୍ର ଉଦ୍‌ଘାଟନ ହୋଇଥିଲା। ମାତ୍ର ୨୦୧୮ ଡିସେମ୍ବର ୨୦ରେ ବ୍ୟାକ୍‌ ଡେଟ୍‌ରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ଚୁକ୍ତିପତ୍ର ହେଲା କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ପୌର ପରିଷଦ ବୋର୍ଡ କାର୍ଯ୍ୟ ଶେଷ ହୋଇଯିବା ୩ ବର୍ଷ ପରେ ୨୦୨୨ ମାର୍ଚ୍ଚରେ ନୂତନ ବୋର୍ଡ ଗଠନ ହେଲା। ମାତ୍ର ପୌରପରିଷଦ ପକ୍ଷରୁ ଗତ ୩ ବର୍ଷ ମଧ୍ୟରେ ଏଭଳି ଅନେକ ବେଆଇନ କାର୍ଯ୍ୟ ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ, ସ୍ଥାନୀୟ ବିଧାୟକ, ନୂତନ ପୌରାଧ୍ୟକ୍ଷ, ନଗର ଉନ୍ନୟନ ମନ୍ତ୍ରୀ ଦୃଷ୍ଟି ଦେବା ସଙ୍ଗେସଙ୍ଗେ ଦୁର୍ନୀତି କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ଉପସଭାପତି ଅବିନାଶ ଲେଙ୍କା, ଆଲୋକ ଧଳ, କାଉନସିଲର ମଳୟ ଓଝା, ସମ୍ରାଟ ଜେନା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ବୟନିକା କ’ଣ ପାଇଁ କେନ୍ଦ୍ର ବନ୍ଦ କଲା ଆମେ ଜାଣିନାହୁଁ। ତେଣୁ ଉକ୍ତ ଗୃହକୁ ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଛି। ଏହି ଗୃହଟିର ଭଡ଼ା ଦିଆଯାଇଥିବା ସମୟ ପୂରି ଯାଇଥିବାରୁ ଆଗାମୀ ଦିନରେ ପୁଣି ନିଲାମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri