ନୂଆ, ପୁରୁଣାଙ୍କ ଆଶା ମଉଳିଲା

ଯାଜପୁର ଅଫିସ,୧୬ା୧: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ରହିଥିବା ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି (ଏସ୍‌ଟି) ତଥା ଆଦିବାସୀ ମହିଳାଙ୍କ ନିମନ୍ତେ ସଂରକ୍ଷଣ ହୋଇଥିବା ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଜଣାପଡ଼ିବା ପରେ ୨୬ ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦରେ ବିଭିନ୍ନ ଦଳରେ ଥିବା ପୁରୁଣା, ନୂଆ ନେତାଙ୍କ ଆଶା ମଉଳି ଯାଇଛି। ଏଠାରେ ସ୍ଥାୟୀ ଆଦିବାସୀ ନଗଣ୍ୟ ରହିଥିବାରୁ ଜିଲାର ଅନ୍ୟ ବ୍ଲକରୁ ଅଧ୍ୟକ୍ଷା ପ୍ରାର୍ଥିନୀ ଆମଦାନୀ କରାଯିବ କି ବୋଲି ସୋସିଆଲ ମିଡିଆରେ ପ୍ରକାଶ ପାଉଛି। ଏପରି କି ବିକାଶମୂଳକ କାର୍ଯ୍ୟ ଠପ୍‌ ହୋଇପଡ଼ିଥିବା ଏହି ପୌର ପରିଷଦର ବହୁ ତୁଙ୍ଗ ନେତାଙ୍କୁ ବାଦ୍‌ ଦେବାକୁ ଏକପ୍ରକାର ଗୋଟିଚାଳନା ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।

ବ୍ୟାସନଗର ସହରର ଇତିହାସ ୫୭ ବର୍ଷ ପୁରୁଣା। ଡୋଲିପୁର ନାମରେ ପରିଚିତ ଯାଜପୁରରୋଡ ସହରକୁ ରାଜ୍ୟ ସରକାର ୧୯୬୧ରେ ବିଜ୍ଞାପିତ ଅଞ୍ଚଳ (ଏନ୍‌ଏସି) ଭାବେ ଘୋଷଣା କରିଥିଲେ। ସେହି ସମୟରେ ୧୧ଟି ୱାର୍ଡ ଥିଲା। ୧୯୬୩ରେ ଓ୍ବାର୍ଡ ସଂଖ୍ୟା ୧୫ ଏବଂ ୧୯୮୨ରେ ୨୨କୁ ବୃଦ୍ଧି ପାଇଥିଲା। ୧୯ା୫ା୧୯୯୪ରେ ଯାଜପୁରରୋଡ ଏନ୍‌ଏସିକୁ ବ୍ୟାସନଗର ପୌର ପରିଷଦ ଭାବେ ସ୍ବୀକୃତି ମିଳିଥିଲା। ୨୦୦୮ରେ ୨୨ରୁ ୨୬ଟି ୱାର୍ଡରେ ଏହା ପରିଣତ ହୋଇଛି। ବିଗତ ଦିନରେ ହୃଷୀକେଶ ରାଉତ, ରସାନନ୍ଦ ମହାନ୍ତି, ସରୋଜିନୀ ବଳ, ବନ୍ଦିତା ପରିଡ଼ା ଓ ସବିତା ରାଉତ ଅଧ୍ୟକ୍ଷା/ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ୩ଟି ନିର୍ବାଚନରେ ଅଧ୍ୟକ୍ଷ ପଦବୀ ସାଧାରଣବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିଲା। ୨୦୧୮ ଡିସେମ୍ବରରେ ଅଧ୍ୟକ୍ଷା ରାଉତଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ୫ ବର୍ଷରୁ ଶେଷ ୨ ବର୍ଷ ମଧ୍ୟରେ ବ୍ୟାସନଗର ପୌରାଧ୍ୟକ୍ଷା ରାଉତଙ୍କ ବିରୋଧରେ ୩ଥର ଅନାସ୍ଥା ପ୍ରସ୍ତାବ ଆସିଥିଲା। କ୍ଷମତା ଲୋଭ ଯୋଗୁ ରାଜନୈତିକ ବିବାଦ ବ୍ୟାସନଗର ପୌରପରିଷଦକୁ ରସାତଳଗାମୀ କରିଥିଲା। ନବେ ଦଶକରେ ଏହି ପୌରପରିଷଦ ଅଞ୍ଚଳକୁ ଲାଗି ବିଭିନ୍ନ ଶିଳ୍ପ କାରଖାନା ପ୍ରତିଷ୍ଠା ହେବା ପରେ ଏହାର ନବକଳେବର ବୃଦ୍ଧି ପାଇବାରେ ଲାଗିଛି। ଜନସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇ ବେସରକାରୀ ଭାବେ ପ୍ରାୟ ଦେଢ ଲକ୍ଷ ଟପିଲାଣି। କିନ୍ତୁ ସହରର ରାସ୍ତାଘାଟ ସମେତ ଦର୍ଶନୀୟ ସ୍ଥାନ, ପାର୍କର ବିକାଶ ହେଉନାହିଁ। ଏହା ନିର୍ବାଚନ ସମୟରେ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କେତେଜଣ ରାଜନୈତିକ ସମୀକ୍ଷକ କହୁଛନ୍ତି। କିନ୍ତୁ ବିରୋଧୀ ଦଳ ଏଠାରେ ସେତେଟା ସକ୍ରିୟ ନ ଥିବାରୁ ବିଜେଡି ତିଷ୍ଠି ରହିବ ବୋଲି ଆଉ କେତେଜଣ ମତ ଦେଉଛନ୍ତି।

ପୂର୍ବତନ ପୌରାଧ୍ୟକ୍ଷ ରସାନନ୍ଦ ମହାନ୍ତି କୁହନ୍ତି, ଆପତ୍ତି ଅଭିଯୋଗ ପାଇଁ ୧୫ ଦିନ ସମୟ ରହିଛି। ତେଣୁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ସଂରକ୍ଷଣ ପରିବର୍ତ୍ତନ ହୋଇପାରେ। ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ କହିଛନ୍ତି, ଏଠାରେ ବହୁତ କମ୍‌ ସ୍ଥାୟୀ ଆଦିବାସୀ ରହିଛନ୍ତି। ତେଣୁ ଆଗାମୀ ଦିନରେ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଦାବି କରାଯିବ। ଭାଜପା ନେତା ଚନ୍ଦ୍ର ଶେଖର ପଣ୍ଡା କୁହନ୍ତି, ବ୍ୟାସନଗର ସହରର ବିକାଶ ପାଇଁ କାହାରି ଦରଦ ନାହିଁ। ଏହି ସହରକୁ ଆହୁରି ଅନୁନ୍ନତ କରିବାକୁ ଏହା ଏକ ଚାଲ୍‌। ଆଦିବାସୀ ଜନଜାତି ଏଠାରେ ନଗଣ୍ୟ। ତେଣୁ ଯେକେହି ବି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ସେ ଅନ୍ୟ ପ୍ରଭାବଶାଳୀ ଲୋକଙ୍କ ବୋଲକରା ହୋଇ ରହିବ। ତେଣୁ ଏହି ଚିଠା ଉପରେ ନିହାତି ପରିବର୍ତ୍ତନର ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri