ଅମେଇମୁହାଁବାସୀଙ୍କ ଭରସା ଚୁଆପାଣି

ନୂଆଗାଁ,୨୪।୧୨ ( ଧନେଶ୍ୱର ସାହୁ)ପ୍ରତି ଗାଁକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଥିବା ସରକାର କହୁଛନ୍ତି । ହେଲେ ତାହାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିକ୍ରିଡା ପଞ୍ଚାୟତ ଅମେଇମୁହାଁ ଗ୍ରାମରେ । ଗାଁକୁ ଲାଗି ରହିଥିବା ନଦୀ ଜଳକୁ ଭରସା କରି ଦିନ ବିତାଉଛନ୍ତି ଗ୍ରାମବାସୀ ।
ନୂଆଗାଁ ବ୍ଲକରେ ଅନୁଷ୍ଠିତ ହେଉଥିବା ପ୍ରତି ସମିତି ବୈଠକରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଆଲୋଚନା କରାଯାଉଛି । ସେଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ , ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଆଦିରୁ ଅନେକ ଅନୁଦାନ ଦିଆଯାଉଛି । ହେଲେ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟା ଦୂର ହୋଇ ପାରୁନାହିଁ । ନୟାଗଡ଼ ସଦର କାର୍ଯ୍ୟାଳୟଠାରୁ ମାତ୍ର ୩୦ କି.ମି. ଦୂର ନୂଆଗାଁ ବ୍ଲକ ସିକ୍ରିଡା ପଞ୍ଚାୟତ ଅମେଇମୁହାଁ ଗ୍ରାମରେ ପ୍ରାୟ ୨୦ଟି ପରିବାର ବସବାସ କରନ୍ତି । ସେମାନଙ୍କ ବ୍ୟବହାର ନିମନ୍ତେ ଗାଁରେ ଗୋଟିଏ ମାତ୍ର ନଳକୂଅର ବ୍ୟବସ୍ଥା କରାଯାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଉକ୍ତ ନଳକୂଅ ପାଣିରେ ରୋଷେଇ କରିବା ଓ ପାନୀୟ ଜଳ ଯୋଗ୍ୟ ନୁହେଁ ।
ନଳକୂଅ ପାଣିରେ ରୋଷେଇ କଲେ ଭାତ ହଳଦିଆ ପଡିବା ସହ ଭାତ କିଛି ସମୟ ରହିଗଲେ ତାହା ନଷ୍ଟ ହୋଇ ଯାଉଛି । ଏ ନେଇ ବାରମ୍ବାର ଅଭିଯୋଗ କରିବା ପରେ ନିକଟସ୍ଥ କୃଷ୍ଣପ୍ରସାଦ ପାଣି ପମ୍ପରୁ ଅମେଇମୁହାଁ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯାଉଥିଲା । କିନ୍ତୁ ପ୍ରାୟ ଏକ ବର୍ଷ ହେଲା ତାହା ବନ୍ଦ କରି ଦିଆଯାଇଛି । ପାଇପ୍‌ ଯୋଗେ ପାଣି ବନ୍ଦ କରିବା ବାବଦରେ ସଂପୃକ୍ତ ପମ୍ପ ହାଉସ ଚଳାଉଥିବା ବ୍ୟକ୍ତିଙ୍କୁ ଅମେଇମୁହାଁ ଗ୍ରାମବାସୀ ପଚାରିବାରେ କୃଷ୍ଣପ୍ରସାଦ ଗ୍ରାମବାସୀଙ୍କ ନିମନ୍ତେ ଚାହିଦା ଅନୁଯାୟୀ ପାଣି ହେଉନି । ତେଣୁ ଅମେଇମୁହାଁ ଗ୍ରାମକୁ ପାଣି ଛାଡି ହେବ ନାହିଁ ବୋଲି କହୁଛନ୍ତି । ପାଇପ୍‌ ଯୋଗେ ଜଳ ଯୋଗାଣ ବନ୍ଦ ହେବା ପରେ ପୁଣି ସେହି ନଦୀ ଚୂଆପାଣିକୁ ଭରସା କରିଛନ୍ତି ଗ୍ରାମବାସୀ । ପ୍ରତିଦିନ ସକାଳୁ ଗାଁର ମହିଳାମାନେ ଗରା, ମାଠିଆ, ଡେକଚି ଆଦି ଧରି ନଦୀରେ ନିର୍ମାଣ ହୋଇଥିବା ଆଡିବନ୍ଧ ତଳୁ ଚୁଆ ଖୋଳି ପାଣି ଆଣୁଛନ୍ତି । ସେହି ନଦୀରେ ଆଡି ବନ୍ଧ ନିର୍ମାଣ ପରେ ନଦୀ ଭିତରକୁ ଯିବାରେ ଅସୁବିଧା ହେଉଥିଲେ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଖରା, ବର୍ଷା,ଶୀତ ସବୁବେଳେ ନଦୀରୁ ପାଣି ଆଣିବାକୁ ପଡୁଛି ବୋଲି ଗ୍ରାମର ମିନତୀ ନାୟକ , ସୁମିତ୍ରା ଜାନି , କମା ନାୟକ , ସୁରେଖା ପ୍ରଧାନ, ମିନତୀ ପ୍ରଧାନ , ନିଶା ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ କହିଛନ୍ତି । ଏପରି କି ବର୍ଷା ଦିନେ ଦୁଇ ତିନି ଦିନ ପାଇଁ ପାଣି ଆଣି ଘରେ ରଖିବାକୁ ପଡୁଛି ବୋଲି କହିଛନ୍ତି । ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଉଥିବା ନେଇ ପ୍ରତି ଗାଁ ମୁଣ୍ଡରେ ଫଳକ ଲଗା ଯାଇଥିବା ବେଳେ ତାହା ଅମେଇମୁହାଁବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି । ଗାଁରେ ନୂତନ କୂଅ ଖୋଳି ସେଥିରେ ସୋଲାର ବ୍ୟବସ୍ଥା କରିବା ସହିତ ଗ୍ରାମବାସୀଙ୍କୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ସମ୍ପୃକ୍ତ ପଞ୍ଚାୟତ ସରପଞ୍ଚ ଓ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri