ଶ୍ରୀମନ୍ଦିର ଖୋଲିବା ଆଶା କ୍ଷୀଣ

ପୁରୀ ଅଫିସ,୧ା୧୧: ରାଜ୍ୟ ସରକାର ଶନିବାର ଅନ୍‌ଲକ୍‌-୬ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ ଅନୁସାରେ ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲିପାରିବ। ଅର୍ଥାତ୍‌ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପରିସ୍ଥିତିକୁ ଦେଖି ଏ ନେଇ ଅନୁମତି ଦେଇପାରିବେ। ତେବେ ଏହି ଗାଇଡ୍‌ଲାଇନକୁ ଦେଖିଲେ ସାମ୍ପ୍ରତିକ ସ୍ଥିତିରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ଆଶା କ୍ଷୀଣ। କାରଣ ରବିବାରଠାରୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହେଉଥିବାବେଳେ ଆଗକୁ ଦୁର୍ଲଭ ନାଗାର୍ଜୁନ ବେଶ ରହିଛି। ପୂର୍ବରୁ ସେବାୟତ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କଠାରୁ ଶ୍ରୀମନ୍ଦିର ଖୋଲିବା ନେଇ ମୁଖ୍ୟ ପ୍ରଶାସକ ମତାମତ ଲୋଡ଼ିଥିଲେ। ଯେଉଁଥିରେ ପ୍ରାୟ ୯୦ ପ୍ରତିଶତ କାର୍ତ୍ତିକ ଓ ନାଗାର୍ଜୁନ ବେଶ ପରେ କରୋନା ସ୍ଥିତିକୁ ଦେଖି ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ହେଉ ବୋଲି ମତ ଦେଇଥିଲେ। ଶ୍ରୀମନ୍ଦିର ନୀତି ସବ୍‌ କମିଟି ଏବଂ ଛତିଶା ନିଯୋଗ ବୈଠକରେ ବି ଏଥର ଭକ୍ତ ନାଗାର୍ଜୁନ ବେଶ ଦର୍ଶନ କରିପାରିବେ ନାହିଁ ବୋଲି ଚୂଡ଼ାନ୍ତ ହୋଇଛି। ତେଣୁ ନଭେମ୍ବର ଶେଷ ସୁଦ୍ଧା ଶ୍ରୀମନ୍ଦିର ଖୋଲିବା ଆଶା କ୍ଷୀଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କୁ କୋଭିଡ୍‌ କଟକଣା ମାନି ମନ୍ଦିର ପ୍ରବେଶ ଅନୁମତି ଦିଆଯାଉ ବୋଲି କହୁଥିବାବେଳେ ସେବାୟତମାନେ କିନ୍ତୁ ଏବେ ମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି। ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ସରକାରଙ୍କ ନୂଆ ଗାଇଡ୍‌ଲାଇନକୁ ଅନୁପାଳନ କରି କି ନିଷ୍ପତ୍ତି ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
କରୋନା ପାଇଁ ଗତ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ତେବେ ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତି କରୁଛନ୍ତି। ଅନ୍‌ଲକ-୪ ଓ ଅନ୍‌ଲକ-୫ରେ ଶ୍ରୀମନ୍ଦିର ଖୋଲିବା ନେଇ ଆଶା ସଞ୍ଚାର ହୋଇଥିଲା। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇ ନ ଥିଲେ। ଫଳରେ ଏପର୍ଯ୍ୟନ୍ତ କଟକଣା ବଳବତ୍ତର ରହିଛି। ନିକଟରେ ମୁଖ୍ୟ ଶାସନ ସଚିବ ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନକୁ ରିପୋର୍ଟ ମାଗିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲାପାଳ ବିଭିନ୍ନ ପକ୍ଷଙ୍କଠାରୁ ମତାମତ ସଂଗ୍ରହ କରିଥିଲେ। ୬ଦିନ ଧରି ଭର୍ଚୁଆଲ ବୈଠକ ହୋଇଥିଲା। ଅଧିକାଂଶ ବର୍ତ୍ତମାନ ପରିସ୍ଥିତିରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ନ ଥିଲେ। ଅନ୍‌ଲକ-୬ ଗାଇଡ୍‌ଲାଇନ ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲାଯାଇପାରିବ ବୋଲି କୁହାଯାଇଛି।
ଏହାକୁ ଶ୍ରଦ୍ଧାଳୁ ସ୍ବାଗତ କରିଛନ୍ତି। ଭକ୍ତ ସନ୍ତୋଷ ସାହୁ କହିଛନ୍ତି, ୭ମାସରୁ ଊର୍ଦ୍ଧ୍ୱ ହେଲା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ଏବେ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ପୂର୍ବକ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇ ଭକ୍ତଙ୍କୁ ମନ୍ଦିରକୁ ଛଡ଼ାଯାଉ। ଅପର ପକ୍ଷରେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ଶୀତଦିନେ କରୋନା ସଂକ୍ରମଣ ବଢିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ତେଣୁ ଏହାକୁ ଆମକୁ ମାନିବାକୁ ପଡ଼ିବ। କାର୍ତ୍ତିକ ମାସ ଏବଂ ନାଗାର୍ଜୁନ ବେଶ ପରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉ ବୋଲି ଦାସମହାପାତ୍ର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri