Posted inଫୁରସତ

ଐତିହାସିକ ସହର ଜାମନଗର

ଗୁଜରାଟର ଏକ ଐତିହାସିକ ସହର ଭାବେ ଜାମନଗର ପରିଚିତ। ପର୍ଯ୍ୟଟନ ହେଉ ଅବା ଅର୍ଥନୀତି କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ଏହାର ନିଜସ୍ବ ଏକ ପରିଚୟ ରହିଛି। ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ୧୫୪୦ ମସିହାରେ ଜାମନଗର ରାଜା ଜାମସାହିବଙ୍କ ଦ୍ୱାରା ନଓ୍ବାନଗର ଭାବେ ପ୍ରଥମେ ଗଢିଉଠିଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ଏହା ଉପରେ ଆହୁରି ଅନେକ ରାଜା ଶାସନ କଲେ ଏବଂ କ୍ରମେ ଏହାର ନାମ ପରବର୍ତ୍ତନ ହୋଇ ଜାମନଗର ହେଲା। ଆଉ ଏବେ ଏହା ଗୁଜରାଟର ଏକ ମହତ୍ତ୍ୱପୂର୍ଣ୍ଣ ଔଦ୍ୟୋଗିକ କେନ୍ଦ୍ର ତଥା ପ୍ରଶାସନିକ ମୁଖ୍ୟାଳୟ ଭାବେ ପରିଚିତ ହେଉଛି; ଯାହା ସତରେ ଏକ ଗୌରବଶାଳୀ ବିଷୟ।

କ’ଣ ଦେଖିବେ
ଯେହେତୁ ଜାମନଗର ଉପରେ ଅନେକ ରାଜା ଶାସନ କରୁଥିଲେ, ତେଣୁ ଏଠାରେ ଏକାଧିକ ପ୍ୟାଲେସ ଏବଂ ଦୁର୍ଗ ଥିବାର ଦେଖିବାକୁ ମିଳିଥାଏ। ଯେମିତିକି ଦରବାରଗଡ଼ ପ୍ୟାଲେସ, ପ୍ରତାପ ବିଳାସ ପ୍ୟାଲେସ ଏବଂ ଲାଖୋଟ୍‌ ଦୁର୍ଗ ଇତ୍ୟାଦି ପ୍ରମୁଖ। ସେହିପରି ଜାମନଗରରେ ଅନେକ ଆଧ୍ୟାତ୍ମିକ ପୀଠ ବି ରହିଛି; ଯଥା ତ୍ରିମନ୍ଦିର, ବର୍ଦ୍ଧମାନ ଶାହ ମନ୍ଦିର, ଶାନ୍ତିନାଥ ମନ୍ଦିର, ମୋଟା ଆଶାପୁରା ମନ୍ଦିର, ବାଲ୍‌ ହନୁମାନ ମନ୍ଦିର, ଭୋଳେଶ୍ୱର ମହାଦେବ ମନ୍ଦିର, ବାପସ୍‌ ଶ୍ରୀସ୍ବାମୀନାରାୟଣ ମନ୍ଦିର, ଧନଭନ୍ତ୍ରୀ ମନ୍ଦିର ଇତ୍ୟାଦି ଅନ୍ୟତମ। ଏସବୁ ବ୍ୟତୀତ ଏଠାରେ ଥିବା ଜାମ୍‌ ରଞ୍ଜିତ୍‌ ସିଂହଜୀ ପାର୍କ, ସର୍ଦ୍ଦାର ପଟେଲ୍‌ ଆମ୍ୟୁଜ୍‌ମେଣ୍ଟ ପାର୍କ, କ୍ରିମେଶନ୍‌ ପାର୍କ, ଜୋଗର୍ସ ପାର୍କ ଇତ୍ୟାଦିର ଆକର୍ଷଣୀୟ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ ନିଜ ଆଡ଼କୁ। ଏହାଛଡ଼ା ଜାମନଗରରେ ଥିବା ରୋଜି ଆଣ୍ଡ ବେଦୀ ପୋର୍ଟ, ମେରାଇନ୍‌ ନ୍ୟାଶନାଲ୍‌ ପାର୍କ, ପିରୋଟାନ୍‌ ଆଇଲାଣ୍ଡ, ବାଲ୍‌ଚଡି ବିଚ୍‌, ଖିଜଦୀୟା ପକ୍ଷୀ ଅଭୟାରଣ୍ୟ, ବୋହ୍‌ରା ହଜିରା, ଭୁଚାର୍‌ ମୋରି ଶହୀଦ୍‌ ଭ୍ୟାନ୍‌, ଭୁଜିଓ କୋଠୋ, ସୋଲାରିୟମ୍‌, କୋଠା ବାସ୍‌ଟନ୍‌, ଓ୍ବିଲିଙ୍ଗ୍‌ଡନ୍‌ କ୍ରିସେଣ୍ଟ ଇତ୍ୟାଦି ପର୍ଯ୍ୟଟନସ୍ଥଳୀ ବି ବେଶ୍‌ ଆକର୍ଷଣୀୟ ହୋଇଥାଏ ଦେଖିବାକୁ। କହିବାକୁ ଗଲେ ପର୍ଯ୍ୟଟକ ଜାମନଗର ବୁଲିଆସିଲେ ଏଠାରେ ବହୁ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ଦେଖିବା ସହ ଅନେକ ନିଆରା ଅନୁଭୂତି ସାଉଁଟି ପାରିବେ, ଏଥିରେ ସନ୍ଦେହ ନାହିଁ।

ଔଦ୍ୟୋଗ ଓ ବ୍ୟାପାର
ବକ୍ସାଇଟ୍‌ ଏବଂ ବ୍ରାସ୍‌ ଉତ୍ପାଦନ କ୍ଷେତ୍ରରେ ଜାମନଗରର ବେଶ୍‌ ନାଁ ରହିଛି। ତା’ଛଡ଼ା ବାନ୍ଧେନୀ ବସ୍ତ୍ର ତିଆରି, ଆକର୍ଷଣୀୟ ମାଟିପାତ୍ର ତଥା ଜରିକାମ ଏବଂ ବିଭିନ୍ନ ପ୍ରକାରର ଧାତୁରେ ତିଆରି ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ କରିବାରେ ଜାମନଗରବାସୀ ବେଶ୍‌ ସିଦ୍ଧହସ୍ତ। କେବଳ ସେତିକି ନୁହେଁ, ଜାମନଗର ରିଫାଇନେରି ହେଉଛି ଭାରତ ତଥା ବିଶ୍ୱର ଅନ୍ୟତମ ପ୍ରମୁଖ ତୈଳ ରିଫାଇନେରି। ତେଣୁ ଏ କ୍ଷେତ୍ରରେ ବି ଦେଶବିଦେଶରେ ଜାମନଗରର ବେଶ୍‌ ଖ୍ୟାତି ରହିଛି। ସେଥିପାଇଁ ମଧ୍ୟ ପର୍ଯ୍ୟଟକ ଏଠାକୁ କିଛିଟା ନିଆରା କଥା ଜାଣିବା ସକାଶେ ଧାଇଁ ଆସିଥାନ୍ତି।

କେବେ ଓ କେମିତି ଯିବେ
ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ, ଜାମନଗରକୁ ବର୍ଷର ଯେ କୌଣସି ସମୟରେ ବୁଲି ଯାଇହେବ। କିନ୍ତୁ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ବୁଲିଗଲେ ଭରପୂର ମଜା ନେଇହେବ। ସେହିପରି ଜାମନଗର ଯିବାପାଇଁ ଗମନାଗମନର ମଧ୍ୟ ବେଶ୍‌ ଭଲ ସୁବିଧା ରହିଛି। ଜାମନଗର ସହରଠାରୁ ମାତ୍ର ୯ କି.ମି. ଦୂରରେ ରହିଛି ଜାମନଗର ଏୟାରପୋର୍ଟ; ଯେଉଁଠାକୁ ମୁମ୍ବାଇ, ଅହମଦାବାଦ୍‌, ଭଦୋଦରା ତଥା ଦେଶର ଅନ୍ୟ ପ୍ରମୁଖ ସହରରୁ ନିୟମିତ ବ୍ୟବଧାନରେ ବିମାନ ଚଳାଚଳ କରିଥାଏ। ସେହିପରି ସହରଠାରୁ ମାତ୍ର ୪ କି.ମି. ଦୂରରେ ରହିଛି ଜାମନଗର ରେଳଷ୍ଟେଶନ; ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ନିୟମିତ ଟ୍ରେନ୍‌ ଯା’ଆସ କରିଥାଏ। ଏହାଛଡ଼ା ଜାମନଗର ଯିବାପାଇଁ ବସ୍‌ର ମଧ୍ୟ ସୁବିଧା ଉପଲବ୍ଧ ଅଛି। ତେଣୁ ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଜାମନଗରରେ ପହଞ୍ଚତ୍ ବୁଲାବୁଲି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri