ହାଇକୋର୍ଟ ଥିଲା, ସ୍ଥାୟୀ ବେଞ୍ଚ ଫେରାଅ

ବଲାଙ୍ଗୀର ଅଫିସ, ୨୧ା୧୦: ଓଡିଶା ସହ ଗଡଜାତ ମିଶ୍ରଣ ପୂର୍ବରୁ ବଲାଙ୍ଗୀରରେ ହାଇକୋର୍ଟ କାର୍ଯ୍ୟ କରୁଥିଲା। ଗଡଜାତ ମିଶ୍ରଣ ପରେ ବଲାଙ୍ଗୀରରୁ ହାଇକୋର୍ଟ ଉଠାଇ ଦିଆଯାଇ କଟକ ହାଇକୋର୍ଟ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ଇତିହାସ ହୋଇପାରେ, ମାତ୍ର ଏହାହିଁ ସତ୍ୟତା। ଐତିହାସିକ ସତ୍ୟତାକୁ ଓଡିଶାର କୌଣସି ସରକାର କିମ୍ବା କୌଣସି ଅଞ୍ଚଳର ଲୋକେ ଅସ୍ବୀକାର କରିପାରିବେ ନାହିଁ। ବଲାଙ୍ଗୀରବାସୀଙ୍କୁ ତାଙ୍କର ନ୍ୟାୟିକ ଅଧିକାର ଫେରାଇବା ଓଡିଶା ସରକାର ଓ ରାଜ୍ୟବାସୀଙ୍କ କର୍ତ୍ତବ୍ୟ। ଏଣୁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଆଉ ବେଶୀ ଚକ୍ରାନ୍ତ ଓ ଷଡୟନ୍ତ୍ର ନକରି ତୁରନ୍ତ ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା କରାଯିବା ଉଚି୍‌ତ୍‌ ବୋଲି ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାରସ୍ବତ ସାଧକ, ଲୋଇସିଂହା ବିଧାୟକ, ବରିଷ୍ଠ ଆଇନଜୀବୀ, ସ୍ବେଚ୍ଛାସେବୀ ଓ ରାଜନେତାମାନେ ଗୁରୁବାର ଦାବି କରିଥିଲେ।
ଆକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୯ଟାରୁ ପ୍ରତିବାଦ ସଭା ଓ ଗଣଧାରଣା ଆରମ୍ଭ ହୋଇଥିଲା। ଏଥିରେ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଏବଂ ରାଜନୈତିକ ସଙ୍ଗଠନ ସଦସ୍ୟ, ଓକିଲ ସଂଘ ସଦସ୍ୟମାନେ ଯୋଗଦେଇଥିଲେ। ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତା ଓ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ କହିଥିଲେ ଯେ ବଲାଙ୍ଗୀରରେ ହାଇକୋର୍ଟ ଥିଲା ଶୀଘ୍ର ଫେରାଅ। ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ କହିଥିଲେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବିଭିନ୍ନ କମିଶନ ରିପୋର୍ଟ ମୁତାବକ ବଲାଙ୍ଗୀର ହିଁ ପ୍ରକୃଷ୍ଠ ସ୍ଥାନ। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସଂକ୍ରାନ୍ତରେ କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜୁଜୁଙ୍କ ସୁପାରିଶକୁ ନେଇ ଓଡିଶା ହାଇକୋର୍ଟର ଆଭିମୁଖ୍ୟକୁ ସେ ସମାଲୋଚନା କରି ଏଭଳି ମନୋଭାବ ଆଞ୍ଚଳିକ ବୈଷମ୍ୟକୁ ବଢ଼ାଇବ ବୋଲି କହିଥିଲେ। ଜିଲା ପରିଷଦ ସଭାପତି ଦେବକୀ ସାହୁ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି କରିବେ ବୋଲି କହିଥିଲେ। ଗୁରୁଶ୍ରୀ ଘାସିରାମ ମିଶ୍ର କହିଥିଲେ ଯେ, ବଲାଙ୍ଗୀର ପ୍ରତି ଅବିଚାର ମୂଳରୁ ହୋଇଚାଲିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଏହା ସ୍ପଷ୍ଟ ଦେଖାଯାଉଛି। ଏଭଳି ମନୋଭାବକୁ ଆଉ ସହ୍ୟ କରାଯିବ ନାହିଁ । ବରିଷ୍ଠ ଆଇନଜୀବୀ ବୈଷ୍ଣବ ମିଶ୍ର କହିଥିଲେ, ଯଶବନ୍ତ ସିଂ କମିଶନ ରିପୋର୍ଟ ଆଧାରରେ ବଲାଙ୍ଗୀର ହିଁ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରକୃଷ୍ଟ ସ୍ଥାନ। ଅନ୍ୟମାନେ ଯେତେ ଦାବି କଲେ ମଧ୍ୟ ସେମାନେ ଏହି ଦାବି ହାସଲ କରିପାରିବେ ନାହିଁ। ବଲାଙ୍ଗୀରବାସୀ ଏହି ଦାବି କରୁଥିବା ଯାଏ ଓଡିଶାର ଅନ୍ୟ କୌଣସି ଅଞ୍ଚଳରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ। ଜିଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ କହିଥିଲେ ଯେ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦିଗରେ ଯେତେ ଆନ୍ଦୋଳନ କରିବାକୁ ପଡିବ କରାଯିବ। ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ଶତପଥୀ କହିଥିଲେ ଯେ, ଆଗକୁ ବଡ ଧରଣର ଆନ୍ଦୋଳନ ପାଇଁ ବଲାଙ୍ଗୀରବାସୀ ପ୍ରସ୍ତୁତ ଅଛନ୍ତି। ନାଗରିକ କମିଟି ସମ୍ପାଦକ ମପେନାରଞ୍ଜନ ସାହୁ କହିଥିଲେ ଓଡିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅଫିସ ଓ ଅନୁଷ୍ଠାନ ପ୍ରତିଷ୍ଠା କରାଯାଉଛି। ବଲାଙ୍ଗୀରବାସୀ କାହା ଦାବିରେ କେବେ ମୁଣ୍ଡ ପୂରାଇ ନାହାନ୍ତି। ମାତ୍ର ବଲାଙ୍ଗୀର ପାଳି ଆସିଲେ ବିଭିନ୍ନ ସ୍ଥାନରେ ଦାବି ଉଠୁଛି। ଆଗକୁ ଏହାର କଡା ଜବାବ ଦିଆଯିବ। କବି ମଧୁସୂଦନ ନାୟକ କହିଥିଲେ ଯେ ନିର୍ଣ୍ଣାୟକ ଲଢ଼େଇର ସମୟ ଆସିଯାଇଛି। ଅବସରପ୍ରାପ୍ତ ସୈନିକ ସଂଘ ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ସବୁପ୍ରକାର ଲଢ଼େଇ ପାଇଁ ବଲାଙ୍ଗୀରବାସୀ ପ୍ରସ୍ତୁତ ବୋଲି କହିଥିଲେ।
ସକାଳ ୫ଟାରୁ ପ୍ରଧାନ ଡାକଘର ସମ୍ମୁଖରେ ପତକେଟିଂ କରାଯାଇଥିଲା। ପରେ ଜିଲାପାଳ ଅଫିସ, ଡିଆରଡିଏ. ଡିଏଫ୍‌ଓ, ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା, ଅନ୍ୟାନ୍ୟ ବ୍ୟାଙ୍କ, ସିଡିଏମ୍‌ଓ ଅଫିସ, ଅନ୍ୟାନ୍ୟ ଜିଲା ସ୍ତରୀୟ ସରକାରୀ ଅଫିସ ବନ୍ଦ କରାଯାଇଥିଲା। ସିଭିଲ କୋର୍ଟ ସମ୍ମୁଖରେ ପିକେଟିଂ କରାଯାଇ ଜଜ୍‌ମାନଙ୍କୁ ଫେରିଯିବାକୁ ଅନୁରୋଧ କରାଯାଇଥିଲା। ଓକିଲ ସଂଘ, ଆକ୍ସନ କମିଟି ସଦସ୍ୟ, ବିଭିନ୍ନ ଜାତି ସଙ୍ଗଠନ, ସ୍ବେଚ୍ଛାସେବୀ ସଙ୍ଗଠନ ସଦସ୍ୟମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ପୌରାଧ୍ୟକ୍ଷା ଲିକା ସାହୁ, ସମାଜସେବୀ ବିକ୍ରମ ବହିଦାର, ଡ. ଲକ୍ଷ୍ମୀକାନ୍ତ ମହାପାତ୍ର, ନୀଳମଣି ମିଶ୍ର, ସୌମ୍ୟରଞ୍ଜନ ମିଶ୍ର, କୋସଲ ମୁକ୍ତି ମୋର୍ଚ୍ଚାର ବିକାଶ ସା, କଂଗ୍ରେସ ଜିଲା ସଭାପତି ଦିଲୀପ ବେହେରା, ବିଧୁଭୂଷଣ ତ୍ରିପାଠୀ, ନାରୀନେତ୍ରୀ ବନଶ୍ରୀ ଆଚାର୍ଯ୍ୟ, ଆରତୀ ଗୁରୁ, ଶ୍ରମିକ ନେତା ରବି ମିଶ୍ର, ବିଭୂଦତ୍ତ ମିଶ୍ର, ନାଗରିକ କମିଟି ସଭାପତି ବେଲାରସିଂ ଭୋଇ, ଜିଲା ଓକିଲ ସଂଘ ସମ୍ପାଦକ ଅଧିକାରୀ ଦନ୍ତା, ପ୍ରମୋଦ ତ୍ରିପାଠୀ, ପ୍ରବୀଣ ମିଶ୍ର, ଅମନ ନାଗ, ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ମୁନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଆନ୍ଦୋଳନ ଯୋଗୁଁ ଟିଟିଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼ରେ ସମସ୍ତ କୋର୍ଟ କଚେରୀ ବନ୍ଦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri