ହାଇକୋର୍ଟ ଥିଲା, ସ୍ଥାୟୀ ବେଞ୍ଚ ଫେରାଅ

ବଲାଙ୍ଗୀର ଅଫିସ, ୨୧ା୧୦: ଓଡିଶା ସହ ଗଡଜାତ ମିଶ୍ରଣ ପୂର୍ବରୁ ବଲାଙ୍ଗୀରରେ ହାଇକୋର୍ଟ କାର୍ଯ୍ୟ କରୁଥିଲା। ଗଡଜାତ ମିଶ୍ରଣ ପରେ ବଲାଙ୍ଗୀରରୁ ହାଇକୋର୍ଟ ଉଠାଇ ଦିଆଯାଇ କଟକ ହାଇକୋର୍ଟ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ଇତିହାସ ହୋଇପାରେ, ମାତ୍ର ଏହାହିଁ ସତ୍ୟତା। ଐତିହାସିକ ସତ୍ୟତାକୁ ଓଡିଶାର କୌଣସି ସରକାର କିମ୍ବା କୌଣସି ଅଞ୍ଚଳର ଲୋକେ ଅସ୍ବୀକାର କରିପାରିବେ ନାହିଁ। ବଲାଙ୍ଗୀରବାସୀଙ୍କୁ ତାଙ୍କର ନ୍ୟାୟିକ ଅଧିକାର ଫେରାଇବା ଓଡିଶା ସରକାର ଓ ରାଜ୍ୟବାସୀଙ୍କ କର୍ତ୍ତବ୍ୟ। ଏଣୁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଆଉ ବେଶୀ ଚକ୍ରାନ୍ତ ଓ ଷଡୟନ୍ତ୍ର ନକରି ତୁରନ୍ତ ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା କରାଯିବା ଉଚି୍‌ତ୍‌ ବୋଲି ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାରସ୍ବତ ସାଧକ, ଲୋଇସିଂହା ବିଧାୟକ, ବରିଷ୍ଠ ଆଇନଜୀବୀ, ସ୍ବେଚ୍ଛାସେବୀ ଓ ରାଜନେତାମାନେ ଗୁରୁବାର ଦାବି କରିଥିଲେ।
ଆକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୯ଟାରୁ ପ୍ରତିବାଦ ସଭା ଓ ଗଣଧାରଣା ଆରମ୍ଭ ହୋଇଥିଲା। ଏଥିରେ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଏବଂ ରାଜନୈତିକ ସଙ୍ଗଠନ ସଦସ୍ୟ, ଓକିଲ ସଂଘ ସଦସ୍ୟମାନେ ଯୋଗଦେଇଥିଲେ। ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତା ଓ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ କହିଥିଲେ ଯେ ବଲାଙ୍ଗୀରରେ ହାଇକୋର୍ଟ ଥିଲା ଶୀଘ୍ର ଫେରାଅ। ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ କହିଥିଲେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବିଭିନ୍ନ କମିଶନ ରିପୋର୍ଟ ମୁତାବକ ବଲାଙ୍ଗୀର ହିଁ ପ୍ରକୃଷ୍ଠ ସ୍ଥାନ। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସଂକ୍ରାନ୍ତରେ କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜୁଜୁଙ୍କ ସୁପାରିଶକୁ ନେଇ ଓଡିଶା ହାଇକୋର୍ଟର ଆଭିମୁଖ୍ୟକୁ ସେ ସମାଲୋଚନା କରି ଏଭଳି ମନୋଭାବ ଆଞ୍ଚଳିକ ବୈଷମ୍ୟକୁ ବଢ଼ାଇବ ବୋଲି କହିଥିଲେ। ଜିଲା ପରିଷଦ ସଭାପତି ଦେବକୀ ସାହୁ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି କରିବେ ବୋଲି କହିଥିଲେ। ଗୁରୁଶ୍ରୀ ଘାସିରାମ ମିଶ୍ର କହିଥିଲେ ଯେ, ବଲାଙ୍ଗୀର ପ୍ରତି ଅବିଚାର ମୂଳରୁ ହୋଇଚାଲିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଏହା ସ୍ପଷ୍ଟ ଦେଖାଯାଉଛି। ଏଭଳି ମନୋଭାବକୁ ଆଉ ସହ୍ୟ କରାଯିବ ନାହିଁ । ବରିଷ୍ଠ ଆଇନଜୀବୀ ବୈଷ୍ଣବ ମିଶ୍ର କହିଥିଲେ, ଯଶବନ୍ତ ସିଂ କମିଶନ ରିପୋର୍ଟ ଆଧାରରେ ବଲାଙ୍ଗୀର ହିଁ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରକୃଷ୍ଟ ସ୍ଥାନ। ଅନ୍ୟମାନେ ଯେତେ ଦାବି କଲେ ମଧ୍ୟ ସେମାନେ ଏହି ଦାବି ହାସଲ କରିପାରିବେ ନାହିଁ। ବଲାଙ୍ଗୀରବାସୀ ଏହି ଦାବି କରୁଥିବା ଯାଏ ଓଡିଶାର ଅନ୍ୟ କୌଣସି ଅଞ୍ଚଳରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ। ଜିଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ କହିଥିଲେ ଯେ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦିଗରେ ଯେତେ ଆନ୍ଦୋଳନ କରିବାକୁ ପଡିବ କରାଯିବ। ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ଶତପଥୀ କହିଥିଲେ ଯେ, ଆଗକୁ ବଡ ଧରଣର ଆନ୍ଦୋଳନ ପାଇଁ ବଲାଙ୍ଗୀରବାସୀ ପ୍ରସ୍ତୁତ ଅଛନ୍ତି। ନାଗରିକ କମିଟି ସମ୍ପାଦକ ମପେନାରଞ୍ଜନ ସାହୁ କହିଥିଲେ ଓଡିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅଫିସ ଓ ଅନୁଷ୍ଠାନ ପ୍ରତିଷ୍ଠା କରାଯାଉଛି। ବଲାଙ୍ଗୀରବାସୀ କାହା ଦାବିରେ କେବେ ମୁଣ୍ଡ ପୂରାଇ ନାହାନ୍ତି। ମାତ୍ର ବଲାଙ୍ଗୀର ପାଳି ଆସିଲେ ବିଭିନ୍ନ ସ୍ଥାନରେ ଦାବି ଉଠୁଛି। ଆଗକୁ ଏହାର କଡା ଜବାବ ଦିଆଯିବ। କବି ମଧୁସୂଦନ ନାୟକ କହିଥିଲେ ଯେ ନିର୍ଣ୍ଣାୟକ ଲଢ଼େଇର ସମୟ ଆସିଯାଇଛି। ଅବସରପ୍ରାପ୍ତ ସୈନିକ ସଂଘ ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ସବୁପ୍ରକାର ଲଢ଼େଇ ପାଇଁ ବଲାଙ୍ଗୀରବାସୀ ପ୍ରସ୍ତୁତ ବୋଲି କହିଥିଲେ।
ସକାଳ ୫ଟାରୁ ପ୍ରଧାନ ଡାକଘର ସମ୍ମୁଖରେ ପତକେଟିଂ କରାଯାଇଥିଲା। ପରେ ଜିଲାପାଳ ଅଫିସ, ଡିଆରଡିଏ. ଡିଏଫ୍‌ଓ, ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା, ଅନ୍ୟାନ୍ୟ ବ୍ୟାଙ୍କ, ସିଡିଏମ୍‌ଓ ଅଫିସ, ଅନ୍ୟାନ୍ୟ ଜିଲା ସ୍ତରୀୟ ସରକାରୀ ଅଫିସ ବନ୍ଦ କରାଯାଇଥିଲା। ସିଭିଲ କୋର୍ଟ ସମ୍ମୁଖରେ ପିକେଟିଂ କରାଯାଇ ଜଜ୍‌ମାନଙ୍କୁ ଫେରିଯିବାକୁ ଅନୁରୋଧ କରାଯାଇଥିଲା। ଓକିଲ ସଂଘ, ଆକ୍ସନ କମିଟି ସଦସ୍ୟ, ବିଭିନ୍ନ ଜାତି ସଙ୍ଗଠନ, ସ୍ବେଚ୍ଛାସେବୀ ସଙ୍ଗଠନ ସଦସ୍ୟମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ପୌରାଧ୍ୟକ୍ଷା ଲିକା ସାହୁ, ସମାଜସେବୀ ବିକ୍ରମ ବହିଦାର, ଡ. ଲକ୍ଷ୍ମୀକାନ୍ତ ମହାପାତ୍ର, ନୀଳମଣି ମିଶ୍ର, ସୌମ୍ୟରଞ୍ଜନ ମିଶ୍ର, କୋସଲ ମୁକ୍ତି ମୋର୍ଚ୍ଚାର ବିକାଶ ସା, କଂଗ୍ରେସ ଜିଲା ସଭାପତି ଦିଲୀପ ବେହେରା, ବିଧୁଭୂଷଣ ତ୍ରିପାଠୀ, ନାରୀନେତ୍ରୀ ବନଶ୍ରୀ ଆଚାର୍ଯ୍ୟ, ଆରତୀ ଗୁରୁ, ଶ୍ରମିକ ନେତା ରବି ମିଶ୍ର, ବିଭୂଦତ୍ତ ମିଶ୍ର, ନାଗରିକ କମିଟି ସଭାପତି ବେଲାରସିଂ ଭୋଇ, ଜିଲା ଓକିଲ ସଂଘ ସମ୍ପାଦକ ଅଧିକାରୀ ଦନ୍ତା, ପ୍ରମୋଦ ତ୍ରିପାଠୀ, ପ୍ରବୀଣ ମିଶ୍ର, ଅମନ ନାଗ, ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ମୁନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଆନ୍ଦୋଳନ ଯୋଗୁଁ ଟିଟିଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼ରେ ସମସ୍ତ କୋର୍ଟ କଚେରୀ ବନ୍ଦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲେଫ୍ରିପଡ଼ା ବ୍ଲକ, ତହସିଲ, ଥାନା, ବିଭିନ୍ନ ବିଭାଗର କାର୍ଯ୍ୟାଳୟ କରାଗଲା ବିଶୋଧନ

ସୁନ୍ଦରଗଡ,୧।୫(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲାରେ କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଜିଲାର ପ୍ରତ୍ୟେକ ଗ୍ରାମରେ ସଂକ୍ରମଣ ମଧ୍ୟ ବଢୁଛି। ଜିଲାର ତଲସରା...

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନିକ ଅଧିକାରୀଙ୍କ ମାଲ୍ୟାର୍ପଣ

ବଡ଼ବିଲ,୫।୩(ସ୍ବ.ପ୍ର.): ମାର୍ଚ୍ଚ ୫ ଅର୍ଥାତ୍‌ ଆଜି ରାଜ୍ୟ ବ୍ୟାପୀ ପାଳନ ହେଉଛି ପଞ୍ଚାୟତିରାଜ ଦିବସ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏହି ଦିବସ ପାଳନ...

ନାବାଳିକା ଝିଅଙ୍କୁ ତଣ୍ଟି ଚିପି ହତ୍ୟା କଲା ବାପା

ନୂଆପଡ଼ା,୨୫।୭(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବଳିପଡିଲେ ନାବାଳିକା ଝିଅ।...

ଗହଣା ଶୋ’ରୁମରେ ବଡ଼ ଧରଣର ଡକାୟତି

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଯାଜପୁର ଜିଲା ବ୍ୟାସନଗର ବଜାରରେ ଥିବା ଏକ ‘ସେନ୍‌କୋ’ ଗହଣା ଶୋ’ ରୁମରେ ବଡ଼ ଧରଣର ଲୁଟ୍‌ ହୋଇଛି। ସୋମବାର କର୍ମଚାରୀଙ୍କୁ ମାଡ ମାରି...

ସ୍ବତନ୍ତ୍ର କ୍ୟାବିନ୍‌ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୫।୧(ଡି.ଏନ୍‌.ଏ.): ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ସ୍ଥାନୀୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା...

ଟିକିରା ନଦୀରେ ବୁଡ଼ି ଜଣେ ମୃତ

କଣିହାଁ, ୧୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଟୋଲକବେଡା ଗ୍ରାମର ପଞ୍ଚାନନ ସାହୁ(୫୮) ଗୁରୁବାର ଟିକିରା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି।...

ପୁନରୁଦ୍ଧାର ହେବ ୪୨,୬୫୮ ହେକ୍ଟର ଜଳସେଚିତ ଜମି

ଯାଜପୁର ଅଫିସ,୨୬ା୪:ସରକାର ରାଜ୍ୟ ବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ...

ବାତ୍ୟାରେ ଉଜୁଡ଼ିଲା କାଜୁ ବଗିଚା

ଢେଙ୍କାନାଳ ଅଫିସ, ୧୫।୫- ଢେଙ୍କାନାଳ ଜିଲାର କାଜୁ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ସାମୁଦ୍ରିକ ବାତ୍ୟା ‘ଫନୀ’। ଫସଲ ହରାଇ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଥିବାବେଳେ...

Advertisement
Archives

Model This Week