ଗୋପନୀୟତା କ୍ଷୁଣ୍ଣ ଦର୍ଶାଇ ଆବେଦନ ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ, ୧୫।୬: କରୋନାରେ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ କୋଭିଡ୍‌ ହସ୍ପିଟାଲରେ ସିସିଟିଭି କ୍ୟାମେରା ସହ ହସ୍ପିଟାଲ ପରିସରରେ ଡିସ୍‌ପ୍ଲେ ବୋର୍ଡ ଲଗାଇବାକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲା ଖାରଜ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଏବଂ ବିଚାରପତି କେ. ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି, ହସ୍ପିଟାଲଗୁଡ଼ିକରେ ସିସିଟିଭି ଲଗାଇବା ଦ୍ୱାରା ରୋଗୀଙ୍କ ଗୋପନୀୟତା କ୍ଷୁଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସମସ୍ତ ବିଷୟକୁ ଅନୁଧ୍ୟାନ ନ କରି କେବଳ ଉପର ଠାଉରିଆ ଭାବେ ଏଭଳି ଆବେଦନ କରାଯାଇଛି। ଆବେଦନକାରୀ କିମ୍ବା ତାଙ୍କ ଓକିଲ ମାମଲା ରୁଜୁ କରିବା ପୂର୍ବରୁ ଜଣେ ରୋଗୀଙ୍କ ଗୋପନୀୟତା କ୍ଷୁଣ୍ଣ ସମ୍ପର୍କିତ ବାସ୍ତବ ସ୍ଥିତିକୁ ବିଶ୍ଲେଷଣ କରିନାହାନ୍ତି ବୋଲି ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି। ଏପରି କି ଅବସରପ୍ରାପ୍ତ ବିଚାରପତି କେ.ଏସ୍‌. ପୁଟ୍ଟାସ୍ବାମୀ ବନାମ କେନ୍ଦ୍ର ସରକାରଙ୍କ ମାମଲାରେ ଗୋପନୀୟତାର ସାମ୍ବିଧାନିକ ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଆବେଦନକାରୀ ବୁଝିବାକୁ ଚେଷ୍ଟା କରି ନାହାନ୍ତି। କୌଣସି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ନ କରାଯାଇ ଆବେଦନ କରାଯିବାକୁ ଖଣ୍ଡପୀଠ ନାପସନ୍ଦ କରିଛନ୍ତି। ଜନସ୍ବାର୍ଥ ମାମଲା ସମ୍ବନ୍ଧିତ ଆବେଦନର ବିଚାର କରିବା ନେଇ ସମ୍ବିଧାନର ଧାରା ୨୨୬ରେ ହାଇକୋର୍ଟଙ୍କ ପର୍ଯ୍ୟାପ୍ତ କ୍ଷମତା ରହିଛି। କିନ୍ତୁ ଆବେଦନକାରୀ ଉପଯୁକ୍ତ ତଥ୍ୟ ଏବଂ ଘଟଣାବଳୀକୁ ଉଚିତ ଢଙ୍ଗରେ ଅଦାଲତରେ ଉପସ୍ଥାପନା କରିବା ଆବଶ୍ୟକ। ଅଧିକାଂଶ ସମୟରେ ଆବେଦନକାରୀ କୌଣସି ବିଷୟବସ୍ତୁକୁ ଠିକ୍‌ ଭାବେ ନ ବୁଝି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି, ଯାହାକି ସମାଜ ପାଇଁ ଭଲ କରିବା ପରିବର୍ତ୍ତେ କ୍ଷତି ପହଞ୍ଚାଇଥାଏ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri