ହୃଦ୍‌ରୋଗୀ ନିଜକୁ ଦେଇ ପାରିବେ ସୁରକ୍ଷା

ଭୁବନେଶ୍ୱର: ବର୍ତ୍ତମାନର କରୋନା ମହାମାରୀ ସମୟରେ ହୃଦ୍‌ରୋଗରେ ପୀଡ଼ିତ ବ୍ୟକ୍ତି ଚିକିତ୍ସାରେ କୌଣସି ପ୍ରକାର ବିଳମ୍ବ କରିବା ଉଚିତ ନୁହେଁ। ବିଶ୍ୱ ହୃତ୍‌ପିଣ୍ଡ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲର ବରିଷ୍ଠ କନ୍‌ସଲ୍‌ଟାଣ୍ଟ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ଡା.ଗିରିଧର ଜେନାଙ୍କ ସମେତ ଅଗ୍ରଣୀ କାର୍ଡିଓଲୋଜିଷ୍ଟଙ୍କ ଏକ ଗୋଷ୍ଠୀ ପକ୍ଷରୁ ବିବୃତ୍ତିରେ କୁହାଯାଇଛି।
ହୃଦ୍‌ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଶାରିରୀକ, ମାନସିକ ଭାବେ ନିଜର ଅଧିକ ଯତ୍ନ ନେବା ଦରକାର। ଏଥିସହ ” ବ୍ୟାୟାମ କରିବା, ଯୋଗାଭ୍ୟାସ, ପୁଷ୍ଟିକର ଖାଦ୍ୟ, ନିଦ୍ରା, ଔଷଧ ନିୟମିତ ଖାଦ୍ୟ, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତ୍ୱ ମାନି ଚଳିବା ଏବଂ ସକାରାତ୍ମକ ମନୋଭାବ ଦ୍ୱାରା ହୃଦ୍‌ରୋଗୀମାନେ ନିଜକୁ ସୁସ୍ଥ ରଖିବା ସହ କରୋନା ସଂକ୍ରମଣରୁ ମଧ୍ୟ ନିଜକୁ ସୁରକ୍ଷା ଦେଇପାରିବେ ବୋଲି କୁହନ୍ତି ମୁଖ୍ୟ ହୃଦ୍‌ରୋଗ ବିଶେଷଜ୍ଞ ଡା. ତ୍ରିପାଠୀ।“
ଅପରପକ୍ଷରେ ଏକ ତଥ୍ୟ ଅନୁସାରେ ଏବେ ହସ୍ପିଟାଲଗୁଡ଼ିକରେ ଜଟିଳ ହୃଦ୍‌ଘାତ ଆନ୍ତଃରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ ଏହା ଏଭଳି ଏକ ଜଟିଳ ମେଡିକାଲ ସମସ୍ୟା ଯେଉଁଥିପାଇଁ ଜୀବନ ରକ୍ଷାକାରୀ ଚିକିତ୍ସା ଦରକାର। ଏସମ୍ପର୍କରେ ଡା.ଜେନା, କୁହନ୍ତି ”କୋଭିଡ୍‌-୧୯ ମହାମାରୀ ଆରମ୍ଭ ହେବା ଦିନଠାରୁ ହୃଦ୍‌ ଓ ତତ୍‌ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ପ୍ରାୟ ଅଧା ରୋଗୀ ମେଡିକାଲ୍‌ ଚିକିତ୍ସା ପାଇବାକୁ କଷ୍ଟକର ଅନୁଭବ କରୁ୍‌ଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ହୃଦ୍‌ଘାତ ଯୋଗୁଁ ଘରେ ରହି ମୃତ୍ୟୁମୁଖରେ ପଡ଼ୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚିନ୍ତାର କାରଣ ହେଉଛି ଗମ୍ଭୀର ହୃଦ୍‌ ସମସ୍ୟା ସତ୍ୱେ ରୋଗୀମାନେ ଚିକିତ୍ସାରେ ବିଳମ୍ବ କରୁଛନ୍ତି ଯାହା ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଆହୁରି ବିଗାଡ଼ି ଦେଉଛି।“


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri