ସେବିକାମାନଙ୍କ ସୁସ୍ଥତା-ନିରାପତ୍ତା ଗୁରୁତ୍ୱପୂର୍ଣ୍ଣ

ଦେହ ଖରାପ ହେଲେ ଆମ୍ଭମାନଙ୍କର ଡାକ୍ତର ଏବଂ ନର୍ସଙ୍କ କଥା ମନେପଡ଼େ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନର୍ସ ବା ସେବିକାମାନେ ହେଉଛନ୍ତି ସର୍ବବୃହତ କାର୍ଯ୍ୟଶକ୍ତି। କେବଳ ସେତିକି ନୁହେଁ, ସେମାନଙ୍କର ସଂଖ୍ୟା ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ବହୁତ ଅଧିକ। ବିଶ୍ୱରେ ପାଖାପାଖି ୩କୋଟି ନର୍ସ କାର୍ଯ୍ୟରତ ଥିବା ବେଳେ ଏହା ଦରକାର ପଡୁଥିବା ସଂଖ୍ୟାଠାରୁ ପ୍ରାୟ ୪୫ ଲକ୍ଷ କମ୍‌ ଥିବା ଜଣାଯାଏ। ସେହିପରି ଆମ ଦେଶରେ ପ୍ରାୟ ୩୩ ଲକ୍ଷ ୪୦ ହଜାର ନର୍ସ ଥିବା ବେଳେ ଏହା ଦରକାର ପଡୁଥିବା ସଂଖ୍ୟାଠାରୁ ଯଥେଷ୍ଟ କମ୍‌। କାରଣ ପ୍ରତି ୧୦୦୦ ବ୍ୟକ୍ତିଙ୍କ ପାଇଁ ଏହି ସଂଖ୍ୟା ୩ ହୋଇଥିବା ବେଳେ ଆମ ଦେଶରେ ଏହା ୧.୯ ରହିଛି। ସେହିପରି ଆମ ରାଜ୍ୟରେ ନର୍ସିିଂ ଅଫିସର ଓ ପରବର୍ତ୍ତୀ ପଦବୀର ସଂଖ୍ୟା ପାଖାପାଖି ୨୯୦୦୦ ହୋଇଥିବା ବେଳେ ମହିଳା ସ୍ବାସ୍ଥ୍ୟକର୍ମୀର ପାଖାପାଖି ୧୬,୦୦୦ ଅଛନ୍ତି।
ଡାକ୍ତରମାନେ ରୋଗୀଙ୍କ ପାଖରେ ସବୁ ସମୟରେ ରହୁ ନ ଥିବା ବେଳେ ପ୍ରତ୍ୟେକ ରୋଗୀ ପାଇଁ ନର୍ସମାନେ ସବୁ ସମୟରେ ଓ୍ବାର୍ଡରେ କାର୍ଯ୍ୟ କରୁଥାଆନ୍ତି। ଛଅ ଗୋଟି ବେଡ୍‌ ନିମନ୍ତେ ଗୋଟିଏ ଶିଫ୍ଟ ପାଇଁ ଗୋଟିଏ ନର୍ସ, ବିଶେଷ ଦୁଇଟି ଶଯ୍ୟା ପାଇଁ ଜଣେ ଏବଂ ସ୍ଥଳ ବିଶେଷରେ ଆଇସିୟୁ/ଭେଣ୍ଟିଲେଟର ସ୍ଥାନରେ ଗୋଟିଏ ଶଯ୍ୟା ପାଇଁ ଜଣେ ନର୍ସ ଆବଶ୍ୟକ ହୋଇଥାଏ। ବିଶେଷ ତାଲିମପ୍ରାପ୍ତ ନର୍ସମାନେ ଜଟିଳ ଓ ଗୁରୁତ୍ୱପୂର୍ଣ୍ଣ ହାର୍ଟ, ବ୍ରେନ୍‌, କିଡ୍‌ନୀ, ଚକ୍ଷୁ ଓ ଅନ୍ୟାନ୍ୟ ଅଙ୍ଗର ଅପରେଶନରେ ଡାକ୍ତରମାନଙ୍କୁ ସହାୟତା କରିଥାଆନ୍ତି। ଡାକ୍ତରମାନେ ବିଧାନ କରିଥିବା ଚିକିତ୍ସା, ସାଲାଇନ୍‌, ଇଞ୍ଜେକ୍‌ସନ, ନେବୁଲାଇଜେଶନ, ଫିଡିଂ, ଆସ୍ପିରେଶନ ଏବଂ ଆଭି କ୍ୟାନୁଲା ଆଦି ଅନେକ କାର୍ଯ୍ୟ ସେମାନେ କରିଥାଆନ୍ତି। ଡାକ୍ତରମାନଙ୍କର ନିର୍ଦ୍ଦେଶ ଅନୁସାରେ ସେମାନେ ସମୟ ମୁତାବକ ଔଷଧ ମଧ୍ୟ ରୋଗୀଙ୍କୁ ଖୁଆଇ ଥାଆନ୍ତି।
ଏଏନ୍‌ଏମ୍‌ମାନେ ପ୍ରାଥମିକ ସ୍ତରରେ ରୋଗ ନ ହେବା ପାଇଁ ଓ ମା’-ଶିଶୁଙ୍କର ସ୍ବାସ୍ଥ୍ୟ ପାଇଁ କାର୍ଯ୍ୟ କରିଥାଆନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଆମ ରାଜ୍ୟରେ ଏହି ସ୍ବାସ୍ଥ୍ୟକର୍ମୀଙ୍କର କଠିନ ପରିଶ୍ରମ ଯୋଗୁ ପାଖାପାଖି ଶତ ପ୍ରତିଶତ ଟିକାକରଣ ଓ ଆନୁଷ୍ଠାନିକ ପ୍ରସବ ହୋଇପାରୁଛି। ଏହାଦ୍ୱାରା ଉଭୟ ଶିଶୁ ଓ ମାତୃ ମୃତ୍ୟୁ ହାର ବହୁତ କମାଇ ଦିଆଯାଇପାରିଛି ଓ ପ୍ରାୟତଃ ସବୁ ପ୍ରସବ ଡାକ୍ତରଖାନାରେ ହିଁ ହେଉଛି। ଏହା ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହୋଇପାରିଛି।
ଏହା ସହିତ ଗତ ୪ବର୍ଷ ତଳୁ ଆମ ରାଜ୍ୟରେ ଆରମ୍ଭ ହୋଇଥିବା ‘ଧାତ୍ରୀ ବିଦ୍ୟା’ (ମିଡ୍‌ ଓ୍ବାଇଫେରି) ସାଧାରଣ ପ୍ରସବ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଅସ୍ତ୍ରୋପଚାରଜନିତ ଶିଶୁ ପ୍ରସବ ହାରକୁ ଯଥେଷ୍ଟ କମାଯାଇପାରିବାର ଲକ୍ଷ୍ୟ ରଖାଯାଇଛି।
ଏହିସବୁ ବିଷୟ ସହ ଆହୁରି ଅନେକ କଥା ବିଚାରକୁ ନେଲେ ଜଣାଯାଏ ଯେ ନର୍ସମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସେମାନଙ୍କର ଭୂମିକା ଅପରିହାର୍ଯ୍ୟ। ଏହାଦ୍ୱାରା ସେମାନଙ୍କୁ ଅନେକ ସମୟରେ କାର୍ଯ୍ୟଚାପ ଦ୍ୱାରା ପ୍ରଭାବିତ ହେବାକୁ ପଡିଥାଏ। ସବୁଠାରୁ ଅଧିକ ସମ୍ମାନ ଓ ଦରମା ସୁଇଜରଲାଣ୍ଡ ପରି ସ୍ବାସ୍ଥ୍ୟ ବିକଶିତ ଦେଶରେ ଦିଆଯାଇଥାଏ। ଆମ ରାଜ୍ୟରେ ୨୦୧୩ରେ ଦେଶରେ ପ୍ରଥମ କରି ଏକ ସ୍ବର୍ଣ୍ଣ ସେବିକା ନିର୍ଦ୍ଦେଶାଳୟ ଗଠନ କରାଯାଇଥିଲା ଏବଂ ଏହାଦ୍ୱାରା ସେମାନଙ୍କର ଆବଶ୍ୟକ କାର୍ଯ୍ୟ ସୁଚାରୁରୂପେ କରାଯାଇପାରୁଛି। ପାଠପଢ଼ା ପାଇଁ ବେତନ ଛୁଟି ଦେବା ଓ ପଦୋନ୍ନତି ବ୍ୟବସ୍ଥାରେ ମଧ୍ୟ ଆମ ଦେଶରେ ଆମ ରାଜ୍ୟ ଅନ୍ୟ ରାଜ୍ୟଠାରୁ ଆଗୁଆ।
ପ୍ରତିବର୍ଷ ମେ ୧୨ ତାରିଖରେ ପାଳିତ ହୋଇଥାଏ ”ଅନ୍ତର୍ଜାତୀୟ ସେବିକା ଦିବସ“ (ଇଣ୍ଟରନ୍ୟାଶନାଲ ନର୍ସେସ ଡେ)। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି-”ସେବିକାମାନେ ଆମର ଭବିଷ୍ୟତ ଅଟନ୍ତି ଏବଂ ସେମାନଙ୍କ ପାଇଁ ଯତ୍ନବାନ୍‌ ହେବା ଦ୍ୱାରା ଅର୍ଥନୀତି ଦୃଢ଼ ହୋଇଥାଏ।“ ଅର୍ଥାତ୍‌ ଆମ୍ଭେମାନେ ନର୍ସମାନଙ୍କର ସୁସ୍ଥତା ଓ ନିରାମୟ ତଥା ନିରାପତ୍ତା ପାଇଁ ଚିନ୍ତା କରିବା ଦରକାର। ଅନ୍ତର୍ଜାତୀୟ ସେବିକା ସଂଘ (ଇଣ୍ଟରନ୍ୟାଶନାଲ କାଉନ୍‌ସିଲ ଫର୍‌ ନର୍ସେସ୍‌) ବା ଆଇସିଏନ୍‌ ୧୯୬୫ରୁ ଏହି ଦିବସକୁ ପାଳନ କରିଆସୁଅଛି। ୧୯୫୩ରେ ସ୍ବାସ୍ଥ୍ୟ କର୍ମକର୍ତ୍ତା ଡରୋଥି ସୁଦରଲାଣ୍ଡ ତତ୍କାଳୀନ ୟୁଏସ୍‌ ରାଷ୍ଟ୍ରପତି ଆଇଜେନ୍‌ହୋମରଙ୍କୁ ‘ସେବକା ଦିବସ’ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହା ଅନୁମୋଦନ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଏହାକୁ ଗ୍ରହଣ କରି ସମଗ୍ର ବିଶ୍ୱରେ ନର୍ସମାନଙ୍କୁ ଗୁରୁତ୍ୱ ଦେଇଥିଲା। ଅନ୍ତର୍ଜାତୀୟ ସେବିକା ପରିଷଦର ଅଧ୍ୟକ୍ଷା ଡା. ପାମେଲା ସିପ୍ରିଆନୋ କହନ୍ତି, ” ଆମ୍ଭେମାନେ ଆମ ନର୍ସମାନଙ୍କର ସ୍ବାସ୍ଥ୍ୟ ଓ ନିରାମୟ ତଥା ନିରାପତ୍ତା ପାଇଁ ସମର୍ଥନ ଜଣାଇବା ଉଚିତ, କାରଣ ସେମାନେ ଆମ ସ୍ବାସ୍ଥ୍ୟ ସେବା କାର୍ଯ୍ୟକାରିତା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।“
ସେବିକାମାନେ ନାନାପ୍ରକାର ଆହ୍ବାନ-ଶାରୀରିକ, ମାନସିକ, ଭାବାବେଗ ଓ ନୈତିକତା ଆଦିର ସମ୍ମୁଖୀନ ହୋଇଥାଆନ୍ତି। ଏହା ସହିତ ସେମାନଙ୍କର କାର୍ଯ୍ୟସ୍ଥଳର ନିରାପତ୍ତା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦୀର୍ଘ ସମୟ ଏବଂ ରାତ୍ର ସମୟରେ କାର୍ଯ୍ୟ ତଥା ସଦାସର୍ବଦା ଗୁରୁତର ରୋଗୀମାନଙ୍କର ସ୍ବାସ୍ଥ୍ୟ ଚିକିତ୍ସା ନର୍ସମାନଙ୍କର ଶରୀର ଓ ମନ ଉପରେ ଚାପ ପକାଇଥାଏ। ରୋଗୀ ଓ ଶଯ୍ୟା ଅନୁଯାୟୀ ନର୍ସମାନଙ୍କର ସଂଖ୍ୟା ଯଥେଷ୍ଟ କମ୍‌ ଥିବାରୁ ସେମାନଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଚାପ ସହ ଅଧିକ ସମୟ କାମ କରିବାକୁ ପଡିଥାଏ। ସାମାଜିକ ଏବଂ ପାରିବାରିକ ଜୀବନ ମଧ୍ୟ କେତେକ କ୍ଷେତ୍ରରେ ପ୍ରଭାବିତ ହୋଇଥାଏ। ସଂକ୍ରାମକ ରୋଗ ଯେତେ ଯତ୍ନବାନ ହେଲେ ମଧ୍ୟ ସେମାନଙ୍କୁ ଆକ୍ରାନ୍ତ କରିଥାଏ। ଉତ୍ତମ କାର୍ଯ୍ୟଧାରା, ଯୋଗ, ପ୍ରାଣାୟାମ ଦ୍ୱାରା ସେମାନେ ନିଜ ମନକୁ ବିଷାଦଠାରୁ କେତେକାଂଶରେ ଦୂରେଇ ରଖିପାରିବେ। ଅନେକ ସମୟରେ ଡାକ୍ତରୀ ନୈତିକତା ଓ ରୋଗୀର ଗୁପ୍ତ ତଥା ସମ୍ବେଦନଶୀଳ ବିଷୟସବୁକୁ ନିୟମ ଦୃଷ୍ଟିରୁ ଉହ୍ୟ ରଖିବାକୁ ପଡିଥାଏ। କେତେକ ସମୟରେ କିଛି ବ୍ୟକ୍ତିବିଶେଷଙ୍କ ବ୍ୟବହାର ମଧ୍ୟ ଠିକ୍‌ଠାକ୍‌ ନ ଥାଏ। ଏହା ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେମାନେ ସେମାନଙ୍କର କାର୍ଯ୍ୟକୁ ସମ୍ମାନ ଦେବା ଓ ଉତ୍ତମ ଆଚରଣ ତଥା ବ୍ୟବହାର ପ୍ରଦାନ କରିବା। ଅନ୍ୟପକ୍ଷରେ ନର୍ସମାନେ ମଧ୍ୟ ରୋଗୀ ପ୍ରତି ସମ୍ବେଦନଶୀଳ, ଉତ୍ତମ ବ୍ୟବହାର ଓ ଠିକ୍‌ ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହାଦ୍ୱାରା ରୋଗୀଟିର ଆରୋଗ୍ୟ କମ୍‌ ସମୟ ମଧ୍ୟରେ ହୋଇଥାଏ।

ଡା. ରାମଚନ୍ଦ୍ର ରାଉତ
-ପୂର୍ବତନ ସେବିକା ନିର୍ଦ୍ଦେଶକ, ଓଡ଼ିଶା
ମୋ: ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri