Posted inଫୁରସତ

ବିବାହ ମଣ୍ଡପରେ ଏମିତି ଡ୍ୟାନ୍ସ କଲେ ବର, ଲୋକେ କହିଲେ ପିଟି ମାଷ୍ଟର, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ବିବାହରେ ନିଶ୍ଚିତ ଭାବରେ ଡ୍ୟାନ୍ସ ଏବଂ ଗୀତର ଆସର ଜମିଥାଏ। ଏଥିରେ ଯଦି ବରକନ୍ୟା ସାମିଲ ହୁଅନ୍ତି ଏହି ଖୁସି ଆଉ ଟିକେ ବଢ଼ିଯାଏ। କିନ୍ତୁ ବେଳେବେଳେ ଏହି ଡ୍ୟାନ୍ସରେ ଏପରି ମୋଡ଼ ଆସିଥାଏ ଯେ, ଦର୍ଶକମାନେ ହସିହସି ଗଡ଼ନ୍ତି। ବିବାହରେ ବର ଏବଂ କନ୍ୟା ଡ୍ୟାନ୍ସ କରିବାର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ବରଙ୍କ ଡ୍ୟାନ୍ସ ଷ୍ଟେପ୍‌ ଦେଖି ଲୋକେ କହିଛନ୍ତି, ସେ ବୋଧେ ପିଟି ଶିକ୍ଷକ।

 

ଇନଷ୍ଟାଗ୍ରାମରେ we2gether_school_of_dance ନାମକ ଏକ ଆକାଉଣ୍ଟ ଦ୍ୱାରା ଶେୟାର ହୋଇଥିବା ଭିଡିଓରେ ବର ଏବଂ କନ୍ୟା ସେମାନଙ୍କ ବିବାହରେ ପୂରା ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ବର ଷ୍ଟେପ୍‌ କରୁଛନ୍ତି ଯେପରି ସେ ସ୍କୁଲରେ ପିଟି କ୍ଲାସ ନେଉଛନ୍ତି। ସେହି ସମୟରେ ବରଙ୍କ ସହିତ ମଞ୍ଚ ଉପରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ମଜାଳିଆ ଷ୍ଟେପ୍‌ କରୁଛନ୍ତି। ଏହା ଦେଖି ବରକନ୍ୟା ଉଭୟେ ଡ୍ୟାନ୍ସରେ ଝୁମିଛନ୍ତି।

ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ୯.୭ ମିଲିୟନ ଥର ଦେଖାଯାଇଥିବା ବେଳେ ୨ ଲକ୍ଷ ୭୫ ହଜାର ଲାଇକ୍‌ ପାଇଛି। ଲୋକମାନେ ଭିଡିଓରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ମନ୍ତବ୍ୟ ଦେଇ ଜଣେ ୟୁଜର ଲେଖିଛନ୍ତି, ‘ଯେତେବେଳେ ତୁମର ବନ୍ଧୁ ଜଣେ ପିଟି ଶିକ୍ଷକ, ସେ ବିବାହ ସମୟରେ ଏହିପରି ନାଚନ୍ତି।’ ଅନ୍ୟ ଜଣେ ଲେଖିଛନ୍ତି, ‘ଦେଖିବା ପରେ ହସିବା ବନ୍ଦ କରିପାରିବ ନାହିଁ’ା ଆଉ ଜଣେ ୟୁଜର କହିଛନ୍ତି ‘ବାରମ୍ବାର ଭିଡିଓ ଦେଖିବା ପରେ ମଧ୍ୟ ମୁଁ କ୍ଳାନ୍ତ ହେଉନାହିଁ, ଏହା ଖୁବ୍‌ ମଜାଳିଆ ଅଟେ।’


Enter your email to get our daily news in your inbox.

All Right Reserved By Dharitri.Com

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?