୧୦୮ର ମାହାତ୍ମ୍ୟ

ସୁମନ୍ତ କୁମାର ଭୂୟାଁ

ଗୌଡ଼ୀୟ ବୈଷ୍ଣବ ମତରେ ବୃନ୍ଦାବନରେ ୧୦୮ଜଣ ଗୋପୀ ଥିଲେ। ତେଣୁ ଜପମାଳାର ମାଳି ସଂଖ୍ୟା ୧୦୮ ହେବା ଉଚିତ। ବୈଷ୍ଣବ ପରମ୍ପରା ଅନୁଯାୟୀ ଭଗବାନ ବିଷ୍ଣୁଙ୍କର ୧୦୮ଟି ନିବାସ ରହିଛି। ବିଶ୍ୱର ବୃହତ୍ତମ ହିନ୍ଦୁ ମନ୍ଦିର ଭାବରେ ଖ୍ୟାତ କାମ୍ବୋଡ଼ିଆର ଆଙ୍ଗକୋର ୱାଟ୍‌ ମନ୍ଦିରରେ ୫୪ଜଣ ଦେବତା ଓ ୫୪ ଜଣ ଅସୁର ସର୍ପକୁ ଦୁଇ ପାର୍ଶ୍ୱରୁ ଧରି ସମୁଦ୍ର ମନ୍ଥନ କରୁଥିବାର ମୂର୍ତ୍ତି ରହିଛି। ଆଙ୍ଗକୋର ଥୋମ୍‌ର ଦୁର୍ଗିକୃତ ମନ୍ଦିରର ୫ଟି ପ୍ରବେଶ ପଥରେ ଫାଟକର ବାମ ପାର୍ଶ୍ୱରେ ୫୪ ଜଣ ଦେବତା ଓ ଡାହାଣ ପାର୍ଶ୍ୱରେ ୫୪ଜଣ ଅସୁରଙ୍କର ମୂର୍ତ୍ତି ରହିଛି। ତିବ୍ବତୀୟ ବୌଦ୍ଧମାନେ ଜପମାଳିରେ ୧୦୮ଟି ମାଳି ବ୍ୟବହାର କରନ୍ତି। ତିବ୍ବତୀୟ ଭାଷାରେ ବୁଦ୍ଧଙ୍କ ୧୦୮ ବାଣୀର ପ୍ରତୀକ ଭାବରେ ବିବେଚନା କରାଯାଏ ଏହାକୁ। ଜେନ୍‌ ବୌଦ୍ଧ ସନ୍ନ୍ୟାସୀମାନେ କଚଟିରେ ପିନ୍ଧୁଥିବା ଜପମାଳି ଜୁଜୁରେ ୧୦୮ଟି ମାଳି ଥାଏ। ବୌଦ୍ଧଧର୍ମର ଲଙ୍କାବତାର ସୂତ୍ରରେ ବୋଧିସତ୍ତ୍ୱ ମହାମତି ବୁଦ୍ଧଙ୍କୁ ୧୦୮ଟି ପ୍ରଶ୍ନ ପଚାରିଥିବା ଉଲ୍ଲେଖ ଅଛି। ଅନେକ ବୌଦ୍ଧ ମନ୍ଦିରରେ ୧୦୮ଟି ପାହାଚ ରହିଛି।
ଆଦ୍ୟ ପ୍ରାଚୀନ ଖ୍ରୀଷ୍ଟିଆନ ମତବାଦ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଅହଙ୍କାର ତ୍ୟାଗ କରିବା ପାଇଁ ପ୍ରକୃତି ୧୦୮ଥର ସୁଯୋଗ ଦିଏ। ଏହା ହୋଇ ନ ପାରିଲେ ସେ ଏହି ପାର୍ଥିବ ଜଗତ ଛାଡ଼ିବା ପୂର୍ବରୁ ଏହି ଅହଂ ପ୍ରକୃତିର ଜୋର କରି ଛଡ଼ାଇନିଏ। ଲୁସିଆନା ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଭାଷ କାକଙ୍କ ଅନୁଯାୟୀ ଆକାଶରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଗତିପଥକୁ ୨୭ଟି ସମାନ ଭାଗରେ ବିଭକ୍ତ କରାଯାଏ। ଏହାକୁ ନକ୍ଷତ୍ର କୁହାଯାଏ। ପ୍ରତି ନକ୍ଷତ୍ରକୁ ଚାରୋଟି ଭାଗ ବା ଚାରୋଟି ପଦରେ ବିଭକ୍ତ କରାଯାଏ। ଏହି ୨୭ X୪ = ୧୦୮ ଆକାଶରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ୧୦୮ଟି ପଦ ସହ ସମାନ। ପ୍ରତ୍ୟେକ ପଦ ଗୋଟିଏ ଗୋଟିଏ ଆଶୀର୍ବାଦ ସହ ଜଡ଼ିତ। ଜପମାଳାର ଆରମ୍ଭ ବା ମୁଖ୍ୟ ମାଳିକୁ କୁହାଯାଏ କୃଷ୍ଣ। ବିଶ୍ୱାସ କରାଯାଏ କୃଷ୍ଣଙ୍କର ୧୦୮ଜଣ ଶ୍ରେଷ୍ଠ ଅନୁଚର ଅଛନ୍ତି। ସେମାନେ ସର୍ବଦା କୃଷ୍ଣ ନାମ ଜପ କରୁଥାନ୍ତି। ତେଣୁ ଜପମାଳାର କୃଷ୍ଣମାଳିରେ ଜପ କରାଯାଏ ନାହିଁ। ପୃଥିବୀଠାରୁ ସୂର୍ଯ୍ୟର ଦୂରତା ପ୍ରାୟ ୧୦୮(୧୦୭.୫୧)ଗୁଣ। ପୃଥିବୀଠାରୁ ଚନ୍ଦ୍ରଙ୍କ ଦୂରତା ଚନ୍ଦ୍ରଙ୍କ ବ୍ୟାସର ୧୦୮ଗୁଣ। ଏଥିସହ ସୂର୍ଯ୍ୟଙ୍କ ବ୍ୟାସ ପୃଥିବୀ ବ୍ୟାସର ପ୍ରାୟ ୧୦୮ଗୁଣ। ବୋଧହୁଏ ଏହି କାରଣରୁ ପୁରାତନ ମୁନିଋଷିମାନେ ୧୦୮ ସଂଖ୍ୟାକୁ ଏତେ ଗୁରୁତ୍ୱ ଦେଇଛନ୍ତି। ଯେମିତି ଆମ ସୌରଜଗତରେ ସୂର୍ଯ୍ୟ ଚନ୍ଦ୍ରଙ୍କ ୧୦୮ଟି ପାଦ ଗତି ଅଛି ସେମିତି ଆମ ଅନ୍ତର ଭିତରେ ଥିବା ସୂର୍ଯ୍ୟଙ୍କୁ ପରିକ୍ରମା କରିବା ପାଇଁ ୧୦୮ ସଂଖ୍ୟାର ଗୁରୁତ୍ୱ ରହିଛି।
ଭାରତୀୟ ପରମ୍ପରାରେ ସୂର୍ଯ୍ୟ ସିଦ୍ଧାନ୍ତ ସର୍ବପୁରାତନ ଜ୍ୟୋତିଷ ଶାସ୍ତ୍ର। ସୂର୍ଯ୍ୟ ସିଦ୍ଧାନ୍ତରେ ଉଲ୍ଲେଖ ଅଛି, ପୃଥିବୀ ଗୋଲକରେ ଭାରତ ଯେଉଁ ସ୍ଥାନରେ ଅଛି ତା’ର ଠିକ୍‌ ବିପରୀତରେ ଏକ ମହାନ ସହର ଅଛି। ଭାରତରେ ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି, ସେଠାରେ ଠିକ୍‌ ସେତିକିବେଳେ ସୂର୍ଯ୍ୟ ଅସ୍ତ ଯାଆନ୍ତି। ଏହି ସହରରେ ଜ୍ଞାନୀଗୁଣୀମାନେ ବାସ କରନ୍ତି। ଗ୍ଲୋବରେ ଭାରତ ଯେଉଁଠି ଅଛି ତା’ର ଠିକ୍‌ ବିପରୀତରେ ରହିଛି ମେକ୍ସିକୋ। ମେକ୍ସିକୋର ମାୟା ସଭ୍ୟତାର ବାସିନ୍ଦାମାନେ ମହାନ ଜ୍ୟୋତିଷ ଥିଲେ ବୋଲି ପ୍ରମାଣ ମିଳିଛି। ଅର୍ଥାତ୍‌ କଲମ୍ବସ ଆମେରିକା ଆବିଷ୍କାର କରିବାର ବହୁ ଶତାବ୍ଦୀ ପୂର୍ବରୁ ଭାରତୀୟ ମୁନିଋଷିମାନେ କେନ୍ଦ୍ର ଆମେରିକାର ଏହି ମହାନ ସଭ୍ୟତା ସମ୍ପର୍କରେ ଅବଗତ ଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ପ୍ରାଚୀନ ଭାରତୀୟ ଋଷିମୁନିମାନଙ୍କ ପାଇଁ ଆଧୁନିକ ଜ୍ୟୋତିଷୀୟ ଉପକରଣର ଆବଶ୍ୟକତା ନଥିଲା। ସେମାନେ ଯୋଗ ଦ୍ୱାରା ସମସ୍ତ ଜ୍ଞାନ ଲାଭ କରିପାରୁଥିଲେ। ତେଣୁ ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ୧୦୮ ସଂଖ୍ୟାକୁ ଗୁରୁତ୍ୱ ଦିଆଯାଉଥିବାରୁ ଓ ବର୍ତ୍ତମାନ ବିଜ୍ଞାନ ଦ୍ୱାରା ଏହା ପ୍ରମାଣିତ ହେଉଥିବାରୁ ଆମେ ଏହାର ମହତ୍ତ୍ୱ ବିଷୟରେ ଜାଣିବା ଉଚିତ। ଗୋଟିଏ ମିନିଟ୍‌ରେ ଆମେ ପ୍ରାୟ ୧୫ଥର ପ୍ରଶ୍ୱାସ ନେଉ। ତେଣୁ ଘଣ୍ଟାକେ ପ୍ରାୟ ୯୦୦ ଥର ଓ ୧୨ ଘଣ୍ଟାରେ ୧୦୮୦୦ଥର ଓ ଦିନରେ ୨X୧୦୮୦୦ ଥର। ଯଦି ଆମ ଦିନଚର୍ଯ୍ୟା ପାଇଁ ୧୨ ଘଣ୍ଟା ରଖି ଅନ୍ୟ୧୨ ଘଣ୍ଟାରେ ଈଶ୍ୱରଙ୍କ ନାମ ଜପ କରିବା ତେବେ ଆମେ ୧୦୮୦୦ଥର ଜପ କରିପାରିବା। ନିଜର ସମସ୍ତ ଧ୍ୟାନ ଈଶ୍ୱରଙ୍କ ନାମ ଜପ ପାଇଁ କେନ୍ଦ୍ରିତ କଲେ ଏହାର ସର୍ବାଧିକ ସୁଫଳ ମିଳେ। ସେହିପରି ଯେକୌଣସି ମନ୍ତ୍ରର ସମ୍ପୂର୍ଣ୍ଣ ସୁଫଳ ନିମନ୍ତେ ୧୦୮ଥର ଜପ କରିବା ନିତାନ୍ତ ଆବଶ୍ୟକ।
ମନୁଷ୍ୟର ୧୦୮ମାୟା ବା ଅଜ୍ଞାନତା ରହିଛି। ହିନ୍ଦୁ ମୁନିଋଷିମାନେ ୧୦୮ଟି ଉପନିଷଦ୍‌ ରଚନା କରିଥିଲେ। ଆମ ଶରୀରରେ ୧୦୮ଟି ମର୍ମସ୍ଥଳୀ ବା ଶକ୍ତିରେଖାଚ୍ଛେଦ ସ୍ଥଳି ରହିଛି। ମନୁଷ୍ୟ ମନରେ ସବୁବେଳେ ୧୦୮ ପ୍ରକାର ଭାବନା ଥାଏ। ବେଦରେ ମୁଖ୍ୟ ଦେବଦେବୀଙ୍କ ସଂଖ୍ୟା ୧୦୮। ଭାରତୀୟ ନୃତ୍ୟ ପରମ୍ପରାରେ ୧୦୮ପ୍ରକାର ନୃତ୍ୟ ଶୈଳୀ ରହିଛି। ଶାସ୍ତ୍ର ଅନୁଯାୟୀ ପ୍ରଶଂସନୀୟ ବ୍ୟକ୍ତିର ୧୦୮ଟି ସୁଗୁଣ ଥାଏ।
ପଲାଇ, ଯାଜପୁର, ମୋ: ୯୯୩୭୪୭୦୯୮୦

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri