ନାଟକ ମାଧ୍ୟମରେ ସମାଜ ସଂସ୍କାର ମହତ କାର୍ଯ୍ୟ: ନରସିଂହ

ବଲାଙ୍ଗୀର ଅଫିସ,୧୯।୧୧: ବଲାଙ୍ଗୀରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦର ରଜତ ଜୟନ୍ତ୍ରୀ ଉତ୍ସବ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ପୁରୁଣା ମଞ୍ଚରେ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପରିଷଦ ସଭାପତି ହରି ନାରାୟଣ ପୂଜାରୀ, ମୁଖ୍ୟଅତିଥି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଞ୍ଚାସୀନ ଥିଲେ। ବିଧାୟକ ମିଶ୍ର ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସଭାରେ ପ୍ରାଧ୍ୟାପକ ଚୁଡାମଣି ରଥଙ୍କୁ ସ୍ବର୍ଗତ ସୁବାସ ପୂଜାରୀଙ୍କ ସ୍ମୃତିରେ କୋଶଳ ଗୌରବ ନାଟ୍ୟ ସମ୍ମାନ ଓ ବିଶିଷ୍ଟ କଳାକାର ଲଳିତ ପୂଜାରୀଙ୍କୁ ସ୍ବର୍ଗତ ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଯୁବ କଳାକାର ନାଟରାଜ ସମ୍ମାନ ପ୍ରଦାନ କରାଯାଇଥିଲା। ସଭାରେ ବିଧାୟକ ମିଶ୍ର କହିଥିଲେ ଯେ, ବିନା ପୃଷ୍ଠପୋଷକତାରେ କଳା, ସଂସ୍କୃତି ନାଟ୍ୟ ସଙ୍ଗଠନ ବଞ୍ଚତ୍ବା କଷ୍ଟକର। ଏଭଳି ପରିସ୍ଥିତିରେ ନଟରାଜ କଳା ପରିଷଦ ଦୀର୍ଘ ୨୫ ବର୍ଷ ଧରି ସଫଳତାର ସହ କଳା, ସଂସ୍କୃତିର ଉତ୍ତରଣ ଦିଗରେ କାର୍ଯ୍ୟ କରି ଆଜି ରଜତ ଜୟନ୍ତୀ ପାଳନ କରୁଛି। ଏହା ସାଧାରଣ କଥା ନୁହେଁ ବୋଲି କହି ପରିଷଦ କଳାକାର, ସଦସ୍ୟ ଓ ବଲାଙ୍ଗୀରବାସୀଙ୍କୁ ବିଧାୟକ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। ନାଟକ ମାଧ୍ୟମରେ ସମାଜ ସଂସ୍କାର ଆଣିବା ଦିଗରେ ଏହି ଅନୁଷ୍ଠାନ ଆଗକୁ ମଧ୍ୟ କାର୍ଯ୍ୟ କରିବ ବୋଲି ସେ ଆଶାପୋଷଣ କରିଥିଲେ। ଶମ୍ଭୁପ୍ରସାଦ ଦାଶ କାର୍ଯ୍ୟକ୍ରମ ସଂଯୋଜନା ଏବଂ ହିମାଂଶୁ ଶେଖର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
ଉଦ୍‌ଘାଟନୀ ଉତ୍ସବ ସନ୍ଧ୍ୟାରେ ଦୁଇଟି ନାଟକ ପରିବେଷଣ କରାଯାଇଥିଲା। ପ୍ରଥମ ନାଟକ ଆଶାପୁରନୁ ଆମେରିକାରେ କଳାକାରମାନେ ନିଖୁଣ ଅଭିନୟ କରି ମଧ୍ୟବିତ୍ତ ପରିବାରର ଜୀବନ ସଂଘର୍ଷ, ଆଶା-ନିରାଶାର ମର୍ମସ୍ପର୍ଶୀ ଚିତ୍ର ଉପସ୍ଥାପନ କରିଥିଲେ। ପ୍ରଶାନ୍ତ ଖମାରୀଙ୍କ ନିର୍ଦ୍ଦେଶିତ ନାଟକରେ ଜ୍ୟୋତି ବେଦବାକ, ପ୍ରହଲ୍ଲାଦ ଦର୍ଜୀ, ପ୍ରଶାନ୍ତ ପଣ୍ଡା ଓ ପ୍ରାୟମ୍ଭ ପ୍ରତିକ ଜାଲ, ଶ୍ରୀପ୍ରଦା ଷଡଙ୍ଗୀ ନିଖୁଣ ଅଭିନୟ କରିଥିଲେ। ଦ୍ୱିତୀୟ ନାଟକ ‘ଅ ଆ ଇ’ ମଞ୍ଚସ୍ଥ ହୋଇଥିଲା। ଏହି ବାସ୍ତବଧର୍ମୀ ନାଟକରେ ଦୁଇ ଜଣ ଗବେଷକ ଜୀବନର ସତ୍ୟ ଖୋଜି ଖୋଜି କେମତି ଶ୍ମଶାନକୁ ପହଞ୍ଚତ୍ଥିଲେ ତାହା ପ୍ରଦର୍ଶିତ ହୋଇଥିଲା। ନାଟକରେ ଦେବବ୍ରତ, ମଧୁ, ରାମ, ସୁମିତ, ନବଘନ, ସରୋଜ, ସୈଲିନ, ଟୁନା, ଅନିଲ, ଟଙ୍କଧର, ସଞ୍ଜୀବ, ବିଶ୍ୱଜିତ, ଅର୍ଜୁନ ଓ ପୂଜା ନିଖୁଣ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri