ସରକାରୀ ଯୋଜନା ଏଠି ସାତସପନ

କଣ୍ଟାବାଞ୍ଜି, ୬।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବଡଡକଲା ପଞ୍ଚାୟତର ମାଓବାଦୀ ପ୍ରବଣ ଡଙ୍ଗାମରା ଗାଁ। ଗାଁରେ ଅଧିକାଂଶ ଲୋକ ଆଦିବାସୀ ସମ୍ପ୍ରଦାୟର। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଚାଷ କରି ଗ୍ରାମବାସୀ ଜୀବିକା ନିର୍ବାହ କରନ୍ତି। ବଣ ପାହାଡଘେରା ଏହି ଗାଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ରହିଛି। ଗାଁକୁ ରାସ୍ତା ନାହିଁ, ଲୋକେ ଆଜି ବି ନାଳ, ଚୂଆ ପାଣି ବ୍ୟବହାର କରନ୍ତି। ଡିବିରି ଆଲୁଅ ଉପରେ ଆଜି ବି ନିର୍ଭରଶୀଳ ଡଙ୍ଗାମରାବାସୀ। ଶିକ୍ଷା, ସ୍ବାସ୍ଥ୍ୟସେବା କଥା ନ କହିଲେ ଭଲ।
ଧୁଣ୍ଡେଲ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରହିିଛି ଡଙ୍ଗାମରା ଗାଁ। ବରିହାମୁଣ୍ଡା, ପହରିଆପଡା, ଗୁହୁରିଆପଡା, ଡଙ୍ଗାମରାକୁ ନେଇ ଗଠିତ ଏହି ଗାଁରେ ମୋଟ ୨୦୦ ପରିବାର ବାସ କରନ୍ତି। ଅଦ୍ୟାବଧି ରାଜସ୍ବ ଗ୍ରାମର ମାନ୍ୟତା ପାଇ ନ ଥିବାରୁ କୌଣସି ସରକାରୀ ଯୋଜନା ଏଠାରେ କାର୍ଯ୍ୟକାରୀ କରାଯାଇ ପାରୁନାହିଁ। ନିଜସ୍ବ ଉଦ୍ୟମରେ ଯିଏ ଯେମିତି ଘର, ବାଡି କରିଛନ୍ତି। ୩୦ରୁ ୪୦ ପ୍ରାଥମିକ ଶିକ୍ଷା ପାଇବା ପାଇଁ ଯୋଗ୍ୟ ପିଲା ଥିଲେ ବି ଶିକ୍ଷାଦାନର କୌଣସି ବ୍ୟବସ୍ଥା ନାହିଁ। ପ୍ରାଥମିକ ଶିକ୍ଷା ପାଇଁ ୬ କିମି ଦୂର ବଡଡକଲା ଆଶ୍ରମ ସ୍କୁଲ, ୪ କିମି ଦୂର ଡମନିଚୁଆଁ କିମ୍ବା ପାହାଡ ଚଢି ସୀମାନ୍ତ ନୂଆପଡା ଜିଲା କୋମନା ବ୍ଲକର ବଣ୍ଡାଯୋର ଗାଁକୁ ପଢିବା ପାଇଁ ଯାଆନ୍ତି। ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ। ଫଳରେ ଚାଷ ଜମିରେ ଚୂଆ ଖୋଳି ପାଣି ବ୍ୟବହାର କରନ୍ତି। ଖରାଦିନେ ଚୁଆ ଶୁଖିଗଲେ ୬/୭ କି.ମି. ଦୂର ଡବଲା ଯୋର ନାଳ ପାଣିକୁ ଗ୍ରାମବାସୀ ସ୍ନାନଶୌଚ ଓ ପିଇବାରେ ବ୍ୟବହାର କରିଥାନ୍ତି। ଆଜି ବି ସ୍ବାସ୍ଥ୍ୟସେବା ପାଇଁ କ୍ୱାକ୍‌ଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ରୋଗ ଗୁରୁତର ହେଲେ ବଡଡକଲାସ୍ଥିତ ଆର୍ୟୁବୈଦିକ ଚିକିତ୍ସା କେନ୍ଦ୍ର, ୨୦ କିମି ଦୂର ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ନୂଆପଡା ଜିଲା କୋମନା ସିଏଚସିକୁ ଯାଇଥାନ୍ତି। କୌଣସି ଆଶାକର୍ମୀ ନ ଥିବାରୁ ଗର୍ଭବତୀ ଓ ପ୍ରସୂତି ମହିଳା ଡାକ୍ତରୀ ସୁବିଧାରୁ ବଞ୍ଚିତ ହୋଇଥାନ୍ତି। ଜଙ୍ଗଲ ଜମି ପଟ୍ଟା ମିଳିଥିଲେ ସୁଦ୍ଧା ଜଙ୍ଗଲ ଜମିରେ କୌଣସି ସରକାରୀ ଉନ୍ନୟନ କାମ କରାଯାଇ ପାରୁନାହିଁ। ଇନ୍ଦିିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଡଙ୍ଗାମରା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri