ଆଦର୍ଶ ରେଣ୍ଟାଲ ଆଇନ ଆଣିବେ ସରକାର

ନୂଆଦିଲ୍ଲୀ: ସରକାର ଆଗାମୀ ଦିନରେ ଏକ ରେଣ୍ଟାଲ ବା ଭଡା ସଂକ୍ରାନ୍ତ ଆଇନ ଆଣିବାକୁ ଯୋଜନା ରଖିଛନ୍ତି। ଆବାସ ଏବଂ ସହରୀ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅବସରରେ ସୂଚନା ଦେଇ ସେ କହିଛନ୍ତି, ଏହା ଦ୍ୱାରା ରିୟଲ ଇଷ୍ଟେଟ କ୍ଷେତ୍ର ଏବଂ ଭଡାରେ ପ୍ରଦାନ କରାଯାଉଥିବା ଘର କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ନାରେଡକୋ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏଭଳି କହିଛନ୍ତି। ଜୁଲାଇ ୨୦୧୯ରେ ସରକାର ମଡେଲ ଟେନାନ୍ସି ଆଇନର ଡ୍ରାଫ୍ଟ କରିଥିଲେ। ପ୍ରବାସୀଙ୍କ ଲାଗି ଆରମ୍ଭ କରାଯାଇଥିବା ସୁଲଭ ଘରଭଡା କମ୍ପ୍ଲେକ୍ସ ସ୍କିମର ଅଗ୍ରଗତି ଉନ୍ନତ ରହିଛି। ଏହା ଆଗାମୀ ଦିନରେ ସହରଗୁଡିକରେ ବସ୍ତିକୁ କମାଇବା ଦିଗରେ ସହାୟକ ହେବ। ଦେଶରରେ ହାଉସିଂ ସେଲ୍‌କୁ ବଢାଇବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ ମତ ରଖିଛନ୍ତି। ସେହିଭଳି ଲକଡାଉନର ବିଭିନ୍ନ କଟକଣାକୁ ଧୀରେ ଧୀରେ ହଟାଯାଉଛି। ଘର ବିକ୍ରିକୁ ବଢାଇବା ଲାଗି ପଞ୍ଜୀକରଣ ବେଳେ ଲାଗୁ ହେଉଥିବା ଷ୍ଟାମ୍ପ ଡ୍ୟୁଟିକୁ ମହାରାଷ୍ଟ୍ର ଏବଂ କର୍ନାଟକ ଭଳି ରାଜ୍ୟ ବାଦ ଦେଇଛନ୍ତି। ହାଉସିଂ କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଷ୍ଟାମ୍ପ ଡ୍ୟୁଟି କୋହଳ କରିବା ଲାଗି ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ଭାଜପା, ରାଜ୍ୟ ସଭା ଯିବେ…

ଭୁବନେଶ୍ୱର,୩।୩: ମନମୋହନ ସାମଲ ଓ ସୁଜିତ କୁମାର ଭାଜପା ପ୍ରାର୍ଥୀ। ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ଭାଜପା। ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା।…

ଯୁଦ୍ଧ ମଧ୍ୟରେ ଇରାନରେ ଆସିଲା ବଡ଼ଧରଣର ଭୂକମ୍ପ: ଲୋକେ ଭୟଭୀତ

ଓ୍ବାଶିଂଟନ୍‌,୩।୩: ଆମେରିକା-ଇସ୍ରାଏଲ ଆକ୍ରମଣ ମଧ୍ୟରେ ଇରାନରେ ଭୂକମ୍ପ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଦକ୍ଷିଣ ଇରାନର ଗେରାଶ ଅଞ୍ଚଳରେ ୪.୩ ତୀବ୍ରତାର ଏକ ଭୂକମ୍ପ…

ଭାରତ ପାଇଁ ରୁଷିଆ ସାଜିବ ସଙ୍କଟମୋଚକ! ତୈଳ ସଙ୍କଟ ମଧ୍ୟରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୩।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆଉ ତିନୋଟି ରାଷ୍ଟ୍ର ମଧ୍ୟରେ ସୀମିତ ନାହିଁ। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବ୍ୟାପିଛି। ୟୁରୋପରୁ ଗୁରୁତ୍ୱପୂର୍ଣ୍ଣ ସ୍ବର…

ଯୁଦ୍ଧକୁ ନେଇ ଆଶଙ୍କାରେ ନିବେଶକ, ୧୦୪୮ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୩ା୩: ଇରାନ-ଆମେରିକା ଯୁଦ୍ଧ ପଶ୍ଚିମ ଏସିଆ ସମେତ ବିଶ୍ୱ ସମୁଦାୟକୁ ପ୍ରଭାବିତ କରିଛି। ଗୋଟିଏ ପଟେ ଯୁଦ୍ଧବିରତି ପରିବର୍ତ୍ତେ ଆଗକୁ ଆହୁରି ଜଟିଳ ରୂପ ନେବା ଏବଂ…

ତେଲ ମାରିଲା

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧର ପରିସର ବ୍ୟାପକ ହୋଇଛି। କେତେକ ସୂତ୍ର ଇରାନ୍‌ରେ ୫୫୦ ମୃତାହତ କହୁଥିବା ବେଳେ ଆଉ କିଛି ସୂତ୍ର…

ସ୍ବାମୀ ନାଁରେ କଳଙ୍କ! ସ୍ତ୍ରୀଙ୍କ ନଗ୍ନ ଫଟୋକୁ ଅନ୍ୟସହ ଯୋଡି ଇନଷ୍ଟାଗ୍ରାମରେ…

ଦେବଗଡ,୩/୩(ଶଶାଙ୍କ ଶେଖର ଝାଙ୍କର): ଯୁଗଯୁଗ ଧରି ସମାଜରେ ରାଗ, ରୋଷ, ଇର୍ଷା, ଦ୍ୱେଷ, ହିଂସା ଓ ପ୍ରତିଶୋଧ ଆଦି ଲାଗି ରହିଛି । ମାତ୍ର ପ୍ରତିଶୋଧ ପାଇଁ…

ଘନଉଛି ତୈଳ ସଙ୍କଟ: ୨ ବୃହତ୍‌ ରିଫାଇନେରି ଉପରେ ଇରାନର ଆକ୍ରମଣ

ତେହରାନ୍‌ ,୩ା୩:ଇରାନ-ଆମେରିକା ଯୁଦ୍ଧ କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ସୋମବାର ତୃତୀୟ ଦିନରେ ଉଭୟ ପକ୍ଷ ଆକ୍ରମଣ ଜାରି ରଖିଥିଲାବେଳେ କ୍ଷୟକ୍ଷତି ମଧ୍ୟ ବଢିବାରେ ଲାଗିଛି। ଆମେରିକା…

ଆମେରିକାର ୩ ଯୁଦ୍ଧବିମାନକୁ ଖସାଇଲା କୁଏଟ୍‌ ଏୟାର ଡିଫେନ୍ସ

ଓ୍ବାଶିଂଟନ,୨ା୩: କୁଏଟ୍‌ର ଏୟାର ଡିଫେନ୍ସ ଦ୍ୱାରା ଅଲଗା ଅଲଗା ବନ୍ଧୁତ୍ୱପୂର୍ଣ୍ଣ ଫାୟାରିଂରେ ଆମେରିକାର ୩ଟି ଏଫ୍‌-୧୫ଇ ‘ଷ୍ଟ୍ରାଇକ୍‌ ଇଗଲ’ ଯୁଦ୍ଧବିମାନ ଖସିଛି। ଇରାନରେ ଆମେରିକା-ଇସ୍ରାଏଲ୍‌ ମିଳିତ ସାମରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri