ଘନଉଛି ତୈଳ ସଙ୍କଟ: ୨ ବୃହତ୍‌ ରିଫାଇନେରି ଉପରେ ଇରାନର ଆକ୍ରମଣ

ତେହରାନ୍‌ ,୩ା୩:ଇରାନ-ଆମେରିକା ଯୁଦ୍ଧ କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ସୋମବାର ତୃତୀୟ ଦିନରେ ଉଭୟ ପକ୍ଷ ଆକ୍ରମଣ ଜାରି ରଖିଥିଲାବେଳେ କ୍ଷୟକ୍ଷତି ମଧ୍ୟ ବଢିବାରେ ଲାଗିଛି। ଆମେରିକା ଟାର୍ଗେଟରେ କେବଳ ଇରାନ ରହିଛି। କିନ୍ତୁ ଆମେରିକା ବିରୋଧରେ ଉପସାଗରୀୟ ଅଞ୍ଚଳର ୬ ପ୍ରମୁଖ ଦେଶ ସମେତ ସାଇପ୍ରସ୍‌ ଭଳି କେତେକ ୟୁରୋପୀୟ ରାଷ୍ଟ୍ରରେ ରହିଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ ଭୂ-ରାଜନୈତିକ ସ୍ଥିତିକୁ ଜଟିଳ କରିଛି। ଏଭଳି ସ୍ଥିତି ପରୋକ୍ଷରେ ବୈଶ୍ୱିକ ଅର୍ଥନୀତି ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ବଢିଛି। ଇରାନ ସାଉଦି ଆରବ, ୟୁଏଇ, କାତାର, ବାହାରିନ୍‌, କୁଏତ୍‌ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଉପରେ ଆକ୍ରମଣ ଜାରି ରଖିଛି। କିନ୍ତୁ ବିଶ୍ୱର ଅନ୍ୟତମ ପ୍ରମୁଖ ତୈଳ ରିଫାଇନେରି ସାଉଦି ଆରବର ଆରାମ୍‌କୋ ଏବଂ କାତାର୍‌ର ପ୍ରମୁଖ ଏଲଏନ୍‌ଜି ଗ୍ୟାସ୍‌ ଉତ୍ପାଦନକାରୀ ସଂସ୍ଥା ଉପରେ ସୋମବାର ଇରାନର ଆକ୍ରମଣ ସ୍ଥିତିକୁ ଆହୁରି ଗମ୍ଭୀର କରିଛି। ଏଭଳି ସ୍ଥିତିରେ ସାଉଦି ଆରବ ଇରାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି। ସେହିପରି ୟୁଏଇର ପ୍ରମୁଖ ଭିତ୍ତିଭୂମି ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ସ୍ଥିତିକୁ ଜଟଳ କରିଥିଲା ବେଳେ ୟୁଏଇ ମଧ୍ୟ ଇରାନ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛି। ଗୋଟିଏ ପଟେ ହୋର୍ମୁଜ୍‌ ଷ୍ଟ୍ରେଟ୍‌ ଉପରେ ଇରାନ ପ୍ରତିବନ୍ଧକ ଲଗାଇଥିବାରୁ ୟୁଏଇ, କାତାର୍‌, କୁଏତ୍‌, ଓମାନ ଏବଂ ବାହାରିନ୍‌ ଆଦି ଦେଶଗୁଡିକର ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଇରାନ ବିରୋଧରେ ସାଉଦି ଆରବ ଏବଂ ୟୁଏଇ ଆଦି ଦେଶ ଯଦି ଆକ୍ରମଣ ଆରମ୍ଭ କରନ୍ତି, ତେବେ ଉପସାଗରୀୟ ଅଞ୍ଚଳରୁ ଅନ୍ତର୍ଜାତୀୟ ବଜାରକୁ ତୈଳ ଯୋଗାଣ ଏକପ୍ରକାର ଠପ୍‌ ହୋଇଯିବ ବୋଲି ଆଶଙ୍କା ବଢିଛି। ଏଭଳି ସ୍ଥିତିରେ ସୋମବାର ବୈଶ୍ୱିକ ପୁଞ୍ଜି ବଜାରଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ତୈଳ ବଜାର ଭାରି ମାତ୍ରାରେ ପ୍ରଭାବିତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍‌ କ୍ରୁଡ୍‌ ମୂଲ୍ୟରେ ୬ ପ୍ରତିଶତ ବୃଦ୍ଧି ଘଟି ବ୍ୟାରେଲ୍‌ ପିଛା ମୂଲ୍ୟ ୭୭.୦୮ ଡଲାର ଛୁଇଁଛି। ସେହିପରି ଡବ୍ଲ୍ୟୁଟିଆଇ( ଓ୍ବେଷ୍ଟ ଟେକ୍ସାସ୍‌ ଇଣ୍ଟରମିଡିଏଟ୍‌) ମୂଲ୍ୟ ମଧ୍ୟ ୫.୫ ପ୍ରତିଶତ ବୃଦ୍ଧିରେ ବ୍ୟାରେଲ ପିଛା ମୂଲ୍ୟ ୭୦.୭୧ ଡଲାରରେ ପହଞ୍ଚିଛି। ବର୍ତ୍ତମାନ ସ୍ଥିତିକୁ ନେଇ ଆଗାମୀ ସପ୍ତାହକ ମଧ୍ୟରେ ବ୍ରେଣ୍ଟ୍‌ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଦେଶୀ ପୁଞ୍ଜି ନିବେଶକାରୀ ବିଶ୍ୱର ପ୍ରମୁ୍‌ଖ ଷ୍ଟକ୍‌ ଏକ୍ସଚେଞ୍ଜ୍‌ଗୁଡିକରୁ ସୋମବାର ବିପୁଳ ପରିମାଣର ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଏହାଦ୍ୱାରା ବୈଶ୍ୱିକ ସ୍ତରରେ ନିବେଶ କ୍ଷେତ୍ର ମଧ୍ୟ ଭାରି ମାତ୍ରାରେ ପ୍ରଭାବିତ ହେବାର ଆଶଙ୍କା ବଢିବାରେ ଲାଗିଛି। ସେପଟେ ସୁନା ଏବଂ ରୁପା ମୂଲ୍ୟ ମଧ୍ୟ ପୁଣି ଆକାଶଛୁଆଁ ହେବା ଆଶଙ୍କା ବଢାଇଛି। ନିବେଶକମାନେ ଯୁଦ୍ଧ ପ୍ରଭାବିତ ଷ୍ଟକ୍‌ବଜାରରୁ ପୁଞ୍ଜି ପ୍ରତ୍ୟାହାର କରି ଏବେ ସୁନା ଏବଂ ରୁପାରେ ନିବେଶ କରିବାକୁ ଶ୍ରେୟ ମଣୁଥିବାରୁ ଏହି ଦୁଇଟି ଧାତୁର ଚାହିଦା ବଢିଛି। ସେମାବାର ଏମ୍‌ସିଏକ୍ସ ଏକ୍ସଚେଞ୍ଜରେ ସୁନା ମୂଲ୍ୟ ଅନୂ୍ୟନ ୫ ପ୍ରତିଶତ ବୃଦ୍ଧି ଘଟିଛି।
ଇରାନର ସର୍ବୋଚ୍ଚ ନେତା ଆୟୋତେଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ଆମେରିକା ଏବଂ ଇସ୍ରାଏଲର ଲକ୍ଷ୍ୟ ସାଧନ ହୋଇସାରିଥିବା ଆକଳନ କରାଯିବା ସହିତ ଯୁଦ୍ଧ ବିରତି ପାଇଁ ବାଟ ଖୋଲିପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ଆମେରିକା ସେନା ଆହୁରି ୪ ସପ୍ତାହ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇସାରିଥିବା କଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର କହିଛନ୍ତି। ସେପଟେ ଇରାନ ମଧ୍ୟ ନିଜ ଆଭିମୁଖ୍ୟରୁ ହଟିବା ଦେଖାଯାଉ ନାହିଁ। ଖାମେନେଇଙ୍କ ଅବର୍ତ୍ତମାନରେ ମଧ୍ୟ ଇରାନ ଆମେରିକା ବିରୋଧରେ ଗୋଟିଏ ପରେ ଗୋଟିଏ ଦେଶକୁ ଟାର୍ଗେଟ କରିଚାଲିଛି। ଏଭଳି ସ୍ଥିତି ଆଗକୁ ବୈଶ୍ୱିକ ଅର୍ଥନୀତି ପାଇଁ ଭୟଙ୍କର ସଙ୍କଟ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?