ଆଦର୍ଶ ରେଣ୍ଟାଲ ଆଇନ ଆଣିବେ ସରକାର

ନୂଆଦିଲ୍ଲୀ: ସରକାର ଆଗାମୀ ଦିନରେ ଏକ ରେଣ୍ଟାଲ ବା ଭଡା ସଂକ୍ରାନ୍ତ ଆଇନ ଆଣିବାକୁ ଯୋଜନା ରଖିଛନ୍ତି। ଆବାସ ଏବଂ ସହରୀ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅବସରରେ ସୂଚନା ଦେଇ ସେ କହିଛନ୍ତି, ଏହା ଦ୍ୱାରା ରିୟଲ ଇଷ୍ଟେଟ କ୍ଷେତ୍ର ଏବଂ ଭଡାରେ ପ୍ରଦାନ କରାଯାଉଥିବା ଘର କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ନାରେଡକୋ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏଭଳି କହିଛନ୍ତି। ଜୁଲାଇ ୨୦୧୯ରେ ସରକାର ମଡେଲ ଟେନାନ୍ସି ଆଇନର ଡ୍ରାଫ୍ଟ କରିଥିଲେ। ପ୍ରବାସୀଙ୍କ ଲାଗି ଆରମ୍ଭ କରାଯାଇଥିବା ସୁଲଭ ଘରଭଡା କମ୍ପ୍ଲେକ୍ସ ସ୍କିମର ଅଗ୍ରଗତି ଉନ୍ନତ ରହିଛି। ଏହା ଆଗାମୀ ଦିନରେ ସହରଗୁଡିକରେ ବସ୍ତିକୁ କମାଇବା ଦିଗରେ ସହାୟକ ହେବ। ଦେଶରରେ ହାଉସିଂ ସେଲ୍‌କୁ ବଢାଇବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ ମତ ରଖିଛନ୍ତି। ସେହିଭଳି ଲକଡାଉନର ବିଭିନ୍ନ କଟକଣାକୁ ଧୀରେ ଧୀରେ ହଟାଯାଉଛି। ଘର ବିକ୍ରିକୁ ବଢାଇବା ଲାଗି ପଞ୍ଜୀକରଣ ବେଳେ ଲାଗୁ ହେଉଥିବା ଷ୍ଟାମ୍ପ ଡ୍ୟୁଟିକୁ ମହାରାଷ୍ଟ୍ର ଏବଂ କର୍ନାଟକ ଭଳି ରାଜ୍ୟ ବାଦ ଦେଇଛନ୍ତି। ହାଉସିଂ କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଷ୍ଟାମ୍ପ ଡ୍ୟୁଟି କୋହଳ କରିବା ଲାଗି ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦଫାରେ ୩ କୋଟି ପୋଷ୍ଟ ଡିଲିଟ୍‌

ନୂଆଦିଲ୍ଲୀ: ଦେଶର ଗରିମା ଓ ସଭ୍ୟତା ସହ ସଂସ୍କୃତିକୁ ସୁରକ୍ଷା ଦେବା ହେଉଛି ସରକାରଙ୍କ କାମ। ଭାରତର ଗରିମାକୁ ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି...

ରଣବୀର ସିଂ ମାନ୍ୟବରର ନୂଆ ବ୍ରାଣ୍ଡ ଆମ୍ବାସାଡର

ଭୁବନେଶ୍ୱର,୧୭-୧୦: ମାନ୍ୟବର ପକ୍ଷରୁ ବଲିଉଡ ଅଭିନେତା ରଣବୀର ସିଂଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଚୁକ୍ତି ମୁତାବକ ରଣବୀର କମ୍ପାନୀର...

କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ: କମିଲା ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ବହୁ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ...

ଏନ୍‌ପିଏ ଲୁଚାଇବା ବନ୍ଦ କରନ୍ତୁ ବ୍ୟାଙ୍କ: ଆର୍‌ବିଆଇ ଡେପୁଟି ଗଭର୍ନର

ନୂଆଦିଲ୍ଲୀ,୨୪-୧୧: ଏବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସ୍ଥିତି ଭଲ ନ ଥିବା ବେଳେ ଅନାଦାୟ ଋଣ (ଏନ୍‌ପିଏ) ବୋଝ ବଢି ବଢି ଚାଲିଛି। ଏଭଳି ସ୍ଥିତିରେ...

ତୈଳ ଉତ୍ପାଦନରେ ହ୍ରାସ

ନୂଆଦିଲ୍ଲୀ, ୨୧।୪: ଗତ ଆର୍ଥିକ ବର୍ଷରେ ଅର୍ଥାତ୍‌ ୨୦୨୧-୨୨ରେ ଭାରତର ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ଅଏଲ୍‌ ଆଣ୍ଡ୍‌ ନାଚୁରାଲ୍‌ ଗ୍ୟାସ୍‌ କର୍ପୋରେଶନ...

ଆକ୍ସିସ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କକୁ ଏନ୍‌ସିଏଲ୍‌ଟି ନୋଟିସ

ମୁମ୍ବାଇ,୨୭।୪: ପୂର୍ବତନ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଏକଜିକ୍ୟୁଟିଭ ରମେଶ ବାଓ୍ବାଙ୍କ ଆକାଉଣ୍ଟକୁ ନେଇ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ଆକ୍ସିସ ବ୍ୟାଙ୍କ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର...

ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ,୨୩-୫: ଚଳିତ ଆର୍ଥତ୍କ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ଲାଗି ବିଭିନ୍ନ ଶିଳ୍ପ ସଙ୍ଗଠନ...

ଶସ୍ତା ହେବ ଏଲ୍‌ସିଡି-ଏଲ୍‌ଇଡି ଟିଭି

ନୂଆଦିଲ୍ଲୀ,୧୯-୯: ଅର୍ଥନୀତିରୁ ମାନ୍ଦାବସ୍ଥାକୁ ଦୂରେଇ ଦେବା ଲକ୍ଷ୍ୟରେ ପାର୍ବଣ ଋତୁ ଆରମ୍ଭରୁ ସରକାର ଟିଭି ବିକ୍ରି ବଢ଼ାଇବା ଯୋଜନା କରିଛନ୍ତି। ଘରୋଇ ଓ ବିନିର୍ମାଣ କ୍ଷେତ୍ରକୁ...

Advertisement
Archives

Model This Week