ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର। ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ ସ୍ବତନ୍ତ୍ର ହେବାକୁ ଯାଉଛି। ଗୋଟିଏ ପଟେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଅପରପକ୍ଷେ ସରକାର ଏହି ଅଧିବେଶନ ସମୟରେ ଡିଜିଟାଲ୍‌ ମୁଦ୍ରା ବିରୋଧରେ ଏକ ବିଲ୍‌ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୂତନ ବିଲ୍‌ରେ ଘରୋଇ କ୍ରିପ୍ଟୋକରେନ୍ସି ବା ବିଟ୍‌ କଏନ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ମଧ୍ୟ ଏହି ବେସରକାରୀ ମୁଦ୍ରାର ବିକଳ୍ପ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ଆର୍‌ବିଆଇ କହିଛି ଯେ, ଏହି ଡିଜିଟାଲ୍‌ ମୁଦ୍ରାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରୁଛି। ତଥାପି, ଏହା ଏକ ବ୍ୟକ୍ତିଗତ ମୁଦ୍ରା ଭାବରେ ଗଣା ହେବ ନାହିଁ ବୋଲି ବିଗତ ଦିନରେ ସେଣ୍ଟ୍ରାଲ ବ୍ୟାଙ୍କ ମତ ଦେଇଛି। ସେହିପରି ସେଣ୍ଟ୍ରାଲ ବ୍ୟାଙ୍କ କହିଛି ଯେ, ନିକଟ ଅତୀତରେ ବେସରକାରୀ ଡିଜିଟାଲ୍‌ ମୁଦ୍ରାର ଲୋକପ୍ରିୟତା ବହୁଳ ଭାବରେ ବୃଦ୍ଧି ପାଇଛି। ଏହାକୁ ନେଇ ଭାରତରେ ସରକାର ଏବଂ ନିୟାମକମାନେ ମଧ୍ୟ ସନ୍ଦେହ ପ୍ରକାଶ କରୁଛନ୍ତି। ଆର୍‌ବିଆଇ ଏହାର ଆବଶ୍ୟକତା ଅଛି କି ନାହିଁ ତାହା ଅନୁସନ୍ଧାନ କରୁଥିବା ସୂଚନା ମିଳିଛି। ଭାରତରେ କ୍ରିପ୍ଟୋକରେନ୍ସି ବା ବିଟ୍‌ କଏନ ସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ସରକାର ପ୍ରକାଶ କରିନାହାନ୍ତି କିମ୍ବା ଆସିନାହିଁ ବୋଲି ଜଣାପଡିଛି। ୨୦୧୮ରେ ସରକାର ଏକ ସର୍କୁଲାର ଜରିଆରେ କ୍ରିପ୍ଟୋକରେନ୍ସି ବା ବିଟ୍‌ କଏନ ସେବାକୁ ନିଷିଦ୍ଧ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ସମଗ୍ର ମାମଲାର ଶୁଣାଣି ବେଳେ ସର୍କୁଲାରରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବା ସହିତ ସର୍ବସାଧାରଣଙ୍କ ପାଇଁ ସୂଚନା ରହିବା ନେଇ ସ୍ବୀକୃତି ପ୍ରଦାନ କରିଛନ୍ତି। ୨୦୧୯ରେ ଏହି ଆଇନ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ତେବେ ସରକାର ସଂସଦରେ ଏ ସମ୍ପର୍କିତ କୌଣସି ବିଲ୍‌ ଆଗତ କରିନାହାନ୍ତି। ଏହାର ଅଫିସିଆଲ୍‌ ଡିଜିଟାଲ୍‌ ମୁଦ୍ରା ବିଲ୍‌ ୨୦୨୧ର କ୍ରିପ୍ଟୋକରେନ୍ସି ଏବଂ ରେଗୁଲେଶନ୍‌ର କିଛି ବ୍ୟତିକ୍ରମ ସହିତ ଡିଜିଟାଲ୍‌ ମୁଦ୍ରାର ପ୍ରୋତ୍ସାହନକୁ ଅନୁମତି ଦେବ କି ନାହିଁ ତାହା ଆଗାମୀ ବଜେଟରେ ଜଣାପଡିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri