Posted inଜାତୀୟ

ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ଦାୟୀ ନୁହନ୍ତି

ନୂଆଦିଲ୍ଲୀ,୪ା୧: ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାରଙ୍କୁ ପରୋକ୍ଷରେ ଦାୟୀ କରାଯାଇପାରିବ ନାହିଁ। ଏଥିସହ ସରକାରୀ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ୪:୧ ସଂଖ୍ୟାଗରିଷ୍ଠ ରାୟ ଦେଇଛନ୍ତି। ଅନ୍ୟପକ୍ଷେ ଜଷ୍ଟିସ୍‌ ବି.ଭି. ନାଗରନତ୍ା ଏହି ରାୟରେ ଅସହମତି ପ୍ରକାଶ କରି କହିଛନ୍ତି, ମନ୍ତ୍ରୀଙ୍କ ଆନୁଷ୍ଠାନିକ ବୟାନ ପାଇଁ ସରକାରଙ୍କୁ ଦାୟୀ କରାଯାଇପାରିବ। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତଙ୍କ ସାମ୍ବିଧାନିକ ପୀଠ ସୋମବାର ରାୟ ଶୁଣାଇଥିଲେ। ସେହି ମାମଲାରେ ମଧ୍ୟ ଏହି ୫ ବିଚାରପତି ଶୁଣାଣି କରିଥିଲେ। ୪ ଜଣ ବିଚାରପତି କେନ୍ଦ୍ରର ରାୟକୁ ଯଥାର୍ଥ ଦର୍ଶାଇଥିବାବେଳେ ଜଷ୍ଟିସ୍‌ ନାଗରନତ୍ା ଭିନ୍ନମତ ଦେଇ ବିମୁଦ୍ରୀକରଣକୁ ବେଆଇନ ବୋଲି କହିଥିଲେ। ଏହାର ଦିନକ ପରେ ମହିଳା ବିଚାରପତି ନାଗରନତ୍ା ପୁଣି ଥରେ ଅଲଗା ରାୟ ଦେବା ଭାରତୀୟ ନ୍ୟାୟପାଳିକା ଇତିହାସରେ ଏକ ବିରଳ ଓ ପ୍ରଶଂସନୀୟ ଦୃଷ୍ଟାନ୍ତ।
ଜଷ୍ଟିସ୍‌ ଏସ୍‌. ଏ. ନଜିରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ପୀଠ ଯେଉଁ ପ୍ରଶ୍ନଗୁଡ଼ିକ ଉପରେ ବିଚାର କରିଥିଲେ ତନ୍ମଧ୍ୟରୁ ଗୋଟିଏ ହେଉଛି, ରାଜ୍ୟର କୌଣସି ମାମଲାରେ କିମ୍ବା ସରକାରଙ୍କ ସୁରକ୍ଷା ଲାଗି ଜଣେ ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ସାମୂହିକ ଉତ୍ତରଦାୟିତ୍ୱ ସିଦ୍ଧାନ୍ତ ଦୃଷ୍ଟିରୁ ସରକାରଙ୍କୁ ଦାୟୀ କରାଯାଇପାରିବ କି। ଏହାର ଉତ୍ତରରେ ଜଷ୍ଟିସ୍‌ ନଜିରଙ୍କ ସମେତ ବି.ଆର୍‌. ଗଭାଇ, ଏ.ଏସ୍‌. ବୋପନ୍ନା, ଭି.ରାମାସୁବ୍ରମଣ୍ୟମ୍‌ କହିଥିଲେ, ସମ୍ବିଧାନର ଅନୁଚ୍ଛେଦ ୧୯(୨) ଅନୁସାରେ (ନିର୍ଦ୍ଦିଷ୍ଟ ବ୍ୟତିକ୍ରମକୁ ବାଦ୍‌ ଦେଇ) ମନ୍ତ୍ରୀ, ଏମ୍‌ପି ଏବଂ ବିଧାୟକଙ୍କୁ ପ୍ରଦତ୍ତ ଅଭିବ୍ୟକ୍ତି ସ୍ବାଧୀନତା ଉପରେ କୌଣସି କଟକଣା ଜାରି କରାଯାଇପାରିବ ନାହିଁ।
୪ ବିଚାରପତିଙ୍କ ମତରେ ଜଣେ ମନ୍ତ୍ରୀ ଦୁଇ ପ୍ରକାର କ୍ଷମତାରେ ଏକ ମନ୍ତବ୍ୟ ଦେଇପାରିବେ। ପ୍ରଥମରେ ସେ ବ୍ୟକ୍ତିଗତ ଭାବେ ନିଜ ମତାମତ ରଖିପାରିବେ। ଦ୍ୱିତୀୟତଃ ନିଜ ଆନୁଷ୍ଠାନିକ ତଥା ସରକାରଙ୍କ ପ୍ରତିନିଧି ରୂପେ ମନ୍ତବ୍ୟ ଦେଇପାରିବେ। ଯଦି କୌଣସି ମନ୍ତବ୍ୟ ଅପମାନଜନକ ହୋଇଥାଏ, ଏବଂ କେବଳ ବ୍ୟକ୍ତିଗତ ବିଚାରର ପ୍ରତିନିଧିତ୍ୱ କରୁଥିବ ତଥା ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଦେଇଥିବେ, କିନ୍ତୁ ସେଥିରେ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ସାମିଲ ଥିବ, ତେବେ ଏପରି ବୟାନକୁ ବିଶେଷକରି ସାମୂହିକ ଉତ୍ତରଦାୟିତ୍ୱର ସିଦ୍ଧାନ୍ତକୁ ଦୃଷ୍ଟିରେ ରଖି ସରକାରଙ୍କୁ ହିଁ ଉତ୍ତରଦାୟୀ କରାଯାଇପାରିବ।
ଅନ୍ୟ ଅର୍ଥରେ କହିବାକୁ ଗଲେ ଯଦି ମନ୍ତ୍ରୀଙ୍କ ବିବୃତିରେ ସରକାରଙ୍କ ଆଭିମୁଖ୍ୟ ପ୍ରତିଫଳିତ ହେଉଥିଲେ ସେଥିପାଇଁ ସରକାର ଦାୟୀ ବୋଲି କୁହାଯାଇପାରିବ। ଅଥଚ ଯଦି ଏପରି ମନ୍ତବ୍ୟ କୌଣସି ମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ମତ ହୋଇଥିବ ଏବଂ ତାହା ସରକାରଙ୍କ ବିଚାରଧାରା ଅନୁରୂପ ହୋଇ ନ ଥିବ ତେବେ ସେଥିପାଇଁ ସେ ମନ୍ତ୍ରୀ ରୂପେ ଦାୟୀ ହେବେ। ସେହି ମନ୍ତବ୍ୟକୁ ସରକାରଙ୍କ ବୟାନ ବୋଲି ବିବେଚନା କରାଯିବ ନାହିଁ।
କୌଶଲ କିଶୋର ବନାମ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଡବ୍ଲ୍ୟୁପି(ସି)୧୧୩/୨୦୧୬ ମାମଲାରେ ସାମ୍ବିଧାନିକ ପୀଠ ମନ୍ତ୍ରୀମାନଙ୍କ ଏବଂ ଉଚ୍ଚ ପଦରେ ଆସୀନ ବ୍ୟକ୍ତିମାନଙ୍କ କହିବା ସ୍ବାଧୀନତା ଅଧିକାର ଉପରେ ଲଗାମ ଲଗାଇବା ସମ୍ପର୍କିତ ପ୍ରସଙ୍ଗରେ ଏହି ଜବାବ ଦେଇଛନ୍ତି।
ଗଣବଳାତ୍କାରକୁ ‘ରାଜନୈତିକ ଷଡ଼ଯନ୍ତ୍ର’ କହିଥିଲେ ଆଜମ୍‌ ଖାନ୍‌

୨୦୧୬ ଜୁଲାଇ ୨୯ ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ବୁଲନ୍ଦସହର ସଂଲଗ୍ନ ଦିଲ୍ଲୀ-କାନପୁର ହାଇଓ୍ବେ ଦେଇ ନୋଏଡାର ଜଣେ ୩୫ ବର୍ଷୀୟା ମହିଳା, ତାଙ୍କ ନାବାଳିକା ଝିଅ ଓ ପରିବାରର ଅନ୍ୟ ୪ ଜଣ ସଦସ୍ୟ ଯାଉଥିଲେ। ସେହି ରାସ୍ତାରେ ଯାଉଥିବା କେତେଜଣ ହାଇଓ୍ବେ ଲୁଟେରା ସେମାନଙ୍କ କାର୍‌କୁ ଅଟକାଇ ମା’ଝିଅଙ୍କୁ ଗଣବଳାତ୍କାର କରିଥିଲେ। ଏନେଇ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲା। ମହିଳାଙ୍କ ସ୍ବାମୀ ଏହି ମାମଲାର ଶୁଣାଣି ୟୁପିରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଉ ବୋଲି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିସହ ୟୁପିର ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନ୍‌ (ସମାଜବାଦୀ ପାର୍ଟି ନେତା)ଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର୍‌ ରୁଜୁ ପାଇଁ ଶୀର୍ଷ ଅଦାଲତଙ୍କୁ ନିବେଦନ କରିଥିଲେ। କାରଣ ଆଜମ୍‌ ଖାନ୍‌ ମା’ ଓ ଝିଅଙ୍କୁ କରାଯାଇଥିବା ଗଣବଳାତ୍କାରକୁ ‘ଏକ ରାଜନୈତିକ ଷଡ଼ଯନ୍ତ୍ର’ ବୋଲି ଅଭିହିତ କରିଥିଲେ। ଜଣେ ମନ୍ତ୍ରୀଙ୍କ ଏପରି ଅଭିବ୍ୟକ୍ତି ସ୍ବାଧୀନତା କେତେ ଯଥାର୍ଥ ଏବଂ ଏଭଳି ମନ୍ତବ୍ୟ ଉପରେ କଟକଣା ଲଗାଯାଇପାରିବ କି ନାହିଁ ସେହି ପ୍ରଶ୍ନର ବିଚାର ପାଇଁ ଦାଖଲ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଶୀର୍ଷ ଅଦାଲତ ଗତ ନଭେମ୍ବର ୧୫ରେ ଏହାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri