ଆଶା ସଞ୍ଚାର କଲେ ସରକାର

ତାଳଚେର,୭ା୪ (ନି.ପ୍ର.) – ମାର୍ଚ୍ଚ ୩୧ ତାରିଖରୁ ବନ୍ଦ ହୋଇଯାଇଥିବା ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ପୁନଃ ଚାଲୁ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଗତ ୫ ତାରିଖରେ ରାଜ୍ୟ ସରକାର ଓ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଷ୍ଟେଜ-୩ ୟୁନିଟ୍‌ ସ୍ଥାପନ ଯାଏ ପୁରୁଣା ପ୍ଲାଣ୍ଟରୁ ଉତ୍ପାଦନ ଅବ୍ୟାହତ ରଖିବାକୁ ସରକାର ପ୍ରସ୍ତାବ ଦେବା ପରେ ଟିଟିପିଏସ୍‌ ଶ୍ରମିକମାନଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି। ନିରାପତ୍ତା ଅଡିଟ୍‌ କରି ପ୍ଲାଣ୍ଟ ପୁନଃ ଚଳାଇବା ଲାଗି ସମସ୍ତ ସମ୍ଭାବନାର ଅନୁଧ୍ୟାନ କରିବା ପାଇଁ ଏନ୍‌ଟିପିସି ଅଧ୍ୟକ୍ଷ ବୈଠକରେ ଉପସ୍ଥିତ ଯନ୍ତ୍ରୀ ଓ ବିଶେଷଜ୍ଞଙ୍କୁ ନିର୍ଦ୍ଦେଶ ଦେଇଥିବାରୁ କର୍ତ୍ତୃପକ୍ଷଙ୍କ ଆଗାମୀ ପଦକ୍ଷେପ ଉପରେ ଏବେ ସଭିଙ୍କ ନଜର ରହିଛି।
ପ୍ରକାଶ ଯେ, ମାର୍ଚ୍ଚ ୨୨ ତାରିଖ ରାତିରୁ ପର୍ଯ୍ୟାୟକ୍ରମେ ଟିଟିପିଏସ୍‌ର ୬ଟି ୟୁନିଟ୍‌ ବନ୍ଦ କରାଯିବାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଷ୍ଟେଜ୍‌-୩ ପ୍ରକଳ୍ପ ସ୍ଥାପନ କରିବାକୁ ଅନୁମୋଦନ ଦେଇସାରିଥିବାରୁ ତୁରନ୍ତ ଉକ୍ତ କାର୍ଯ୍ୟ ଆରମ୍ଭ ସହ ପୁରୁଣା ପ୍ଲାଣ୍ଟରୁ ଉତ୍ପାଦନ ଜାରି ରଖିବା ନିମନ୍ତେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଆର.କେ. ସିଂଙ୍କୁ ମୁଖ୍ୟମନ୍ତ୍ରୀ ଗତ ୨୪ ତାରିଖରେ ଚିଠି ଲେଖିଥିଲେ। ଏହାପରେ ଏନ୍‌ଟିପିସି କର୍ତ୍ତୃପକ୍ଷ ୩୦ ତାରିଖ ଯାଏ ଟିଟିପିଏସ୍‌ର ଗୋଟିଏ ୟୁନିଟ୍‌ରୁ ଉତ୍ପାଦନ ଜାରି ରଖିଥିଲେ। ହେଲେ ୩୧ ତାରିଖ ସକାଳ ୮ଟା ୪୩ରେ ପ୍ଲାଣ୍ଟକୁ ବନ୍ଦ କରିବା ସହ ସମସ୍ତ ଲାଇଟ୍‌ ଲିଭାଇ ଦିଆଯାଇଥିଲା। ଏହାକୁ ନେଇ ସହସ୍ରାଧିକ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଲାଭରେ ଚାଲୁଥିବା ଏହି ପ୍ଲାଣ୍ଟ ବନ୍ଦ ପଛରେ ଏନ୍‌ଟିପିସିର ଷଡ଼ଯନ୍ତ୍ର ଥିବା ଶ୍ରମିକମାନେ ଅଭିଯୋଗ କରିବା ସହ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଜାରି ରଖାଯାଇଥିଲା। ଏଥିସହ ସରକାରଙ୍କ ପଦକ୍ଷେପକୁ ଶ୍ରମିକମାନେ ଅପେକ୍ଷା କରି ରହିଥିଲେ। ଗତ ୫ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଧ୍ୟ ମୁଖ୍ୟତଃ ପୁରୁଣା ତାପଜ ବିଦ୍ୟୁତ୍‌ କେନ୍ଦ୍ର ଚଳାଇବା ଏବଂ ନୂଆ ୟୁନିଟ୍‌ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ପ୍ଲାଣ୍ଟ ସହ ବହୁ ସଂଖ୍ୟକ ଶ୍ରମିକଙ୍କ ପେଟପାଟଣା ଜଡ଼ିତ ଥିବାରୁ ନୂତନ ୟୁନିଟ୍‌ ସ୍ଥାପନ ଯାଏ ପୁରୁଣା ୟୁନିଟ୍‌ଗୁଡ଼ିକରୁ ବିଦ୍ୟୁତ୍‌ ଉତ୍ପାଦନ ଜାରି ରଖିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧିତ କିଛି ପଦକ୍ଷେପ ସହ ଏହି ପ୍ଲାଣ୍ଟ ଚଳାଯାଇପାରିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ବୈଠକରେ କୁହାଯାଇଥିଲା। ତେଣୁ ପୁରୁଣା ପ୍ଲାଣ୍ଟ ଚାଲୁ ନେଇ ଆବଶ୍ୟକ ଅନୁମତି ହାସଲର ସମସ୍ତ ପଥ ଉନ୍ମୁକ୍ତ ହୋଇସାରିଥିବାରୁ ଏନ୍‌ଟିପିସି କର୍ତ୍ତୃପକ୍ଷ ଆଉ କୌଣସି ବାହାନା କରିପାରିବେ ନାହିଁ। ତଥାପି ଏ ଦିଗରେ ଏନ୍‌ଟିପିସି ପଦକ୍ଷେପ ନେଉଛି ନା ନାହିଁ ତାହାକୁ ଅପେକ୍ଷା କରାଯାଇଛି ବୋଲି ଶ୍ରମିକମାନେ କହିଛନ୍ତି।
ଧୂଆଁ ଉଠିବା ପରେ ଜଣାପଡ଼ିବ
ଆଗରୁ ଅନେକ ପ୍ରତିଶ୍ରୁତି ମିଳିଥିଲା। ତାହାର ଫଳ ଆମେ ଭୋଗି ସାରିଲୁଣି। ଯେ ପର୍ଯ୍ୟନ୍ତ ଗେଟ୍‌ପାସ୍‌ ନ ମିଳିଛି ଓ ଆମେ କାମରେ ନିୟୋଜିତ ହୋଇନାହୁଁ, ସେ ଯାଏ ପ୍ଲାଣ୍ଟ ପୁନଃ ଚାଲୁ ନେଇ ବିଶ୍ୱାସ କରିହେଉନାହିଁ। ପ୍ଲାଣ୍ଟରୁ ଧୂଆଁ ବାହାରିବା ପରେ ଜଣାପଡିବ।
– ରମେଶ କୁମାର ସାହୁ, ଶ୍ରମିକ
ପ୍ଲାଣ୍ଟ ଚାଲୁ ଆଶା ବଢ଼ିଛି
ମୁଖ୍ୟଶାସନ ସଚିବ ପୁରୁଣା ପ୍ଲାଣ୍ଟ ଚାଲୁ ରଖିବା ଉପରେ ଗୁରୁତ୍ୱ ଦେବା ପରେ ଆମ ମନରେ ଆଶା ସଞ୍ଚାର ହୋଇଛି। ୧୪ ଶହ ଶ୍ରମିକଙ୍କ ପେଟପାଟଣା ଏଥିରେ ସିଧାସଳଖ ଜଡ଼ିତ। କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଟିଟିପିଏସ୍‌କୁ ଚାଲୁ କରାନ୍ତୁ।
-ମନୋଜ କୁମାର ବାରିକ, ଶ୍ରମିକ
ଦୃଢ଼ ପଦକ୍ଷେପ ପରେ ବିଶ୍ୱାସ
ରାଜ୍ୟ ସରକାର ଟିଟିପିଏସ୍‌ ପୁରୁଣା ପ୍ଲାଣ୍ଟ ଚାଲୁ କରିବା ସପକ୍ଷରେ ଅଛନ୍ତି। ହେଲେ ଏ ଦିଗରେ ଦୃଢ଼ ପଦକ୍ଷେପ ନିଆଗଲା ପରେ ଯାଇ ବିଶ୍ୱାସ ଆସିବ। କରୋନା ସମୟରେ କାମ ନ ପାଇ ହତାଶରେ ଅଛୁ। ସାହା ଭରସା କେହି ନ ଥିଲା ଭଳି ଲାଗୁଛି।
-ଗଣେଶ୍ୱର ମିଶ୍ର, ଶ୍ରମିକ
ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ନେଇ ସନ୍ଦେହ
ପ୍ଲାଣ୍ଟ ପୁନଃ ଚାଲୁ ଦିଗରେ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଉତ୍ତର ସନ୍ତୋଷଜନକ ଲାଗୁନାହିଁ। ତେଣୁ ଏହା ଚାଲିବ କି ନ ଚାଲିବ ସେ ନେଇ ସ୍ଥିତି ସ୍ପଷ୍ଟ ହେଉନାହିଁ। ଏନ୍‌ଟିପିସି ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲିଖିତ ଭାବେ ଦିଆଯିବା ପରେ ଶ୍ରମିକମାନେ ବିଶ୍ୱାସ କରିପାରିବେ।
-ପ୍ରବୀଣ କୁମାର ସାମଲ, ଶ୍ରମିକ
୧୪ଶହ ପରିବାର ଚିନ୍ତାରେ
ଟିଟିପିଏସ୍‌ ବନ୍ଦ ହେବା ପରଠାରୁ ୧୪ ଶହ ଶ୍ରମିକଙ୍କ ପରିବାର ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ସରକାର ଓ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ପରେ ମନରେ ଟିକିଏ ଆଶା ସୃଷ୍ଟି ହୋଇଛି। କାମରେ ଯୋଗ ଦେବା ପରେ ଯାଇ ଶାନ୍ତିରେ ନିଃଶ୍ୱାସ ମାରିବୁ।
-ଲାବଣ୍ୟ ନାଏକ, ଶ୍ରମିକ
ସରକାରଙ୍କ ପ୍ରସ୍ତାବ ସ୍ବାଗତଯୋଗ୍ୟ
ରାଜ୍ୟ ସରକାର ଶ୍ରମିକମାନଙ୍କ ସପକ୍ଷରେ ରହିଛନ୍ତି। ସେଥିପାଇଁ ପ୍ଲାଣ୍ଟ ଚାଲୁଃ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାକୁ ସ୍ବାଗତ କରାଯାଉଛି। ଏ ଦିଗରେ ଏନ୍‌ଟିପିସି କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ନେଲେ ଶ୍ରମିକମାନଙ୍କ ମନରୁ ସନ୍ଦେହ ଦୂରହୋଇପାରିବ।
-ପୂର୍ଣ୍ଣଚନ୍ଦ୍ର ଦଳେଇ, ଶ୍ରମିକ


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri