ସାଓମି ବ୍ରାଉଜର ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ,୬।୮: ପ୍ରମୁଖ ମୋବାଇଲ କମ୍ପାନୀ ସାଓମିର ବ୍ରାଉଜରକୁ ଭାରତ ସରକାର ବ୍ୟାନ୍‌ କରି ଦେଇଛନ୍ତି। ସାଓମି ଦ୍ୱାରା ପ୍ରସ୍ତୁତ ହୋଇଥିବା ଆକ୍ସନ ଏମ୍‌ଆଇ ବ୍ରାଉଜର ପ୍ରୋ-ଭିଡିଓ ଡାଉନଲୋଡ୍‌, ଫ୍ରିଫାଷ୍ଟ ଏବଂ ସିକ୍ୱୋର ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ଚାଇନା ମୋବାଇଲ ଆପ୍ଲିକେଶନଗୁଡ଼ିକ ଉପରେ କଟକଣା ଅନ୍ତର୍ଗତ ପ୍ରାଥମିକ ପର୍ଯ୍ୟାୟରେ ୫୯ ଆପ୍‌ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୭ ଆପ୍‌କୁ ଭାରତରେ ବ୍ଲକ କରାଯାଇଛି। ବ୍ରାଉଜର ଉପରେ କାର୍ଯ୍ୟାନୁଷ୍ଠାନ ଡିଭାଇସ୍‌ ଉପରେ ପ୍ରଭାବ ପକାଇପାରେ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ମାତ୍ର ଏଭଳି କଟକଣା ଦ୍ୱାରା ଡିଭାଇସ୍‌ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ୟୁଜରମାନେ ଯେକୌଣି ବ୍ରାଉଜର ଡାଉନଲୋଡ୍‌ କରିପାରିବେ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ସରକାରଙ୍କ ସହ ସମ୍ପର୍କରେ ରହିଥିବା ସାଓମି କହିଛି। ଭାରତରେ କମ୍ପାନୀର ପ୍ରାୟ ୯ କୋଟି ଗ୍ରାହକ ରହିଛନ୍ତି। ସେହିଭଳି ସରକାର ଏୟାର ବ୍ରସ୍‌, ମେଇପାଇ, ବକ୍ସକାମ୍‌ ସମେତ ଅନ୍ୟ ୧୧ ଚାଇନା ଆପ୍‌କୁ ବ୍ଲକ କରିଛନ୍ତି। ଏହା ମଧ୍ୟରେ ହିରୋଜ ଓ୍ବାର, ସାଇଡ୍‌ପ୍ଲସ, କ୍ୟାପ୍‌କଟ୍‌, ପାରାଲେଲ୍‌ ସ୍ପେସ୍‌, ବାଇଡୁ ସର୍ଚ୍ଚ, ବାଇଡୁ ମ୍ୟାପ୍‌, ଓ୍ବିବୁ, ନେଟ୍‌ଏଜ ଇ-ମେଲ ସର୍ଭିସ, ସର୍ଚ୍ଚ ଲାଇଟ୍‌ ଭଳି ଆପ୍‌ ରହିଛି। ଆଗାମୀ ଦିନରେ ସରକାର ଆଉ ୧୫ ଚାଇନା ଆପ୍‌କୁ ବ୍ୟାନ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri