ଖତ ଖାଉଛି ସରକାରୀ ଆମ୍ବୁଲାନ୍ସ

ବାରିପଦା ଅଫିସ,୨୭।୮: ମୟୂରଭଞ୍ଜ ଜିଲାରେ ରୋଗୀ ପରିବହନ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକତାଠାରୁ କମ ସଂଖ୍ୟକ ଆମ୍ବୁଲାନ୍ସ ରହିଥିବା ବେଳେ ଚାଳକ ଅଭାବରୁ ବହୁ ଗାଡ଼ି ଅଚଳ ହୋଇ ପଡ଼ିରହିଛି। ବର୍ଷ ବର୍ଷ ଧରି ଖରାବର୍ଷାରେ ପଡ଼ିରହି ଏହା ଖତ ଖାଉଥିବା ବେଳେ ବିଭାଗ ପକ୍ଷରୁ ନିଲାମ କରାଯାଉ ନାହିଁ। ଏପରିକି ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡୁଛି। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟକାର୍ଡ ପ୍ରଚଳନ କରିବା ପରେ ମଧ୍ୟ ବଣପାହାଡ଼ ଘେରା ଅଞ୍ଚଳବାସୀ ଉତ୍ତମ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ବାରିପଦାଠାରେ ପିଆର୍‌ଏମ୍‌ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ୨୬ ବ୍ଲକରେ ଥିବା ୪୦୫ପଞ୍ଚାୟତର ୩୯୬୬ଟି ଗ୍ରାମରେ ସରକାରଙ୍କ ପକ୍ଷରୁ ଜରୁରୀ ସେବା ଯୋଗାଇ ଦିଆଯାଉଛି। ଜିଲାରେ ବର୍ତ୍ତମାନ ୧୩ ଆମ୍ବୁଲାନ୍ସ ଓ ୪୧ଟି ୧୦୮ଆମ୍ବୁଲାନ୍ସ କାର୍ଯ୍ୟ କରୁଛି। ଆମ୍ବୁଲାନ୍ସ ଚାହିଦା ବୃଦ୍ଧି ତୁଳନାରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଅଧିକ ଗାଡ଼ି ଦିଆ ନ ଯିବାରୁ ଲୋକେ ଘରୋଇ ଆମ୍ବୁଲାନ୍ସ ନେବାକୁ ବାଧ୍ୟ ହେଉଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧୀନରେ ୧୩ଟି ଆମ୍ବୁଲାନ୍ସ ଚଳାଚଳ ଉପଯୋଗୀ ରହିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଖତ ଖାଉଛି। ଅଚଳ ଯାନବାହନ ନିଲାମ କରାଯାଉ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନ ଅଭାବ ଯୋଗୁ ସିଡିଏମ୍‌ଓଙ୍କ କ୍ୱାର୍ଟର୍ସ ପରିସର ଡମ୍ପିଂ ୟାର୍ଡ଼ ପାଲଟିଛି। ସେଠାରେ ସରକାରୀ ଓ ବିଭିନ୍ନ ସୂତ୍ରରୁ ରୋଗୀ ପରିବହନ ସେବା ପାଇଁ ମିଳିଥିବା ଆମ୍ବୁଲାନ୍ସ ଗୁଡ଼ିକ ଅଚଳ ଅବସ୍ଥାରେ ପଡ଼ିରହିଛି। ସେହିପରି ଆମ୍ବୁଲାନ୍ସ ଚାଳକ ଅଭାବରୁ ଠିକ୍‌ ସମୟରେ ରୋଗୀଙ୍କ ନିକଟରେ ସେବା ପହଞ୍ଚତ୍ ପାରୁନାହିଁ। ୫୧ଟି ମଞ୍ଜୁର ପଦବୀ ସ୍ଥାନରେ ୨୨ଜଣ ଚାଳକ କାର୍ଯ୍ୟ କରୁଛନ୍ତି। ଜିଲାରେ ୧୩ଟି ଆମ୍ବୁଲାନ୍ସ, ୨ଟି ସ୍ବର୍ଗ ରଥ, ଗୋଟିଏ ମହାପ୍ରୟାଣ ଗାଡ଼ି ସମେତ ସିଡିଏମ୍‌ ଓ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଗାଡ଼ି ମିଶି ୩୦ଟି ସରକାରୀ ଯାନ ରହିଛି। ଅଧିକାରୀଙ୍କ ବ୍ୟତୀତ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ିଗୁଡ଼ିକରେ ୩ ସିପ୍ଟ କାର୍ଯ୍ୟ କରିବା ପାଇଁ ଦୈନିକ ଜଣେ ଲେଖାଏ ଚାଳକ ଦରକାର ଥିବା ବେଳେ ୨୨ଜଣ ଓ ଏଜେନ୍ସି ଜରିଆରେ ନିଯୁକ୍ତ ୧୦ଜଣ ଚାଳକଙ୍କୁ ମିଶାଇ ମୋଟ ୩୨ଜଣ ଚାଳକ କାର୍ଯ୍ୟ ତୁଲାଉଛନ୍ତି। ଆବଶ୍ୟକତାକୁ ଦୃଷ୍ଟି ଦେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାକୁ ଅଧିକ ଆମ୍ବୁଲାନ୍ସ ପ୍ରଦାନ ଓ ଚାଳକ ପଦବୀ ପୂରଣ କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରୂପଭାନୁ ଆଚାର୍ଯ୍ୟ କୁହନ୍ତି, ସମସ୍ୟା ସମ୍ପର୍କରେ ଅବଗତ ଅଛି। ଖୁବ୍‌ ଶୀଘ୍ର ଏହାର ସମାଧାନ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri