୩୦୦୦ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୯।୫: ଋଣଭାରରେ ଡୁବି ରହିଥିବା ଫ୍ୟୁଚର ଗ୍ରୁପ୍‌ର କମ୍ପାନୀ ଫ୍ୟୁଚର ଏଣ୍ଟରପ୍ରାଇସେସ୍‌ ଲିମିଟେଡ୍‌ (ଏଫ୍‌ଇଏଲ୍‌) କରଜ ଶୁଝିବା ପାଇଁ ବୀମା କାରବାରରେ ନିଜ ଅଂଶଧନ ବିକ୍ରି କରି ୩୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। କମ୍ପାନୀ ସୂଚନା ଅନୁସାରେ ଏହାଦ୍ୱାରା କମ୍ପାନୀ ଦେବାଳିଆ ହେବାରୁ ରକ୍ଷା ପାଇପାରିବ। ଏହା ପୂର୍ବରୁ ଗତ ଗୁରୁବାର ଏଫ୍‌ଇଏଲ୍‌ ପକ୍ଷରୁ ୧୨୬୬.୦୭ କୋଟି ଟଙ୍କା ପାଇଁ ଫ୍ୟୁଚର ଜେନେରାଲି ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ (ଏଫ୍‌ଜିଆଇଆଇସିଏଲ୍‌) ଜରିଆରେ ଜେନେରାଲିକୁ ୨୫% ଅଂଶଧନ ବିକ୍ରି କରିବା ପ୍ରକ୍ରିୟା ଶେଷ ହୋଇଛି। ଏହାପରଠାରୁ ଏଫ୍‌ଜିଆଇଆଇସିଏଲ୍‌ରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୂପରେ ଏଫ୍‌ଇଏଲ୍‌ର ୨୪.୯୧% ଅଂଶଧନ କାଏମ୍‌ ରହିବ। କମ୍ପାନୀ ସୂତ୍ର ଅନୁସାରେ ଆଗାମୀ ୩୦-୪୦ ଦିନ ମଧ୍ୟରେ ସାଧାରଣ ବୀମା କାରବାରରେ ଏଫ୍‌ଇଏଲ୍‌ ପକ୍ଷରୁ ଅବଶିଷ୍ଟ ୨୫% ଅଂଶଧନକୁ ୧୨୫୦ କୋଟି ଟଙ୍କାରେ ଅନ୍ୟ କମ୍ପାନୀକୁ ବିକ୍ରି କରାଯିବ। ଏହାଛଡ଼ା ଫ୍ୟୁଚର ଜେନେରାଲି ଇଣ୍ଡିଆ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ରେ ଏଫ୍‌ଇଏଲ୍‌ ୩୩.୩% ଅଂଶଧନ ବିକ୍ରି କରିବାର ଯୋଜନା ରହିଛି। ଏହି କାରବାର ଦ୍ୱାରା କମ୍ପାନୀ ୪୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠୁଳ କରିପାରିବ। ଏହାଦ୍ୱାରା କିଶୋର ବିୟାନୀଙ୍କ ଗ୍ରୁପ୍‌ର ଏହି କମ୍ପାନୀ ବୀମା କାରବାରରୁ ସମ୍ପୂର୍ଣ୍ଣ ରୂପେ ବାହାର ହୋଇଯିବ। ଏହି ସମସ୍ତ କାରବାର ଦ୍ୱାରା ଏଫ୍‌ଇଏଲ୍‌ ପ୍ରାୟ ୨୯୫୦ କୋଟି ଟଙ୍କା ସଂଗ୍ରହ କରି ଉକ୍ତ ଅର୍ଥ ଜରିଆରେ କମ୍ପାନୀର ଋଣ ଶୁଝାଯାଇପାରିବ। କମ୍ପାନୀକୁ ଦେବାଳିଆ ହେବାରୁ ରକ୍ଷା କରି, ଋଣ ଶୁଝି, କମ୍ପାନୀକୁ ନିୟମିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏଫ୍‌ଇଏଲ ପକ୍ଷରୁ ମାର୍ଚ୍ଚ ୩୧ ସୁଦ୍ଧା ବିଭିନ୍ନ ବ୍ୟାଙ୍କ୍‌ର କନ୍‌ସୋର୍ଟିୟମ୍‌ ଏବଂ କରଜଦାତାଙ୍କୁ ୨୯୧୧.୫୧ କୋଟି ଟଙ୍କାର ଋଣ ପରିଶୋଧ କରି ନ ପାରି ଖିଲାପକାରୀ ତାଲିକାଭୁକ୍ତ ଥିଲା। ଏହାଛଡ଼ା ଗତ ଶୁକ୍ରବାର ଫ୍ୟୁଚର ଗ୍ରୁପ୍‌ର ଅନ୍ୟ ଏକ କମ୍ପାନୀ ଫ୍ୟୁଚର କନ୍‌ଜ୍ୟୁମର ଲିମିଟେଡ୍‌ ପକ୍ଷରୁ ଅମର ଚିତ୍ରକଥା ପ୍ରାଇଭେଟ୍‌ ଲିମିଟେଡ୍‌ରେ ନିଜର ଅଂଶଧନ ୧୩.୬୨ କୋଟି ଟଙ୍କାରେ ବିକ୍ରି କରିବାକୁ ଘୋଷଣା କରିଥିଲା। ସୂଚନାଯୋଗ୍ୟ, ଏଫ୍‌ଇଏଲ୍‌ର ବିଗ୍‌ ବଜାର, ଇଜି ଡେ’ ଆଣ୍ଡ୍‌ ହେରିଟେଜ୍‌ ଭଳି ଖୁଚୁରା ଚେନ୍‌ କମ୍ପାନୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri